ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ 2024 ନିର୍ବାଚନ :   ଆସନ ଫେରାଇ ଆଣି ପାରିବ କି ବିଜେପି ?  

ଜୁନାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ 2024 ନିର୍ବାଚନ : 

 ଆସନ ଫେରାଇ ଆଣି ପାରିବ କି ବିଜେପି ?  

କଳାହାଣ୍ଡି ତା ୩୦/୦୪/୨୪ ( ଦୁଷ୍ମନ୍ତ କୁମାର ପଣ୍ଡା ) କଳାହାଣ୍ଡି ର ପୁରାତନ ରାଜଧାନୀ ଭାବେ ପରିଚିତ ଜୁନାଗଡ ସହର ସମେତ ସମଗ୍ର ଅଞ୍ଚଳ ରେ ରାଜ ନୈତିକ ସ୍ଥିତିରେ କଳାହାଣ୍ଡି ରାଜ ପରିବାର ଦବଦବା ରହି ଆସିଛି । ପ୍ରଥମ ସାଧାରଣ ନିର୍ବାଚନ ୧୯୫୧ ରେ ଏଠାରୁ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୧୯୬୧ ରେ ଗଣତନ୍ତ୍ର ପରିଷଦ ରୁ ଓ ୧୯୬୭ ରେ ସ୍ବତନ୍ତ୍ରପାର୍ଟି ରୁ ମହେଶ୍ବର ନାୟକ, ସ୍ବତନ୍ତ୍ରପାର୍ଟି ରୁ ୧୯୭୧ ରେ ତ୍ରିନାଥ ସରାଫ ଓ ୧୯୭୪ ରେ ଉଦିତ ପ୍ରତାପ ଦେଓ ନିବାଚିତ ହୋଇଥିଲେ । ଊଭୟ ଗଣତନ୍ତ୍ର ପରିଷଦ ଓ ସ୍ବତନ୍ତ୍ରପାର୍ଟି ରେ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ଙ୍କ ଆଧିପତ୍ୟ ରହିଥିବା ବେଳେ କଂଗେସ ପାର୍ଟୀ ରୁ ପ୍ରଥମ କରି ୧୯୭୭ ରେ ଓ ୧୯୮୦ ରେ ମହେଶ୍ବର ବରାଡ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ କେଶରୀ ଦେଓ ଙ୍କ କନିଷ୍ଠ ପୁତ୍ର ବିକ୍ରମ କେଶରୀ ଦେଓ ୧୯୮୫ ରେ ଜନତାଦଳ ରୁ ୧୯୯୦ ଓ ୧୯୯୫ ରେ ଭାରତୀୟ ଜନତା ପାର୍ଟି (ଭାଜପା) ରୁ ନିର୍ବାଚିତ ହୋଇ ଜୁନାଗଡ ଆସନକୁ ପୁନର୍ବାର ରାଜ ପରିବାର କୁ ଫେରାଇ ଆଣିଥିଲେ । ୧୯୯୭ ମସିହାରେ ବିକ୍ରମ କେଶରୀ ଦେଓ ସାଂସଦ ଭାବେ ନିର୍ବାଚିତ ହେବା ପରେ ଉପ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି (ଭାଜପା) ରୁ ହିମାଂଶୁ ଶେଖର ମେହେର ନିର୍ବାଚିତ ହେବା ସହିତ ୨୦୦୦ ଓ ୨୦୦୪ ରେ ଭାରତୀୟ ଜନତା ପାର୍ଟି (ଭାଜପା) ରୁ ହିମାଂଶୁ ଶେଖର ମେହେର ନିର୍ବାଚିତ ହୋଇଥିଲେ । ଗତ ୨୦୦୯ ରେ ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ ଜୁନାଗଡ ଆସନ କଂଗ୍ରେସ ହାତକୁ ଚାଲି ଯାଇ ଗୋବର୍ଦ୍ଧନ ଦାସ ନିର୍ବାଚିତ ହୋଇଥିଲେ । ୨୦୧୪ ଓ ୨୦୧୯ ରେ ଶାସକ ବିଜୁ ଜନତା ଦଳ (ବିଜେଡ଼ି) ର ଦିବ୍ୟ ଶଙ୍କର ମିଶ୍ର ନିର୍ବାଚିତ ହୋଇଥିବା ବେଳେ ଚଳିତ ୨୦୨୪ ରେ ପୁନର୍ବାର ଭାଜପା ପୁନଃ ଛଡାଇ ନେବାକୁ ପ୍ରୟାସ କରୁଥିବା ଜଣାପଡିଛି । 

ପ୍ରମୂଖ ରାଜ ନୈତିକ ଦଳ ମଧ୍ୟରୁ ଭୋଟ ଶତକଡା କୁ ହିସାବ କୁ ନେଲେ ୨୦୦୯ ରେ ୩୪,୩୩୪ (୨୩.୮୩ % ) ଭୋଟ ପାଇ ବିଜେପି ତୃତୀୟ ସ୍ଥାନ ରେ ଥିବା ବେଳେ ୨୦୧୪ ରେ ୪୬,୪୯୮ (୨୮.୧୯ %) ଭୋଟ ପାଇ ଦ୍ବିତୀଯ ସ୍ଥାନରେ ଏବଂ ୨୦୧୯ ରେ ୫୫,୯୩୦ ( ୩୦.୫୯ % ) ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା । 

