ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା ରେ ଯୁବକ ମୃତ 

ମୋଟର ସାଇକେଲ ଦୁର୍ଘଟଣା ରେ ଯୁବକ ମୃତ 

ଡାବୁଗାଁ, ୩/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାରେ ମୋଟରସାଇକେଲ ଦୁର୍ଘଟଣା ରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ନେଇ ଶୁକ୍ରବାର ମଧ୍ୟାନ୍ନ ରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ୩୦/୪/୨୪ ଦିନ ଅପରାହ୍ନ ୧ ଘ. ସମୟରେ ଡାବୁଗାଁ ଥାନା ଅଧୀନ ଧାମନାଗୁଡା ଗ୍ରାମର ଆକାଶ ହରିଜନ (୧୮) ନିଜ ଜମିରେ କାମ ସାରି ଘରକୁ ରାଜ୍ୟ ରାଜପଥ -୩୯ ଉପରେ ଚାଲି ଚାଲି ଆସୁଥିବା ବେଳେ ଧମାନାଗୁଡା ଛକରେ ପଛ ପଟୁ ଆସୁଥିବା ଏକ ମୋଟର ସାଇକେଲ ନଂ ଓଡି ୧୦ କେ ୩୨୯୩ ଆସି ଧକ୍କା ଦେଇଥିଲା | ଫଳରେ ଆକାଶ ଆହତ ହୋଇଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ୧/୫/୨୪ ଦିନ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ୨/୫/୨୪ ରାତି ୧୨ ଘ. ସମୟରେ ଆକାଶ ର ମୃତ୍ୟୁ ଘଟିଥିଲା | ଡାକ୍ତର ଙ୍କ ସୂଚନା ପାଇ କୋରାପୁଟ ଥାନା ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲେ | ଏନେଇ ଶୁକ୍ରବାର ମଧ୍ୟାନ୍ନ ରେ ମୃତକ ର ମାମୁଁ ମଧୁ ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୧୧୬/୨୪ ରେ ଏକ ମାମଲା ରୁଜୁ ହୋଇଛି | ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରୀ ଘଟଣାର ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଭିନ୍ନ ଦାବି ନେଇ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ଧର୍ମଗଡ ବିଡ଼ିଓ ଓ ସିଡିପିଓ ଙ୍କୁ ଦାବିପତ୍ର ପ୍ରଦାନ 

masiha

ଓଡିଶା ରେ ଖରିଫ ଧାନ କିଣା ସମସ୍ୟା କୁ ନେଇ ରାଜ୍ୟସଭା ରେ ଗର୍ଜିଲେ ସାଂସଦ ନିରଞ୍ଜନ ବିଶି

Sunil Chandra Nayak

ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

Leave a Comment

error: Content is protected !!