ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ହଜାର ହଜାର ସମର୍ଥକଙ୍କ ସହ ଆସି ଦୁଇ ବିଜେପି ପ୍ରାର୍ଥୀ ଜଲେନ ବାର୍ଦା ଏବଂ ଭାଦଵ ହାଁସଦା ଙ୍କ ନାମାଙ୍କନ ପତ୍ର ଦାଖଲ

ରାଇରଙ୍ଗପୁରରେ ହଜାର ହଜାର ସମର୍ଥକଙ୍କ ସହ ଆସି ଦୁଇ ବିଜେପି ପ୍ରାର୍ଥୀ ଜଲେନ ବାର୍ଦା ଏବଂ ଭାଦଵ ହାଁସଦା ଙ୍କ ନାମାଙ୍କନ ପତ୍ର ଦାଖଲ

 ମୟୂରଭଞ୍ଜ – ୧୦/୦୫ ( ମସିହା)ଆଜି ପବିତ୍ର ଅକ୍ଷୟ ଚତୁର୍ଥୀ ।ଏହି ଅବସରରେ ୨୦୨୪ ସାଧାରଣ ନିର୍ବାଚନରେ ର ରଣ ଦୁନ୍ଦୁଭି ବାଜିଛି ।ବିଜେପି ତରଫରୁ ଆଜି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଏବଂ ସାରଷକଣା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀପାଇଁ ବ୍ଯାପକ ପ୍ରସ୍ତୁତ କରାଯାଇଥିଲା ।ହଜାର ହଜାର ବିଜେପି ସମର୍ଥକ, ଶୁଭେଛୁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରୁ ବାହାରି ବିଜେପି ପତକା,ନିଜର ପ୍ରିୟ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କ ହାତରେ ପ୍ଳାକାର୍ଡ ହାତରେ ସହର ପରିକ୍ରମା କରିଥିଲେ । ପାରଂପାରିକ ବେଶଭୂଷା ପିନ୍ଧି, ଆଦିବାସୀ ନୃତ୍ୟ,ବାଜା,ଢୋଲ,ମାଦଳ ବଜାଇ ଚାଲି ଚାଲି ଯାଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ । ସୁସଜ୍ଜିତ ରଥରେ ସାଂସଦ ପ୍ରାର୍ଥୀ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଜଲେନ ବାର୍ତା, ଏବଂ ସାରସକଣା ପ୍ରାର୍ଥୀ ଭାଦଵ ହାଁସଦା ରହି ସହରବାସୀଙ୍କୁ ପ୍ରଣାମ ଓ ଶୁଭେଚ୍ଛା ଜଣାଇବା ସହ ଆଶିର୍ବାଦ ଭିକ୍ଷା କରିଥିଲେ ।ବିଜେପି ତରଫରୁ ଷ୍ଟାର ପ୍ରଚାରକ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଦେଵ ସିଂ ରାଓ୍ଵତ, ମୟୂରଭଞ୍ଜ ରାଜା ତଥା ପୂର୍ବତନ ମୋରଡା ବିଧାୟକ ପ୍ରବୀଣ ସିଂ ଭଂଜଦେଓ,ପ୍ରାକ୍ତନ ସାଂସଦ ଲକ୍ଷ୍ମଣ ଟୁଡୁ, ତିରିଂ‌ଵ୍ଳକ ଅଧ୍ୟକ୍ଷ ପରମେଶ୍ଵର ସାମାଡ,ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ସଂଜୀବ ମହାନ୍ତି ମନୋଜ ଦାସ, ମନୋରଞ୍ଜନ ତିରିଲା,ସୁରଥ ପଟନାୟକ ସରୋଜ ମହାନ୍ତଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ ।ଗେରୁଆ ପତାକା ଓ ଜୟଶ୍ରୀ ରାମ ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ସହର ।ପରେ ସାରସକଣା ବିଧାୟକ ପ୍ରାର୍ଥୀ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାଙ୍କ ପାଖରେ ନାମାଙ୍କନ ଦାଖଲ କରିଥିବା ବେଳେ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଜଲେନ ଵାର୍ଦା ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବିଜେଡି ର ଯାଜପୁର ବିଧାୟକ ଓ ନେତୃବୃନ୍ଦ

Sunil Chandra Nayak

ମୟୁରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ଆସନ-ହୋ ଜାତିର ବ୍ୟକ୍ତିଙ୍କୁ ଦଳୀୟ ବିଧାୟକ ପ୍ରାର୍ଥୀ ସୁଯୋଗ ମିଳୁ

masiha

ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ

masiha

Leave a Comment

error: Content is protected !!