ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ…ସୁବିଧାଜନକ ସ୍ଥିତିରେ ବିଜେଡି, କଂଗ୍ରେସ ପାଇଁ କଣ୍ଟା ସାଜିବେ ସ୍ୱାଧୀନ ପ୍ରାର୍ଥୀ ଫୁଲମେ ମାଝୀ, ନିରୁପାୟ ବିଜେପି

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ…

ସୁବିଧାଜନକ ସ୍ଥିତିରେ ବିଜେଡି, କଂଗ୍ରେସ ପାଇଁ କଣ୍ଟା ସାଜିବେ ସ୍ୱାଧୀନ ପ୍ରାର୍ଥୀ ଫୁଲମେ ମାଝୀ, ନିରୁପାୟ ବିଜେପି

ଲାଞ୍ଜିଗଡ଼,୦୬/୦୫(ମନିସ)-ଆହୁରି ମାତ୍ର ସପ୍ତାହେ ବାକି ରହିଛି ନିର୍ବାଚନ । ନିଜନିଜ ଦଳ ଓ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅଣ୍ଟା ଭିଡି ଲାଗିପଡିଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ତେବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବିଧାନସଭା କ୍ଷେତ୍ରରେ ଶାସକ ବିଜେଡି ଏକ ପ୍ରକାର ସୁବିଧାଜନକ ସ୍ଥିତିରେ ଥିବାବେଳେ କଂଗ୍ରେସ ଓ ବିଜେପି କିନ୍ତୁ ଅଡୁଆ ପରିସ୍ଥିତିରେ ପଡିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବା ମହିଳା ସମାଜସେବୀ ଫୁଲମେ ମାଝୀ ଉଭୟ କଂଗ୍ରେସ ଓ ବିଜେପିର ନିଦ ହଜାଇ ଦେଇଥିବାବେଳେ କଂଗ୍ରେସର ଭୋଟହାର କମାଇବା ସହିତ ଦଳ ଓ ପ୍ରାର୍ଥୀ ପାଇଁ କଣ୍ଟା ସାଜିବେ ବୋଲି କୁହାଯାଉଛି । ସେହିପରି କେନ୍ଦ୍ର ଶାସନରେ ଥିବା ବିଜେପି ଏଥର ନିର୍ବାଚନ ପ୍ରଚାର ଅଭିଯାନକୁ ଜୋରଦାର କରିବା ସତ୍ୱେ ସ୍ୱାଧୀନ ପ୍ରାର୍ଥୀ ଫୁଲମେ ମାଝୀଙ୍କ ପ୍ରଚାର ଆଗରେ ପଦ୍ମ ଝାଉଁଳି ପଡୁଥିବା ଅନୁମାନ କରାଯାଉଛି । ନିଶ୍ଚିତ ବିଜୟ ଆଶା କରି କଂଗ୍ରେସର ହାତ ଧରିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ କିଛି ଦିନ ପୂର୍ବରୁ ପ୍ରଚାର ଅଭିଯାନରେ ବେଶ୍ ଆଗେଇ ଯାଇଥିବାବେଳେ ଏବେ ସ୍ୱାଧୀନ ପ୍ରାର୍ଥୀ ଫୁଲମେ ମାଝୀ ତାଙ୍କୁ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳିଛି । ଫୁଲମେ ଲାଞ୍ଜିଗଡ଼ ବ୍ଲକର ସମସ୍ତ ୨୬ ଗୋଟି ପଞ୍ଚାୟତରେ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ଥୁଆମୂଳ ରାମପୁର, ଜୟପାଟଣା ଓ ସଦର ବ୍ଲକର କେତେକ ଅଞ୍ଚଳରେ ତାଙ୍କର ପ୍ରଭାବ ବିସ୍ତାର କରି ଚାଲିଛନ୍ତି । ଫୁଲମେଙ୍କ ପ୍ରଚାର ହାୱାରେ କଂଗ୍ରେସ ମହଲରେ ହଇଚଇ ସୃଷ୍ଟି ହୋଇଥିବାବେଳେ ବିଜେପି ମହଲରେ ଭାଳେଣି ପଡିଲାଣି । ଏହି ସମୟ ମଧ୍ୟରେ ବିଗତ ୨୫ ବର୍ଷର ବିକାଶମୂଳକ କାର୍ଯ୍ୟକୁ ଆୟୁଧ କରି ବିଜେଡି ମଇଦାନକୁ ଓହ୍ଲାଇଥିବାବେଳେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀ ଓ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଏବେ ପ୍ରଚାର ଅଭିଯାନରେ ଆଗରେ ଅଛନ୍ତି । ଗାଁ ଗାଁ ଓ ଘରଘର ବୁଲି ସେମାନେ ଭୋଟଭିକ୍ଷା କରୁଥିବାବେଳେ ତାଙ୍କ ପ୍ରତି ଲୋକଙ୍କ ସମର୍ଥନ ମଧ୍ୟ ବଢିବାରେ ଲାଗିଛି । ପୂର୍ବରୁ ଦଳର ଷ୍ଟାର ପ୍ରଚାରକ କାର୍ତିକ ପାଣ୍ଡିୟାନ ଓ ଆଜି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତର ପ୍ରଭାବ ମଧ୍ୟ ଦଳ ଉପରେ ପଡିବ ବୋଲି ଆଲୋଚନା ହେଉଛି । ଅପରପକ୍ଷରେ ବିଜେପିର ବିଧାୟକ ପ୍ରାର୍ଥୀ ଏଥର ନିଜର ପ୍ରଚାର ଅଭିଯାନକୁ ଆରମ୍ଭରୁ ଢିଲା କରିଥିବାବେଳେ ଦଳର ସାଂସଦ ପ୍ରାର୍ଥୀନୀ ମାଳବିକା କେଶରୀ ଦେଓଙ୍କ ଉପରେ ମଧ୍ୟ ଏହାର ନକରାତ୍ମକ ପ୍ରଭାବ ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଧର୍ମେନ୍ଦ୍ର ପ୍ରଧାନଙ୍କ ଖଡ଼ିଆଳ ଠାରେ ପରିବର୍ତ୍ତନ ସମାବେଶରେ ଯୋଗଦାନ

masiha

ରାଇରଙ୍ଗପୁର କୁଡୁମି ଭବନ ପରିସରରେ ପଶ୍ଚିମ ମୟୂରଭଂଜ ବିଜେପି ତରଫରୁ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷର ବିକାଶ କାର୍ଯ୍ୟକ୍ରମକୁ ନେଇ ସାମ୍ବାଦିକ ସମ୍ମିଳନୀ

masiha

ଲୋକ ଭବନରେ ୨ ଆଇଆରଏସ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କଲା ବିଜେଡି

Sunil Chandra Nayak

Leave a Comment

error: Content is protected !!