ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ଙ୍କ ଚାରି ପଞ୍ଚାୟତ ରେ ବାଇକ୍ ରାଲି କରିି ଶକ୍ତି ପ୍ରଦର୍ଶନ ,ନିର୍ବାଚନୀ ପ୍ରଚାର ଓ ମିଶ୍ରଣ ପର୍ବ

କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ଙ୍କ ଚାରି ପଞ୍ଚାୟତ ରେ ବାଇକ୍ ରାଲି କରିି ଶକ୍ତି ପ୍ରଦର୍ଶନ ,ନିର୍ବାଚନୀ ପ୍ରଚାର ଓ ମିଶ୍ରଣ ପର୍ବ

ତେନ୍ତୁଳିଖୁଣ୍ଟି ୦୨/୦୫/୨୪ // ତେନ୍ତୁଳିଖୁଣ୍ଟି ବ୍ଲକ ର ମଞ୍ଚା ଗାଁ, ଲମତା ଗୁଡା ,ପରଜା ବାରଙ୍ଗ ପଦର ଓ ଗୌଡ ଦେଓପାଳି ଗ୍ରାମ ପଞ୍ଚାୟତ ରେ ବାଇକ୍ ରାଲି ସହ ଶତାଧିକ କଂଗ୍ରେସ କର୍ମୀ ଙ୍କୁ ନେଇ ବିଧାୟକ ପ୍ରାର୍ଥୀ ଦିଲୀପ ପ୍ରଧାନୀ ଆଜି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି ।ଆଜି ମଞ୍ଚା ଗାଁ , ଲମତା ଗୁଡା ପଞ୍ଚାୟତ ର ଶତାଧିକ ବିଜେଡି ଓ ବିଜେପି ଦଳର କର୍ମୀ କଂଗ୍ରେସ ଦଳର ଦଶ ଗ୍ୟାରେଣ୍ଟି ଓ ଦଳୀୟ ପ୍ରାର୍ଥୀ ଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଖାତିଗୁଡା ରୁ ବାଇକ୍ ରାଲୀ ବାହାରି ମଞ୍ଚା ଗାଁ ,ଫୁପୁ ଗାଁ ବିରିଗୁଡ଼ା ,ବେଦପଦର , ବଂଗଲା ଗୁଡ଼ା ଖାତିଗୁଡ଼ା ଦେଇ ଲମତା ଗୁଡ଼ା ସାପ୍ତାହିକ ହାଟ ରେ ନିର୍ବାଚନୀ ପ୍ରଚାର ପଥ ପ୍ରାନ୍ତ ସଭା କରିଥିଲେ ।ସେଠାରୁ ଲକିଗୁଡ଼ା କଂହେଇ ମୁଣ୍ଡା ଦେଇ ପରଜା ବାରଙ୍ଗ ପଦର , ନାରିଂଝୋଲା , ଗତିପୁଟ ରୁ ଗୌଡ ଦେଓପାଲି ଗ୍ରାମ ,ପରଜା ଦେଓପାଲି ଗ୍ରାମ ରେ ପଥ ପ୍ରାନ୍ତ ସଭା ଓ କର୍ମୀ ସମ୍ମିଳନି କରିଥିଲେ। ଏହି ଅବସରରେ ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ କଂଗ୍ରେସ୍ ଦଳର ଦଶ ଗ୍ୟାରେଣ୍ଟି ସମ୍ପର୍କରେ ବିସ୍ତୃତ ଭାବେ ବୁଝାଉଥିବା ଦେଖାଯାଇଥିଲା। ଅନିଲ ଖୁରା, ଲକିନାଥ ବାଗ ,ଜୋସେଫ କରକରା,କେଶବ ସାନ୍ତା,ବିପିନ ଭତ୍ରା ବିଶୀନଥ ମାଝୀ, ମାଧବ ହରିଜନ , ଚନ୍ଦ୍ର ହରିଜନ ,ସନୁ ବାଘ୍ , ଅକ୍ଷୟ ବେନ୍ୟା ସମେତ ଶତାଧିକ ନୂତନ ଭାବେ ଯୋଗ ଦେଇଥିବା କର୍ମୀ ଙ୍କୁ ଦଳୀୟ ଉତ୍ତରୀୟ ଦେଇ ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ ସ୍ବାଗତ କରିଥିଲେ। ବ୍ଲକ କଂଗ୍ରେସ ତଫସିଲ ଭୁକ୍ତ ଜାତି ସେଲ ସଭାପତି କୃଷ୍ନଚ ନ୍ଦ୍ର କର୍କରା ଦଳିତ ଓ ଆଦିବାସୀ ତଥା ପଛୁଆ ବର୍ଗ ଙ୍କ ପାଇଁ କୌଣସି ଦଳ ଙ୍କ ଇସ୍ତାହାର ରେ ଏଜେଣ୍ଡା ନାହିଁ କେବଳ କଂଗ୍ରେସ ଦଳ ସମସ୍ତ ଙ୍କ କଥା ଚିନ୍ତା କରି ଇସ୍ତାହାର ରେ ରଖୁଛି ବୋଲି କହିଥିଲେ।