ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପିଣ୍ଟୁ ଦାସଙ୍କ ମାଠିଆ ଚିହ୍ନର ମାରାଥନ ପ୍ରଚାର

ପିଣ୍ଟୁ ଦାସଙ୍କ ମାଠିଆ ଚିହ୍ନର ମାରାଥନ ପ୍ରଚାର

ବ୍ରହ୍ମପୁର (ମନିସ )4/5/24 // ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ପ୍ରମୁଖ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିଵଶଙ୍କର ଦାଶ ସହରର ବିଭିନ୍ନ ୱାର୍ଡ, ସାହି ଓ ଗଳିରେ ତାଙ୍କର ପ୍ରଚାର କାର୍ଯ୍ୟ ଜୋରଦାର କରିବାରେ ଲାଗିଛନ୍ତି। ପ୍ରଚାର ବେଳେ ସାଙ୍ଗରେ ରହୁଛନ୍ତି ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଆଶା ଦାଶ ଓ ଗଞ୍ଜାମ ଜିଲ୍ଲାର ଜଣାଶୁଣା ମହିଳା ନେତ୍ରୀ ତଥା ବରିଷ୍ଠ ମହିଳା ସମାଜିକ କର୍ମୀ ଶ୍ରୀମତୀ ପ୍ରମିଳା ତ୍ରିପାଠୀ। ନିଷ୍ପେସିତ, ଅବହେଳିତ, ଦୁଃସ୍ତ ଓ ପିଡୀତ ଜନ’ଙ୍କ ସହାରା ଏବଂ ସହରର ବିକାଶ ପୁରୁଷ ଶିଵଶଙ୍କର ଦାଶ(ପିଣ୍ଟୁଦାଶ) ଆଜି ଆସ୍କାରୋଡ୍ ନିକଟବର୍ତ୍ତୀ ବିଭିନ୍ନ ସାହିରେ ପ୍ରଚାର କାର୍ଯ୍ୟକ୍ରମ ରଖିଥିଲେ। ବହୁ ମାତ୍ରାରେ ମହିଳା ମାନେ ଶ୍ରୀମତୀ ଦାଶଙ୍କୁ ପ୍ରଚାର କାର୍ଯ୍ୟରେ ସ୍ୱତଃପ୍ରବୃତ ଭାବେ ଯୋଗଦେଉଛନ୍ତି, ପୁଷ୍ପମାଲ୍ୟ, ପୁଷ୍ପଗୁଚ୍ଛ ଆଦି ଦେଇ ମାଠିଆ ଚିହ୍ନ ଓ ପ୍ରାର୍ଥୀ ଶିଵଶଙ୍କର ଦାଶଙ୍କୁ ବିପୁଳ ମାତ୍ରାରେ ସମର୍ଥନ ଜଣାଉଛନ୍ତି। ବର୍ତ୍ତମାନ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁରରେ ଖରାଦିନିଆ ଉଷ୍ମତା ସାଙ୍ଗକୁ ସହରର ରାଜନୈତିକ ଉଷ୍ଣତା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଣେ ଯୁବା, କର୍ତ୍ତବ୍ୟନିଷ୍ଠ ଏବଂ ଟାଣୁଆ ରଜନେତା ଓ ବିଧାୟକ ପ୍ରତିନିଧି ହିସାବରେ ଶ୍ରୀଯୁକ୍ତ ଶିଵଶଙ୍କର ଦାଶଙ୍କୁ ହିଁ ସହରବାସୀ ସେମାନଙ୍କର ପ୍ରଥମ ପସନ୍ଦ ରୂପେ ବାଛୁଥିବା ବ୍ରହ୍ମପୁର ସହରର ବିଭିନ୍ନ ବୁଦ୍ଧିଜୀବି ଓ ସଙ୍ଗଠନ ମହଲରେ ଆଲୋଚିତ ହେଉଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋରାପୁଟ ଲୋକସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ, ଅଭେଦ୍ୟ ଗଡ଼ ସୁରକ୍ଷିତ ରଖିବ କି କଂଗ୍ରେସ! ?

masiha

ବିଜେଡିରେ ସାମିଲ ହେଲେ ବିଜେପି ମଣ୍ଡଳ ସଭାପତି

masiha

BJD Stages Protest Over Statue Vandalism

masiha

Leave a Comment

error: Content is protected !!