ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମ ପରାୟଣ ପାର୍ଥ ସାରଥି କବିଙ୍କ ଦେହାନ୍ତରେ ଵାମନଘାଟୀ ବ୍ରାହ୍ମଣ ମହାସଭାର ତରଫରୁ ଶୋକସଭା

ଧର୍ମ ପରାୟଣ ପାର୍ଥ ସାରଥି କବିଙ୍କ ଦେହାନ୍ତରେ ଵାମନଘାଟୀ ବ୍ରାହ୍ମଣ ମହାସଭାର ତରଫରୁ ଶୋକସଭା

ମୟୂରଭଞ୍ଜ – ୭/୦୫ ( ମସିହା)ଆଜି ସନ୍ଧ୍ୟା ସାଢେ଼ ୭ଟା ସମୟ ରେ ସ୍ଥାନୀୟ ବାବା ପୂର୍ଣେଶ୍ଵର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ବାମନ ଘାଟି ବ୍ରାହ୍ମଣ ମହାସଭା ଦ୍ଵାରା ଏକ ଶୋକସଭା ଓ ନୀରବ ପ୍ରାର୍ଥନା ସ୍ବର୍ଗତ ପାର୍ଥସାରଥୀ କବି ଯିଏ କି ଜଣେ ସକ୍ରିୟ ବରିଷ୍ଠ ସଦସ୍ୟ ଥିଲେ ବ୍ରାହ୍ମଣ ମହାସଭା ର ତାଙ୍କ ଉଦ୍ଦେଶ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୋକସଭା ରେ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଗଣେଶ୍ୱର ଦାଶ, ଉପସଭାପତି ଶ୍ରୀ ରାମଶଙ୍କର ମିଶ୍ର, କୋଷାଧ୍ୟକ୍ଷ ଶ୍ରୀ ସତ୍ୟରଞ୍ଜନ ମହାପାତ୍ର, ବରିଷ୍ଠ ସଦସ୍ୟ ଶ୍ରୀ ପ୍ରସନ୍ନ କୁମାର ଷଡଙ୍ଗୀ, ଶ୍ରୀ ପ୍ରଶାନ୍ତ ଶତପଥୀ, ଶ୍ରୀ ବାଇଧର ପଣ୍ଡା,ଶ୍ରୀ କଟି ପଣ୍ଡା, ଶ୍ରୀ ପ୍ରଦୀପ କୁମାର ହୋତା ଶ୍ରୀ ସଂଗ୍ରାମ ଷଡଙ୍ଗୀ ଓ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଦୁଇ ମିନିଟ ନୀରବ ପ୍ରାର୍ଥନା ସହିତ ସ୍ବର୍ଗତ ପାର୍ଥ କବି ଙ୍କ ଗୁଣାବଳୀ ତଥା ଅନୁଷ୍ଠାନ ପ୍ରତି ତାଙ୍କର ମହାନ୍ ଅବଦାନ ବିଷୟ ମାନ ଆଲୋଚନା କରି ତାଙ୍କ ଉଦ୍ଦେଶ୍ୟ ରେ ଶ୍ରଦ୍ଧା ସୁମନ ଅର୍ପିତ କରିଥିଲେ। ସ୍ବର୍ଗତ ଧବୁଲୁ ନାନା ଯିଏକି ବରିଷ୍ଠ ପୂଜକ ମା କିଚକେଶ୍ୱରୀ ମନ୍ଦିର ବହଲଦା ର ମଧ୍ୟ ପରଲୋକ ହୋଇଛି ତାଙ୍କ ଉଦ୍ଦେଶ୍ୟ ରେ ମଧ୍ୟ ନୀରବ ପ୍ରାର୍ଥନା,ଶୋକସଭା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଗଲା।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ହଷ୍ଟେଲ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ୫୦ ଲକ୍ଷ କ୍ଷତିପୂରଣ ଓ ନିରପେକ୍ଷ ତଦନ୍ତ ଦାବୀ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ଦ୍ୱାରା ବସ ଚଳାଚଳ ପାଇଁ ଦାବିପତ୍ର ପ୍ରଦାନ

masiha

ଆସନ୍ତା ଏପ୍ରିଲ ୧୯ ତାରିଖ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ରାଇରଙ୍ଗପୁର ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!