ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ହଇଚଇ ସୃଷ୍ଟି କରୁଛି ଅନିଲ ମେହେର ଙ୍କ ନିର୍ବାଚନ ପ୍ରଚାର

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ହଇଚଇ ସୃଷ୍ଟି କରୁଛି ଅନିଲ ମେହେର ଙ୍କ ନିର୍ବାଚନ ପ୍ରଚାର

ପାଟଣାଗଡ଼, ଗ୍ରୀଷ୍ମ ତାତି ସାଂଗକୁ ବଢ଼ୁଛି ନିର୍ବାଚନୀ ତାତି । ଯେତେ ପାଖେଇ ଆସୁଛି ନିର୍ବାଚନ । ପ୍ରାର୍ଥୀମାନଙ୍କ ପ୍ରଚାର ବି ପ୍ରଖର ହେବାରେ ଲାଗିଛି । ଏହି କ୍ରମରେ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ଅନିଲ ମେହେର ଜୋର୍‌ସୋର୍‌ ପ୍ରଚାର ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ହଇଚଇ ସୃଷ୍ଟି କରିଛି । ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଗାଁକୁ ଗାଁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରୁଛନ୍ତି ଅନିଲ ମେହେର । କଂଗ୍ରେସ ଗେରେଣ୍ଟି ଯାହା କହିଛି ତାହା ନୀଛେ କରିବ କହିବା ସହ ଆଗାମୀ ସମୟରେ କ’ଣ ସବୁ କାମ କରାଯିବ, ସେ ସଂପର୍କରେ ପ୍ରତିଶ୍ରୁତି ଦେଉଛନ୍ତି । ସବୁଠୁ ବଡ଼ କଥା ହେଲା, ପ୍ରତି ଗାଁରେ ଅନିଲ ମେହେର ଙ୍କୁ ଯଥେଷ୍ଟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଉଥିବା ନଜରକୁ ଆସିଛି । ଅନିଲ ଙ୍କ ଧୁମ୍‌ ଧଡ଼ାକା ପ୍ରଚାର ମଇଦାନ୍‌ ଅନେକାଂଶରେ ଜନସମୁଦ୍ର ଭଳି ମନେ ହେଉଛି । ତେବେ କଂଗ୍ରେସ ସପକ୍ଷରେ ହାତ ଚିହ୍ନରେ ଭୋଟ୍‌ ଦେଇ ରାହୁଲ ଗାନ୍ଧୀ ଙ୍କ ବିକାଶ ଧାରାରେ ସାମିଲ୍‌ ହେବା ପାଇଁ ପ୍ରତ୍ୟେକ ଭୋଟର୍‌ଙ୍କୁ ନିବେଦନ କରୁଛନ୍ତି ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ଅନିଲ ମେହେର।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ୨ ଜଣ ନାମାଙ୍କନ ପତ୍ର ଦାଖଲ

masiha

ନୂଆପଡ଼ା ଜିଲ୍ଲା କୋମନା ଏବଂ ଖରୀଆର ରୋଡ ରେ ବିଜେପି କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା ଦେବୀଙ୍କ ମାରାଥନ ନିର୍ବାଚନ ପ୍ରଚାର 

masiha

ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବ ରୁ ଜିଲ୍ଲା କଂଗ୍ରେସ ସଭାପତି ସହ ଉପସଭାପତି ଅଜିତ ପୁରୋହିତ ଥାନା ରେ ଅଟକ 

Sunil Chandra Nayak

Leave a Comment

error: Content is protected !!