ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼କ୍ଟର ଉପାଧି ପାଇଲେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ

ଡ଼କ୍ଟର ଉପାଧି ପାଇଲେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ

କର୍ଲାମୁଣ୍ଡା: ୱେବିବକ ୟୁନିଭର୍ସିଟି, ଘାନା ତରଫରୁ ଓମ ପ୍ରକାଶ ସାହୁଙ୍କୁ ଡ଼କ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଛି l ନୂଆଦିଲ୍ଲୀ ସ୍ଥିତ କନଷ୍ଠିଚ୍ୟୁସନ କ୍ଲବ ଅଫ ଇଣ୍ଡିଆ ଠାରେ ଲତା ଫାଉଣ୍ଡେସନ ଓ Exclusive world records ତରଫରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ୱେବିକ ବିଶ୍ୱବିଦ୍ୟାଳୟ, ଘାନା ର କୁଳପତି ଡ଼ଃ ଫେଲିକ୍ସ ଅଫୋସୁ ଡିଜନ ସମସ୍ତ ପ୍ରତିଭା ମାନଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ l ଏହି ବୃନ୍ଦାବନ ଧାମରୁ ଶ୍ରୀ ଅନିରୁଦ୍ଧ ଆଚାର୍ଯ୍ୟ ଜୀ ମହାରାଜ, ମଣିପୁର ରାଜା ସଞ୍ଜଅବା ଲେଈଷେମ୍ବା, ଆଲ୍ଲାବାଦ ହାଇକୋର୍ଟ ଓକିଲ ଶ୍ରୀ ପ୍ରଶାନ୍ତ କୁମାର ଭରଦ୍ୱାଜ, ନେପାଳ ନରେଶଙ୍କ ସମତେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସମ୍ମାନିତ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ପଡୋଶୀ ଦେଶ ନେପାଳ ଓ ଭାରତ ର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୩୫ଜଣ ପ୍ରତିଭାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇ ଥିଲା l ଶ୍ରୀଯୁକ୍ତ ସାହୁ ଶ୍ରୀ ବିକ୍ରମ ଦେବ ସରକାରୀ ଚାରୁ ଓ କାରୁ କଳା ବିଦ୍ୟାଳୟ, ଖଲ୍ଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରୁ ଚିତ୍ରକଳାରେ ମାଷ୍ଟର ଅଫ ଭିଜୁଆଲ ଆର୍ଟ ସମାପ୍ତ କଲା ପରେ ଶିକ୍ଷକ ତାଲିମ ଗ୍ରହଣକରି ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ପ୍ରତାପପୁର ଠାରେ ଶିକ୍ଷକତା କରୁଛନ୍ତି l ତାଙ୍କ ଦ୍ୱାରା ନିର୍ମିତ “ଭାରତର ସଂସ୍କୃତି ଓ ଐତିହ୍ୟ”, “ବାର୍ଥ ଆନିଭର୍ସରୀ ଅଫ ନେତାଜୀ” ଓ ଓଡିଶା ର ଐତିହ୍ୟ ଉପରେ ଆଧାରିତ ସର୍ବୋଚ୍ଚ ବାଲୁକା ଭାସ୍କର୍ଯ୍ୟ କଳା ତିନି ଥର ବିଶ୍ୱ ରେକର୍ଡ ହାସଲ କରିଛି l ଶ୍ରୀ ସାହୁ ଦେଶ ବିଦେଶରୁ ଅନେକ ସରକାରୀ ବେସରକାରୀ ଅନୁଷ୍ଠାନରୁ ସମ୍ମାନିତ ହେବା ସହ ବାଲୁକା କଳାରେ ଗବେଷଣା ଜାରି ରଖିଛନ୍ତି l ଉକ୍ତ ସମ୍ମାନ ପାଇଲା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଆସି ପହଁଞ୍ଚୁଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଭାଲୁ କାମୁଡ଼ାରେ ଜଣେ ବୃଦ୍ଧ ଗୁରୁତର

Sunil Chandra Nayak

ଆର୍ଥିକ ସଙ୍କଟରେ ଥିବା ସଫଳ ନିଟ୍ ଆଦିବାସୀ ଛାତ୍ରୀଙ୍କୁ ମେଡ଼ିକାଲ ପଢ଼ିବା ପାଇଁ ସହାୟତାର ହାତ ବଢାଇଲା’ ଅଗ୍ରଣୀ ସ୍ବେଛାସେଵୀ ଅନୁଷ୍ଠାନ ଖେରଓ୍ବାଳ ଜୁମିଦ୍ ସଂଗଠନ’

Sunil Chandra Nayak

ନନ୍ଦଘର ଠାରେ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳନ

masiha

Leave a Comment

error: Content is protected !!