ସେହିପରି ୨୦୦୯ ରେ ୩୮.୮୧୨ (୨୬.୯୪ % ) ଭୋଟ ପାଇ ବିଜେଡ଼ି ଦ୍ବିତୀୟ ସ୍ଥାନ ରେ ଥିବା ବେଳେ ୨୦୧୪ ରେ ୫୬,୪୪୩ (୩୪.୨୧ %) ଭୋଟ ପାଇ ୯,୯୪୫ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ୨୦୧୯ ରେ ୮୩,୭୮୯ ( ୪୫.୮୩%) ଭୋଟ ପାଇ ୨୭,୮୫୯ ବ୍ୟବଧାନରେ ବିଜେଡ଼ି ଜିତିଥିବା ସରକାରୀ ସୂତ୍ର ରୁ ପ୍ରକାଶ । 

 ସେହିପରି ୨୦୦୯ ରେ ୪୫,୩୪୯(୩୧.୪୮ % ) ଭୋଟ ପାଇ କଂଗ୍ରେସ ଜିତି ଥିବା ବେଳେ ୨୦୧୪ ରେ ୩୮,୭୧୫ (୨୩.୪୭%) ଭୋଟ ପାଇ ତୃତୀଯ ସ୍ଥାନ ରେ ଏବଂ ୨୦୧୯ ରେ ୩୨,୩୪୩ (୧୭.୬୯%) ଭୋଟ ପାଇ ତୃତୀଯ ସ୍ଥାନରେ ରହିଥିବା ସରକାରୀ ସୂତ୍ର ରୁ ପ୍ରକାଶ । 

ବର୍ତ୍ତମାନ ୨୦୨୪ ସାଧାରଣ ନିର୍ନଚନ ରେ ଅନେକ ସମୀକରଣ ବଦଳିଥିବା ବେଳେ ରାଜ ନୈତିକ ଦୃଶ୍ୟପଟ ମଧ୍ୟ ବଦଳିବାରେ ଲାଗିଛି ଅ ପୂର୍ବାପେକ୍ଷା ଦ୍ବିତୀଯ ପାଳିରେ ୨୦୧୯ ରେ ବିଜେଡ଼ି ଜିତିବା ପରେ କେବଳ ନିର୍ଦ୍ଧିଷ୍ଠ ହାତ ଗଣତି ବ୍ୟକ୍ତି ବିଶେଷ ଙ୍କ ଫାଇଦା ହୋଇଥିବା ବେଳେ ସାଧାରଣ ଲୋକ ବିଭିନ୍ନ ପ୍ରକାରେ ହଇରାଣ ହରକତ ହୋଇଥିବା ଆଲୋଚନା ହେଉଥିଲା । ଜୁନାଗଡ ର ବିକାଶ କେବଳ ଷ୍ଟାଡିୟମ ଭିତରେ ଅଟକି ଯାଇଥିବା ବେଳେ ସର୍ବନିମ୍ନ ରାସ୍ତା ଘାଟ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ର ରେ ବ୍ୟାପକ ଅବହେଳା ହୋଇଥିବା ଚର୍ଚା ହୋଇଆସୁଛି ବାହାର ଅଞ୍ଚଳ ର ଠିକାଦାର ଏବଂ ମଫିଆ ମାନଙ୍କ ଫାଇଦା ହୋଇଥିବା ମଧ୍ୟ ଆଲୋଚନା ହେଉଥିଲା । ଅନ୍ୟ ପକ୍ଷରେ କଂଗ୍ରେସ ପକ୍ଷରୁ ବ୍ୟାପକ ଜଣ ସଚେତନତା କରାଯାଇ ଲୋକଙ୍କ ସର୍ବନିମ୍ନ ଅବଶ୍ୟକତା ପୂରଣ କରିବାକୁ ବ୍ୟବସ୍ଥା କରାଯିବାର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଅଜଣା କରୁଥିବା ଜଣାପଡିଛି । ସେହିପରି କେନ୍ଦ୍ର ର ମୋଦୀ ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସବୁର ସଫଳ ରୂପାଯନ କୁ ଆଧାର କରି ବିଜେପି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରୁଥିବା ଜଣାପଡିଛି ।

ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ କୁମାର ପଣ୍ଡା ଙ୍କ ରିପୋର୍ଟ୍ 

Related posts

ସାରା ଭାରତ ଜାତୀୟ କଂଗ୍ରେସ ଦଳ ତରଫରୁ ସତ୍ୟାଗ୍ରହ

Sunil Chandra Nayak

ନିର୍ବାଚନି ପ୍ରଚାରରେ ଆସି ଦଲୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭି. କେ.ପାଣ୍ଡିଆନ

masiha

ବିଜେପି ରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ଓ ଯୁବ ସମାଜସେବୀ ସଞ୍ଜୟ ନାୟକ 

masiha

Leave a Comment

error: Content is protected !!