ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ହୋମ ଭୋଟିଂ କାର୍ଯ୍ୟକ୍ରମ 

ଡାବୁଗାଁରେ ହୋମ ଭୋଟିଂ କାର୍ଯ୍ୟକ୍ରମ 

ଡାବୁଗାଁ, ୫/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ କମଳଲୋଚନ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ହୋମ ଭୋଟିଂ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ର ବିଭିନ୍ନ ଗ୍ରାମରେ ଥିବା ୮୫ ବୟସର ବରିଷ୍ଠ ନାଗରିକ ଭୋଟର ଓ ଭିନ୍ନକ୍ଷମ ଭୋଟର ମାନେ ନିଜ ଘରେ ରହି ଚଳିତ ସାଧାରଣ ନିର୍ବାଚନରେ ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି | ଡାବୁଗାଁ ବ୍ଲକ ରେ ୮୫ ବୟସର ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଭୋଟର ମୋଟ ୬୪ ଜଣ ଭୋଟର ରହିଛନ୍ତି | ଏଥିରେ ୬୧ ଜଣ ଭୋଟର ମତଦାନ କରିଥିବା ବେଳେ ୨ ଜଣ ଙ୍କ ମୃତ୍ୟୁ ଘଟିଛି ଓ ୧ ଜଣ ଅନୁପସ୍ଥିତ ରହିଛନ୍ତି | ଏହି ହୋମ ଭୋଟିଂ ପାଇଁ ୬ ଟି ଟିମ ବ୍ଲକର ବିଭିନ୍ନ ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ଭୋଟିଂ କରିଥିଲେ | ଏଥିରେ ବିଡିଓ ଶରତ ମାଝି ପୋଲିଂ ଅଧିକାରୀ ମାନଙ୍କ ସହ ଯାଇ ହୋମ ଭୋଟିଂ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ | ଏଥିରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଉତ୍କଳ ଦିବସ ପାଳନ

masiha

ଜିଲ୍ଲାରେ “ଓଡ଼ିଆ ପକ୍ଷ “ପାଳନ ଅବସରରେ” ଶିଶୁ କଥା ଦିବସ” ଅନ୍ତର୍ଗତ ବର୍ଣ୍ଣ ବୋଧ ଓ ଶିଶୁ ଲେଖା ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ତିନୋଟି ସନ୍ତାନ ଥାଇ ସରପଞ୍ଚ ହୋଇଥିବାରୁ ପଦ ରୋଦ୍ଧ କଲେ କୋରାପୁଟ ଜିଲ୍ଲା ପାଳ ଭି କିର୍ତ୍ତୀବାସନ 

masiha

Leave a Comment

error: Content is protected !!