ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଶ୍ୱନାଥପୁରଠାରେ ବିଜେଡିର ସଂକଳ୍ପ ସମାବେଶ : ବିଶାଳ ମିଶ୍ରଣ ପର୍ବ 

ବିଶ୍ୱନାଥପୁରଠାରେ ବିଜେଡିର ସଂକଳ୍ପ ସମାବେଶ : ବିଶାଳ ମିଶ୍ରଣ ପର୍ବ 

ଲାଞ୍ଜିଗଡ଼,୦୨/୦୫(ମନିସ)-ବିଜେଡିର ସୁଶାସନ ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି। ଆଜି ନବୀନ ପଟନାୟକଙ୍କ ନେତୃତ୍ୱରେ ରାଜ୍ୟ ନିରନ୍ତର ବିକାଶ ପଥରେ ଆଗେଇ ଚାଲିଥିବାବେଳେ ଷଷ୍ଠଥର ପାଇଁ ସରକାର ଗଠନ ବିଜେଡିର ଲକ୍ଷ୍ୟ ବୋଲି ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଦୁର୍ଗାମଣ୍ଡପ ପଡିଆରେ ଆୟୋଜିତ ବିଶାଳ ସଂକଳ୍ପ ସମାବେଶରେ ବିଜେଡି ନେତୃବୃନ୍ଦ ନିଜ ନିଜ ବକ୍ତବ୍ୟରେ ଉଦବୋଧନ ଦେଇଛନ୍ତି। ସମାବେଶ ପୂର୍ବରୁ ଏକ ବିଶାଳ ରୋଡ଼ ସୋ ସହିତ ନିଜର ଦମ ଦେଖାଇଛି ବିଜେଡି। ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀଙ୍କୁ ନେଇ ଲାଞ୍ଜିଗଡସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଶ୍ୱନାଥପୁର ପହଞ୍ଚିଥିଲା। ଉଭୟ ପ୍ରାର୍ଥୀଙ୍କୁ ବିଭିନ୍ନ ସ୍ଥାନରେ ଉଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଦୁର୍ଗାମଣ୍ଡପ ପଡିଆରେ ଅନୁଷ୍ଠିତ ବିଶାଳ ସଂକଳ୍ପ ସମାବେଶରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହିତ ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ଦଳୀୟ ପର୍ଯ୍ୟବେକ୍ଷକ ଜ୍ୟୋତ୍ସ୍ନାରାଣୀ ପରିଡା, ପରମାନନ୍ଦ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ବିଜେଡି ନେତା ଚନ୍ଦ୍ରଶେଖର ମହାପାତ୍ର, ଚାଞ୍ଚେର ମାଝୀ, ରାଜେନ୍ଦ୍ର ମାଳି, ହରିହର କୁମାର, ମନୋହର ହରପାଲ, ପାତ୍ର ମାଝୀ, ସୁଜାତା ଘଡେଇ, ସରସ୍ବତୀ ମୁଣ୍ଡା, ତୁଳସୀ ନାଏକ, ହରିଶଙ୍କର ପାତ୍ର ପ୍ରମୁଖ ମଂଚାସୀନ ଥିଲେ। ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଂକଳ୍ପ ସମାବେଶକୁ ପରିଚାଳନା କରିଥିଲେ ଜିଲ୍ଲା ବିଜେଡି ସମ୍ପାଦକ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ। ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକର ୨୬ଗୋଟି ବ୍ଲକରୁ ଦୁଇ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଦଳୀୟ କର୍ମୀ ଯୋଗଦେଇଥିଲେ। ସେହିପରି ଆଜି ସଂକଳ୍ପ ସମାବେଶ ପରେପରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଦେଢ଼ଶହରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ। ବିଜେଡି ତରଫରୁ ରାଜ୍ୟସଭା ସାଂସଦ ସୁଜିତ କୁମାର, ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ, ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆ ପ୍ରମୁଖ ଦଳୀୟ ପୁଷ୍ପମାଲ୍ୟ ଓ ଉତ୍ତରୀୟ ସହିତ ସ୍ୱାଗତ କରିଥିଲେ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ: ଅଣଦେଖା ନେଇ ବିଜୁ ଜନତା ଦଳ କର୍ମକର୍ତ୍ତା ଓ କର୍ମୀଙ୍କ ବୈଠକ

Sunil Chandra Nayak

ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ କଲା ଜାତୀୟ କଂଗ୍ରେସ

Sunil Chandra Nayak

ନୂଆପଡ଼ା ଜିଲ୍ଲା କୋମନା ଏବଂ ଖରୀଆର ରୋଡ ରେ ବିଜେପି କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା ଦେବୀଙ୍କ ମାରାଥନ ନିର୍ବାଚନ ପ୍ରଚାର 

masiha

Leave a Comment

error: Content is protected !!