ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋର ନେଇଗଲା ସୁନା ଓ ଟଙ୍କା, ଅଭିଯୋଗ ପରେ ତଦନ୍ତ ଆରମ୍ଭ

ଚୋର ନେଇଗଲା ସୁନା ଓ ଟଙ୍କା, ଅଭିଯୋଗ ପରେ ତଦନ୍ତ ଆରମ୍ଭ

ଖଇରା,୦୫/୫/୨୪-ଵାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସିମୁଳିଆ ଥାନା ଅଧିନ ଜଳଙ୍ଗ ଗଣ୍ଡିବେଡ ଗାଁରେ ତା ୦୪/୫/୨୪ ରିଖ ଶନିବାର ରାତ୍ରିରେ ଘଟିଛି ଏକ ଘଟଣା । ନଗଦ ଟଙ୍କା ଓ ସୁନା ହୋଇଛି ଚୋରି । ଅଭିଯୋଗ ହୋଇଛି ଥାନାରେ । ଖବର ସଂଗ୍ରହରୁ ଜଣାଯାଇଛି ଗାଁରେ ହରିହାଟ ଯାତ୍ରା ହେଉଥିଲା । ଘରେ ଚାବି ଦେଇ ମାୟାଧରଙ୍କ ପରିବାର ଯାତ୍ରା ଦେଖିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ରାତ୍ରି ପ୍ରାୟ ୧ ଘଟିକାରୁ ୨.୩୦ ଘଟିକା ମଧ୍ୟରେ ଚୋର ମାନେ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ । ସବୁଆଡେ ଖୋଜାଖୋଜି ପରେ ଗଡ୍ରେଜ ପାଇଥିଲେ । କୌଣସି ପ୍ରକାରେ ଗଡ୍ରେଜଟିକୁ ଭାଙ୍ଗିଥିଲେ । ସେଥିରେ ଥିବା ୫ ଭରିରୁ ଉର୍ଦ୍ଧ୍ବ ସୁନା ଓ ନଗଦ ୧୦ ହଜାର ଟଙ୍କା ନେଇ ଯାଇଥିବା ମାୟାଧର ଶଙ୍ଖୁଆ ତା ୦୫/୫/୨୦୨୪ ରିଖ ରବିବାର ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦେଖାଯାଉ ଚୋରି ସାମଗ୍ରୀ ମିଳୁଛି କି ନାହିଁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରକ୍ତ ମୁଖା ପୁତୁରା  କାକା ଓ ଖୁଡି କୁ ହତ୍ୟା କଲା, ଅଭିଯୁକ୍ତ ଅଟକ, ପୋଲିସ ର ତଦନ୍ତ ଜାରି

masiha

ଅବକାରୀ ବିଭାଗର ଚଢ଼ାଉ,୨ ଜଣ ଗିରଫ 

masiha

ଧର୍ଷଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ କୋର୍ଟ

Sunil Chandra Nayak

Leave a Comment

error: Content is protected !!