ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାଙ୍କ୍ ସମ୍ମୁଖରୁ ଡକାୟତି ରୋକିବାକୁ ଶାଖା ପରିଚାଳକ ମାନଙ୍କୁ ନେଇ ପୋଲିସ ର ବୈଠକ ଅନୁଷ୍ଠିତ

ବ୍ୟାଙ୍କ୍ ସମ୍ମୁଖରୁ ଡକାୟତି ରୋକିବାକୁ ଶାଖା ପରିଚାଳକ ମାନଙ୍କୁ ନେଇ ପୋଲିସ ର ବୈଠକ ଅନୁଷ୍ଠିତ

ବସ୍ତା,01/05 : ବସ୍ତା ଥାନା ଅଂଚଳରେ ଥିବା ସମସ୍ତ ବ୍ୟାଙ୍କ୍ ଶାଖା ନିକଟରୁ ହେଉଥିବା ଡକାୟତି କୁ ରୋକିବାକୁ ବୁଧବାର ସକାଳ ସମୟରେ ଏକ ସଚେତନତା ବୈଠକ ବସ୍ତା ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ବସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକରେ ଭାରତୀୟ ଷ୍ଟେଟ ବ୍ୟାଙ୍କ,ବ୍ୟାଙ୍କ୍ ଅଫ ଇଣ୍ଡିଆ,ବ୍ୟାଙ୍କ୍ ଅଫ ବୋରଦା,ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ,ବାଲେଶ୍ୱର ଭଦ୍ରକ କପ୍ରେଟିଭ ବ୍ୟାଙ୍କ୍, ଏକ୍ସିସ ବ୍ୟାଙ୍କ୍,ଇଣ୍ଡିଆନ ଆଦି ବ୍ୟାଙ୍କ୍ ଶାଖା ପରିଚାଳକ ମାନଙ୍କୁ ନେଇ ଏହି ବୈଠକରେ ଯୋଗ ଦେଇଥିଲେ। ଦୈନ୍ୟ ଦିନ ସମସ୍ତ ବ୍ୟାଙ୍କ୍ ଶାଖାରୁ ଟଙ୍କା ଉଠାଇ ଯାଉଥିବା ସାଧାରଣ ଲୋକ,ବ୍ୟବସାୟୀ ଙ୍କ ଠାରୁ ଡକାୟତ ମାନେ ବିଭିନ୍ନ ଉପାୟରେ ଛିନ୍ତାଇ କରୁଥିବା ଓ ବିଭିନ୍ନ ଅସାଧୁ ଉପାୟରେ ଏଟିଏମ୍ ରୁ ଟଙ୍କା ହଡ଼ପ କରିବା, ମୋବାଇଲ ଓଟିପି ଦ୍ଵାରା ଲୋକଙ୍କୁ ଠକେଇ ଆଦିକୁ କିଭଳି ରୋକାଯାଇ ପାରିବ ସେନେଇ ଥାନା ଅଧିକାରୀ ଶ୍ରୀ ବେହେରା ଶାଖା ପରିଚାଳକ ମାନଙ୍କୁ ବୁଝାଇ ଦେଇଥିଲେ। ଖାଲି ପୋଲିସ ସଚେତନତା ବାର୍ତ୍ତା ବେନର ରେ ସିମିତ ରଖିଲେ ହେବନି ମାତ୍ର ଉଭୟ ବ୍ୟାଙ୍କ୍ ଶାଖା ପରିଚାଳକ ମାନେ ,ପୋଲିସ ଓ ସାଧାରଣ ଲୋକ ଏଥିପ୍ରତି ସଚେତନ ହେଲେ ଯାଇ ସାଇବର କ୍ରାଇମ ବା ବ୍ୟାଙ୍କ୍ ଡକାୟତି କୁ ରୋକାଜାଇପରିବ ବୋଲି ଥାନା ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଏଥି ସହିତ ସମସ୍ତ ବ୍ୟାଙ୍କ୍ ଶାଖାରେ ୨୪ ଘଣ୍ଟିଆ ସିକୁରିଟି ଗାର୍ଡ ମୁତୟନ ଦିଗରେ ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏସ ଆଇ ବିଜୟ କୁମାର ବାରିକ, ତପନ କୁମାର ଦେଓ,ସ୍ୱରୂପ କୁମାର୍ ଗିରି,ସନ୍ୟାସୀ ଜେନା, ପ୍ରୋଦୋଷ କୁମାର୍ ଜେନା, ଷୌମେନ୍ ଦତ୍ତ,ରଖାଲ ଚନ୍ଦ୍ର ବେହେରା,ପି ଚିନ୍ମୟ କୁମାର୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

=============================

ନିଜାମପୁର ଛକ ନିକଟରେ ବାଇକ ଓ ବାଇକ ମୁହାଁମୁହିଁ ଧକ୍କା,ଚାଳକ ଆହାତ

ବସ୍ତା,01/05: ଭୋଗରାଇ ବ୍ଲକ ଅନ୍ତର୍ଗତ ବୁଧବାର ଅପରାହ୍ନ ସମୟରେ ନିଜାମପୁର ଛକ ନିକଟରେ ବାଇକ ଓ ବାଇକ ମୁହାଁମୁହିଁ ଧକ୍କା ଚାଳକ ଆହାତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଉକ୍ତ ବାଇକ ଚାଳକ କମର୍ଦା ଅଭିମୁଖେ ଯାଉଥିବା ବେଳେ ନିଜାମପୁର ଛକ ନିକଟରେ ସାମ୍ନା ପଟୁ ଅନ୍ୟ ଏକ ବାଇକ ଆସି ଉକ୍ତ ବାଇକ କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଚାଳକ ଆହାତ ହୋଇଥିଲେ l ଫଳରେ ସ୍ଥାନୀୟ ଲୋକେ ଚାଳକଙ୍କୁ ଆହାତ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିବା ବେଳେ ଚାଳକଙ୍କ ପରିଚୟ ମିଳିପାରିନାହିଁ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାଉରକେଲାରେ କେନ୍ଦ୍ର ଇସ୍ପାତ ଯୁଗ୍ମ ସଚିବ ଆରଏସପି ସଂପ୍ରସାରଣକୁ ନେଇ ଉଚ୍ଚସ୍ତରୀୟ ବୈଠକ 

Sunil Chandra Nayak

ଉଦଯାପିତ ହେଲା ସୁନ୍ଦରପୁର ରଜ ମହୋତ୍ସବ

masiha

ଓ୍ବାଇବିପିଏସ ରୁପ୍ରାରୋଡର ବାର୍ଷିକୋତ୍ସବ ଉଦଯାପିତ

masiha

Leave a Comment

error: Content is protected !!