ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଲେ” ଆଶା ଭରସା “ସ୍ଵାଧୀନ ପାର୍ଟିର ୨ ପ୍ରାର୍ଥୀ

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଲେ” ଆଶା ଭରସା “ସ୍ଵାଧୀନ ପାର୍ଟିର ୨ ପ୍ରାର୍ଥୀ

 ମୟୂରଭଞ୍ଜ – ୭/୦୫ ( ମସିହା)ଚଳିତ ସାଧାରଣ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ଦିବସରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଏସଟି-୨୮ ପାଇଁ” ଆଶା ଭରସା” ସ୍ଵାଧିନ ପାର୍ଟିର ସଦସ୍ୟ ସାଲଖୁ ଲାମ୍ଭେ ମାଝୀ ତାଙ୍କ ସମର୍ଥକଙ୍କ ସହ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

      ସେହିଭଳି ସାରସକଣା ନିର୍ବାଚନ ମଣ୍ଡଳୀ ଏସଟି-୨୭ ସିଟ୍ ପାଇଁ ଶେଖର ମାହାଲି ତାଙ୍କର ସମର୍ଥକମାନଙ୍କ ସହ ଆସି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକା ଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି।ଆଜି ପୂର୍ବାହ୍ନ ୧୧ ଘଟିବାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ନାମାଙ୍କନ ସମୟ ଧାର୍ଯ୍ୟ କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ବିଜେପି ର ବ୍ଲକ୍ ଘେରାଉ

Sunil Chandra Nayak

କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତି ଉଦ୍ୟେଶ ରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ପୋଡ଼ାପଡ଼ାରେ ବିଜେଡିର ମିଶ୍ରଣ ପର୍ବ ,ଅନ୍ୟ ଦଳରୁ ମିଶିଲେ ୧୫୦ରୁ ଉର୍ଦ୍ଧ୍ବ ପରିବାର

masiha

Leave a Comment

error: Content is protected !!