ଏହି ବୈଠକ ରେ ଦଳ ର ଦଶ ଗ୍ୟାରେଣ୍ଟି କୁ ପ୍ରତି ଭୋଟର ପାଖ ରେ ପହଞ୍ଚାଇ ଦଳ ପାଇଁ ଭୋଟ ମାଗିବାକୁ ଶପଥ ନେଇଥିଲେ ନୂତନ ଭାବେ ଯୋଗ ଦେଇଥିବା କର୍ମକର୍ତ୍ତା। ନବରଂଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ହାତରୁ ଯିବା ପରଠାରୁ ଅବହେଳିତ ହୋଇଛି ଓ ସ୍ଥାନୀୟ ଯୁବକ ଯୁବତୀ ନିଯୁକ୍ତି ରୁ ବଞ୍ଚିତ ହୋଇଛନ୍ତି। ଏଣୁ କଂଗ୍ରେସ କୁ ପୁନଃ କ୍ଷମତା କୁ ଆଣି ପୂର୍ବ ଗୌରବ ଆଣିବାକୁ ଆହ୍ବାନ ଦେଇଥିଲେ ପ୍ରାର୍ଥୀ ଭୀମସେନ ପାଣିଗ୍ରାହୀ। ରେଳ ,କଳ ଜଳ ସ୍ବପ୍ନ ଦେଖାଇ 24 ବର୍ଷ ବିତି ଯାଇଛି ଏଣୁ ନୂତନ ଓଡ଼ିଶା ଓ ସମୃଦ୍ଧ ନବରଙ୍ଗପୁର ପାଇଁ କଂଗ୍ରେସ କୁ କ୍ଷମତା କୁ ଆଣିବାକୁ ଲୋକସଭା ନିର୍ବାଚନ ମଣ୍ଡଳୀ ପ୍ରଚାର କମିଟି ମୁଖ୍ୟ ଦ୍ବାରିକା ମହାପାତ୍ର ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଶୋର ସିଂ ,ପି ସି ସି ସମ୍ପାଦକ ପି ନାଗ ରତ୍ନମ୍ମା , ସୁନିଲ ସିଂ , ଚିଦାନନ୍ଦ ସାହୁ ,ପୂର୍ବତନ ସରପଞ୍ଚ ଭାଗିରଥି ଦିଶାରି ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଦୁର୍ଲଭ ଗୌଡ,ପୂର୍ବତନ ସରପଂଚ ବିଶ୍ଵନାଥ ସିଂ , ଦୂର୍ଯୋଧନ ହରିଜନ ପ୍ରମୁଖ ଶତାଧିକ ନେତୃସ୍ଥାନୀୟ ବ୍ୟକ୍ତି ଓ କର୍ମୀ ପ୍ରଚାର ରେ ସାମିଲ ଥିଲେ। ପ୍ରଚାର ଆରମ୍ଭ ର ତୃତୀୟ ଦିବସ ସୁଦ୍ଧା ତେନ୍ତୁଳିଖୁଣ୍ଟି ବ୍ଲକ ରେ ମାଇକ ପ୍ରଚାର ଗାଡ଼ି କେବଳ କଂଗ୍ରେସ ଦଳର ହିଁ ବୁଲୁଛି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଦିଲ୍ଲିପ ରାୟଙ୍କ ପାଇଁ ମାରାଥନ ପ୍ରଚାର 

masiha

ମଧୁବାବୁ ମଣ୍ଡଳ ତରଫରୁ ପଣ୍ଡିତ ଦୀନଦୟାଲଜୀଙ୍କ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଚାଷି ଙ୍କ ବିଭିନ୍ନ ସମସ୍ୟା ନେଇ ଦାବୀ ପତ୍ର ପ୍ରଦାନ 

masiha

Leave a Comment

error: Content is protected !!