ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଚାରରେ ପଛରେ ପଡିଛି କଂଗ୍ରେସ

ପ୍ରଚାରରେ ପଛରେ ପଡିଛି କଂଗ୍ରେସ

  ରାଉରକେଲା: ରାଉରକେଲା ବିଧାନସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ପ୍ରଚାର କ୍ଷେତ୍ରରେ ଆଗୁଆ ରହିଛନ୍ତି। ଅନ୍ୟତମ ପ୍ରମୁଖ ଦଳ କଂଗ୍ରେସର ପ୍ରଚାର ଏତେ ପ୍ରଭାବଶାଳୀ ହେଉନଥିବା ଆଲୋଚନା ହେଉଛି। ସୂଚନାଯୋଗ୍ୟ ଯେ ଚଳିତ ନିର୍ବାଚନରେ ରାଉରକେଲା ବିଧାନସଭା ଆସନଟି ସମ୍ପ୍ରତି ମର୍ଯ୍ୟାଦାର ଆସନ ରୂପେ ପରିଗଣିତ ହେଉଛି। ଏହି ଅବସରରେ ବିଜେପିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲାର ତିନିଥର ବିଧାୟକ ଦିଲ୍ଲିପ ରାୟ ଓ ବିଜେଡ଼ିରୁ ଶାସକଦଳର ଶ୍ରମମନ୍ତ୍ରୀ ତଥା ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସାରଦା ପ୍ରସାଦ ନାୟକ ନିର୍ବାଚନ ରଣାଙ୍ଗନକୁ ଓହ୍ଲେଇଛନ୍ତି । ସେଥିପାଇଁ ଉଭୟ ନେତା ନିଜ ନିଜ ଦମରେ ବା ବିଭିନ୍ନ ଗୋଷ୍ଠୀ ମାଧ୍ୟମରେ ନିଜର ସ୍ଥିତିକୁ ଦୃଢରୁ ଦୃଢତ୍ତର କରି ଚାଲିଥିବା ବେଳେ ଆରମ୍ଭରୁ ଝୁଣ୍ଟିଥିବା କଂଗ୍ରେସ ଏପର୍ଯ୍ୟନ୍ତ ଆଖିଦୃଶିଆ ପ୍ରଚାର ଆରମ୍ଭ କରି ପାରିନାହିଁ। କଂଗ୍ରେସ ତରଫରୁ ବିରେନ୍ଦ୍ର ନାଥ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଓ ପରେ ଦଳର ପ୍ରମୁଖ ତଥା ଟାଣୁଆ ନେତା ବିରେନ ସେନାପତି, କୈଳାସ ସାହୁ ଓ ଅନ୍ୟମାନେ ପ୍ରମୁଖ ଦଳ ଛାଡିବା ପରେ ଦଳ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ପ୍ରଥମରୁ ବିରୋଧ କରି ଡିସିସି ସଭାପତି ରବି ରାୟ ଓ ଅନ୍ୟମାନେ ପରେ ସହଯୋଗ କରୁଥିଲେ ହେଁ ସେଥିରେ ଆନ୍ତରିକତା ଅଭାବ ଥିବା ଦେଖାଯାଉଛି।

ହାତଗଣତି କେତେଜଣଙ୍କୁ ଧରି ଶ୍ରୀ ପଟ୍ଟନାୟକ ନିର୍ବାଚନ ପ୍ରଚାର କରୁଥିଲେ ହେଁ ତାହା ରାଉରକେଲା ଭୋଟରଙ୍କୁ ପ୍ରଭାବିତ କରିପାରୁନଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ ଦୀର୍ଘ ୧୦ ବର୍ଷ ଧରି ଶ୍ରୀ ପଟ୍ଟନାୟକ କୈାଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ନଦେବା ଓ ହଠାତ ପ୍ରାର୍ଥୀ ହେବା ତାହା ଦଳୀୟ କର୍ମୀଙ୍କୁ ସଂଶୟରେ ପକାଇଛି। ତେବେ ନିର୍ବାଚନ ଆଉ କିଛି ଦିନ ବାକି ଥିବା ବେଳେ ଶ୍ରୀ ପଟ୍ଟନାୟକ ନିଜକୁ କିପରି ଅଧିକ ପ୍ରଭାବଶାଳୀ ଢଙ୍ଗରେ ପ୍ରଚାରରେ ସାମିଲ କରି ଜନସମର୍ଥନ ହାସଲ କରିବେ ତାହା ଦେଖିବାକୁ ବାକି ରହିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋକସରା ବ୍ଲକରେ ଭାରତ ଯୋଡୋ ପଦଯାତ୍ରାରେ ଶରତ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୩ତମ ବଳିଦାନ ଦିବସ ପାଳିତ 

masiha

ରାଉଲକେଲାରେ ଅନୁଷ୍ଠିତ ବିଶାଳ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା

masiha

Leave a Comment

error: Content is protected !!