ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ବିଧାୟକ ପ୍ରାର୍ଥୀଙ୍କ କୋକସରା ବ୍ଲକରେ ମାରାଥନ ପ୍ରଚାର

ବିଜେପି ବିଧାୟକ ପ୍ରାର୍ଥୀଙ୍କ କୋକସରା ବ୍ଲକରେ ମାରାଥନ ପ୍ରଚାର

କୋକସରା,୧୦/୫ // ସରି ଆସୁଛି ନିର୍ବାଚନ ପାଇଁ ସମୟ, ନିର୍ବାଚନ ଯେତେ ପାଖେଇ ଆସୁଛି ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ଦଲୀୟ ପ୍ରାର୍ଥୀଙ୍କ ପ୍ରଚାର ଜୋରସୋରରେ ଜାରି ରହିଛି। ଗାଁ ଗାଁରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର। ଧର୍ମଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ଦଲୀୟ ନିଜ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶର ପ୍ରତିଶ୍ରୁତି ଦେଇ ନିଜ ସପକ୍ଷରେ ଜନ ସମର୍ଥନ ଦେବାକୁ ଜନତାଙ୍କୁ ଅନୁରୋଧ କରୁଛନ୍ତି ପ୍ରାର୍ଥୀ। ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କୋକସରା, କାଉଡୋଳା, ସୁନାମାଲ, ଲଡୁଗାଁ, ଆଇଁଲୀ ଗ୍ରାମରେ ପହଞ୍ଚି ପ୍ରଚାର କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀ ଓ ଦଲୀୟ ସମର୍ଥକ କର୍ମକର୍ତ୍ତା।ବିଧାୟକ ପ୍ରାର୍ଥୀ ପାଟ୍ଟଯୋଶୀଙ୍କୁ ବିଭିନ୍ନ ଗ୍ରାମରେ ମହିଳା ମାନେ ବନ୍ଧାପନା କରି ସ୍ୱାଗତ ସମ୍ବର୍ଦ୍ଧନା କରୁଛନ୍ତି।ବିଧାୟକ ପ୍ରାର୍ଥୀ ପାଟ୍ଟଯୋଶୀ କେନ୍ଦ୍ର ମୋଦି ସରକାରଙ୍କ ରହିଥିବା ଲୋକାଭିମୁଖୀ ଯୋଜନା ଓ ମୋଦି ସରକାର ଡବଲ ଇଞ୍ଜିନ ଓଡିଶା ରାଜ୍ୟରେ ଆସିଲେ ମୋଦି ସରକାର ଦେଇଥିବା ନିର୍ବାଚନ ଇସ୍ତାହାର ଗ୍ୟାରେଣ୍ଟି ଲାଗୁ ହେବ ଓ ଏକ ବିକଶିତ ଓଡିଶାର ଗଠନ ହେବ ବୋଳି କହି ଭୋଟ ଭିକ୍ଷା କରୁଛନ୍ତି। ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀଙ୍କ ସହ ଛତିଶଗଡ଼ ଦେଭୋଗ ବ୍ଲକ ଅଧ୍ୟକ୍ଷା ନେହା ସିଙ୍ଘଲ, ଭାଜପା ଜିଲ୍ଲା ସଦସ୍ୟ ଶିତଲା ପାଣ୍ଡେ, ମିନା ବୈଷ୍ଣବ, ହିମାଂଶୁ ପଣ୍ଡା, ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, କୋକସରା ମଣ୍ଡଲ ପ୍ରଭାରୀ ଗରୁଡ଼ଧ୍ଵଜ ମାଝୀ, ମଣ୍ଡଳ ସଭାପତି କୋକସରା ଦୁର୍ଗା ପ୍ରଧାନୀ, ମଣ୍ଡଳ ସମ୍ପାଦକ କୋକସରା ତ୍ରିନାଥ ଶବର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ, ଉପ ସଭାପତି ଗୋପାଳ ଅଗ୍ରୱାଲ, ଅମୋଜ କୁମାର ପଣ୍ଡା, ସୁଧୀର ପାତ୍ର, ନରେନ୍ଦ୍ର ପ୍ରଧାନୀ, ସୁଶିଳ ପାଢ଼ୀ, ଚକ୍ରଧର ବେଶ୍ରା, ସୁଶିଳ ସତନାମୀ ସମେତ ଦଲୀୟ ଶତାଧିକ କର୍ମକର୍ତ୍ତା ମାନେ ବିଧାୟକ ପ୍ରାର୍ଥୀ ଶ୍ରୀ ପାଟ୍ଟଯୋଶୀଙ୍କ ସହ ଉପସ୍ଥିତ ରହି ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ତେନ୍ତୁଳିଖୁଣ୍ଟି ଚାଉଳ ଦୁର୍ନୀତି କୁ ନେଇ ପ୍ରଶାସନ ଓ ଜନ ପ୍ରତିନିଧି ଙ୍କ ଉପରେ ବର୍ଷିଲେ_ଜିଲ୍ଲା ଆପ୍ ଆବାହକ

Sunil Chandra Nayak

ସି ପି ଆଇ ଏମ୍ ପକ୍ଷରୁ ଲେନିନ୍ ଙ୍କ ୧୫୬ ତମ ଜନ୍ମ ଜୟନ୍ତୀ ପାଳିତ

masiha

ବିଜେପି ରୁ ପ୍ରାର୍ଥୀପତ୍ର ଦାଖଲ କଲେ ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ମନୋଜ ମେହେର

masiha

Leave a Comment

error: Content is protected !!