ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିବଂଗତ ଏସପିଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା ଅବସର ପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ ତରଫରୁ ଗତବର୍ଷ କରୋନା କାଳରେ ପ୍ରାଣ ହରାଇଥିବା ଏସପି ଶ୍ରୀ ପ୍ରସନ୍ନ କୁମାର ମହାନ୍ତି, IPS ଙ୍କୁ ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ତାଙ୍କର କାର୍ଯ୍ୟକାଳ ଭିତରେ ଦକ୍ଷତାର ସହ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିବା ସହ ପୋଲିସ ବିଭାଗରେ ବେଶ ସୁନାମ ଅର୍ଜନ କରିଥିଲେ l ପୋଲିସ ଏସଆଇ ହିସାବରେ ବିଭାଗରେ ଯୋଗଦାନ କରି ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ସେ ଆଇପିଏସ ପାଇବା ସହ ବିଭିନ୍ନ ଜିଲ୍ଲାରେ ଏସପି ହିସାବରେ କାର୍ଯ୍ୟ କରି ସାଧାରଣ ଜନତା ତଥା ବିଭାଗରେ ବେଶ ପ୍ରିୟଭାଜନ ହୋଇ ପାରିଥିଲେ l ଅବସର ପରେ ରାଉରକେଲା ଛେଣ୍ଡ କଲୋନୀରେ ପରିବାର ସହ ରହିବା ସହିତ ବହୁତ ଜଣକଲ୍ୟାଣ କାର୍ଯ୍ୟର ମାର୍ଗ ଦର୍ଶନ କରୁଥିଲେ l ଗତବର୍ଷ କରୋନା କାଳରେ ଚିକିତ୍ସିତ ହେଉଥିଲା ବେଳେ ଆଜିର ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ l ତାଙ୍କର ଅବର୍ତମାନ ଏଇ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ଆସୋସିଏସନର ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତ ପ୍ରକାଶ କରିଥିଲେ l ଆସୋସିଏସନର ଉପସଭାପତି ଶ୍ରୀ ଯଦୁମଣି ପ୍ରଧାନ, ଶ୍ରୀ ସୁରେଶ ଚନ୍ଦ୍ର ପାଠୀ, ଶ୍ରୀ କୀର୍ତନ ସାମଲ, ଶ୍ରୀ ଅଭୟ କୁମାର ଦାସ, ଶ୍ରୀ ଅଜୟ ମହାନ୍ତି, ଶ୍ରୀ ବେଣୁଧର ମଲ୍ଲ ଓ ଅନ୍ୟ ମାନେ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ବିଜେପିର ବରିଷ୍ଠ ନେତା ଓ ଜାତୀୟ ପ୍ରବକ୍ତା ଶ୍ରୀ ଧିରେନ ସେନାପତି, ପୂର୍ବତନ ବିଧାୟକ ଶ୍ରୀ ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ଜିତେନ୍ ପଟ୍ଟନାୟକ ସ୍ବର୍ଗତ ମହାନ୍ତିଙ୍କର ବିଭିନ୍ନ ଗୁଣାବଳୀ ବର୍ଣ୍ଣନା କରିଥିଲେ l ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କର ପୁତ୍ର ଆଶୀଷ,ରାଜେଶ, ଝିଅ ସ୍ମିତା, ସିପ୍ରା, ସ୍ନିଗ୍ଧା, ଜ୍ୱାଇଁ ଶଶାଙ୍କ, ସୁଶୀଲ, ସତୀଶ, ପୁତ୍ରବଧୂ ସ୍ନିଗ୍ଧା, ରେଖା, ନାତି ସିଦ୍ଧାର୍ଥ, ଶୁଭଙ୍କର, ଆୟୁଷ, ଶ୍ରେୟସ, ନାତୁଣୀ ଆଦ୍ୟାଶl, ଶ୍ରେୟା, ଆକାଂକ୍ଷା ଆଦି ଉପସ୍ଥିତ ଥିଲେ l ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତାଦାବୀ ନେଇ ପର୍ବତାରୋହଣ

Sunil Chandra Nayak

ରାଜା ଅନୁପ ସିଂହ ମେମୋରୀୟଲ ଟୁର୍ଣ୍ଣଆମେଣ୍ଟ

Sunil Chandra Nayak

ଆୟାପ୍ପା ଭକ୍ତଙ୍କ ଇରୁମୁଡି ପୂଜା

Sunil Chandra Nayak

Leave a Comment

error: Content is protected !!