ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ଛାଡ଼ିଲେ ନବୀନ କିଶୋର ସାହୁ 

ବିଜେପି ଛାଡ଼ିଲେ ନବୀନ କିଶୋର ସାହୁ 

 କର୍ଲାମୁଣ୍ଡା: କଳାହାଣ୍ଡି ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଜଣେ ଯୁବ ନେତୃତ୍ବ ତଥା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ନବୀନ କିଶୋର ସାହୁ। ଶୁକ୍ରବାର ସେ ଦଳ ଛାଡ଼ିଥିବା ପ୍ରକାଶ କରିବା ପରେ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ୨୦୦୯ ମସିହା ଠାରୁ ବିଜେପିର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଯୋରାଡବରା ମଣ୍ଡଳରେ ସାଧାରଣ ସଂପାଦକ ଓ ୨୦୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଯୁବ ମୋର୍ଚ୍ଚା ସଭାପତି ଭାବେ କାମ କରି ଆସୁଥିଲେ। ଇସ୍ତଫା ଦେବାର କାରଣ ସମ୍ପର୍କରେ ଶ୍ରୀ ସାହୁ କହିଛନ୍ତି ଯେ, ୨୦୨୨ ମସିହାରେ ମୁଁ ଜିଲ୍ଲା ପରିଷଦ ସଭ୍ୟ ଟିକେଟ ଦଳକୁ ମାଗିଥିଲି। ଦଳ ମୋତେ ଟିକେଟ ଦେଲା ନାହିଁ ବରଂ ମାତ୍ର ଦୁଇ ବର୍ଷ ତଳେ ଯୋଗ ଦେଇଥିବା ଜଣେ କର୍ମୀଙ୍କୁ ଟିକେଟ ଦେବାରୁ ସେ ପରାଜିତ ହୋଇଥିଲେ। ଭୁଲ ବୁଝାମଣା ଓ ଜିଲ୍ଲା ସଭାପତି, ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ଯୋଗୁଁ ଏହି ଆସନ ହରାଇଥିଲା ଦଳ। ତେଣୁ ମୁଁ ଆଜି ବ୍ୟକ୍ତିଗତ କାରଣ ଯୋଗୁଁ ବିଜେପିର ପ୍ରାଥମିକତା ସଦସ୍ୟତାରୁ ଇସ୍ତଫା ଦେଉଛି’ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପଂଚାୟତ ରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରୁଛି କାମାକ୍ଷାନଗର ବିଜେପି

Sunil Chandra Nayak

କଂଗ୍ରେସ ନେତ୍ରୀ ରଞ୍ଜିତା ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପ୍ରସଙ୍ଗ ବଲାଙ୍ଗିରରେ ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ବିଜେଡିର ରଣ ହୁଙ୍କାର

Sunil Chandra Nayak

Leave a Comment

error: Content is protected !!