ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୋଦୀଙ୍କ ଟାର୍ଗେଟରେ ନବୀନ । କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ ୧୦ଟି ଗାଁର ନାଁ । ସେ ଲୋକଙ୍କ ଦୁଃଖ ଜାଣିନାହାଁନ୍ତି, ସ୍ୱପ୍ନ ଜାଣିନାହାଁନ୍ତି

ମୋଦୀଙ୍କ ଟାର୍ଗେଟରେ ନବୀନ । କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ ୧୦ଟି ଗାଁର ନାଁ । ସେ ଲୋକଙ୍କ ଦୁଃଖ ଜାଣିନାହାଁନ୍ତି, ସ୍ୱପ୍ନ ଜାଣିନାହାଁନ୍ତି

ବଲାଙ୍ଗୀରରେ ବିଜେଡି ସରକାରକୁ ଘେରିବା ସହ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ସିଧା ସିଧା ରାଜ୍ୟ ସରକାରକୁ ତୀର ମାରିବା ସହିତ, ଏଥର ନବୀନ ପ୍ରଚାର କରିବାକୁ ଆସିଲେ ତାଙ୍କୁ କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ବିନା କାଗଜ ଧରି ପଚାରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ମୋଦୀ ।

ବଲାଙ୍ଗୀରରେ ମୋଦୀ କହିଛନ୍ତି, ଏବେ ଆପଣଙ୍କ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବାକୁ ଆସିଛନ୍ତି । ତାଙ୍କୁ ବାଜା ବଜାଇ, ବିଦାୟ ଦେଇଦିଅନ୍ତୁ । ଯେବେ ନବୀନ ବାବୁ ଏଠାକୁ ନିର୍ବାଚନ ପ୍ରଚାରରେ ଆସନ୍ତି, ତାଙ୍କୁ ଭେଟିଲେ ବିନା କାଗଜ ଧରି କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ପଚାରିବେ । ସେ ୧୦ଟି ଗାଁ ର ନାଁ କହିପାରିବେ ନାହିଁ । ଏତେ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ, ଯେଉଁଠି ନିର୍ବାଚନ ଲଢିବାକୁ ଆସୁଛନ୍ତି, ସେ ସେହି ଅଞ୍ଚଳର ୧୦ଟି ଗାଁର ନାଁ କହିପାରୁନାହାଁନ୍ତି । ସେ ଲୋକଙ୍କ ଦୁଃଖ ଜାଣିନାହାଁନ୍ତି, ଲୋକଙ୍କ ସ୍ୱପ୍ନ ଜାଣିନାହାଁନ୍ତି, ସାମର୍ଥ୍ୟ ଜାଣିନାହାଁନ୍ତି ବୋଲି କହିବା ସହ ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ ।

ସେପଟେ ଜୁନ୍ ୪ ତାରିଖ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଜୁନ୍ ୧୦ ତାରିଖରେ ବିଜେପି ଓଡିଶାରେ ସରକାର ଗଢିବା ସହିତ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ମୋଦୀ କହିଛନ୍ତି । ବିଜେପିର ମୁଖ୍ୟମନ୍ତ୍ରୀ ସେ ବନିବେ, ଯିଏ ଓଡିଶା ମାଟିରେ ଜନ୍ମ ହେଇଛି । ଯିଏ ଏଠାକାର ସଂସ୍କୃତି ସହ ବଞ୍ଚିଛି, ଭଗବାନ ଜଗନ୍ନାଥଙ୍କ ଚରଣରେ ବଡ ହେଇଛି । ଏହା ହେଉଛି ମୋଦୀର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଲୋକଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଆପଣ ୨୫ ବର୍ଷ ଧରି ବିଜେଡିକୁ ଅବସର ଦେଲେ । ବିଜେଡି ନେତାଙ୍କ ଘର ହେଇଗଲା, ଗାଡି ହେଇଗଲା । ହେଲେ ଏହାପରେ ବି, ଏଠାକାର ଲୋକ ଦାଦନ ପାଇଁ ପଳାୟନ ହେବାକୁ ବାଧ୍ୟ ହେଉଛି । ଖାଲି ସେତିକି ନୁହେଁ, ବିଜେଡି ସରକାର ଚାଷୀଙ୍କ ସହ ବଡ ଧୋକା କରିଛି । ଏଠି ଧାନ ଚାଷୀଙ୍କୁ ଏମଏସପି ମିଳୁନି । ଏଠି ଧାନ ମଣ୍ଡିରେ ଘୋଟାଲା ହେଉଛି । ଚାଷୀଙ୍କ ବଡ ଅଂଶ କଟନୀ ଛଟନୀରେ ପଳାଉଛି । ୫୦୦ରୁ ୬୦୦ ଟଙ୍କା କଟିଯାଉଛି ।

ଏଥର ଓଡିଶା ବିଜେପି କହିଛି, ୩୧୦୦ ଟଙ୍କାରେ ଏମଏସପି ଧାନ ଚାଷୀଙ୍କୁ ମିଳିବ । ଯେମିତି ଧାନ ନେବୁ, ୪୮ ଘଣ୍ଟାରେ ଆପଣଙ୍କ ଖାତାରେ ସିଧା ଟଙ୍କା ଜମା ହେଇଯିବ । ଛତିଶଗଡରେ ବିଜେପି ମଧ୍ୟ ଗ୍ୟାରେଣ୍ଟି ଦେଇଥିଲା । ଆଉ ପ୍ରଥମ ୩୦ ଦିନରେ ଗ୍ୟାରେଣ୍ଟି ପୂରା କରିଦେଲୁ । ଆପଣଙ୍କ ଜୀବନରେ ପରିବର୍ତ୍ତନର ଗ୍ୟାରେଣ୍ଟି ମୋଦୀ ଦେଉଛି । ଯେବେ ପର୍ଯ୍ୟନ୍ତ ଏଠି ବିଜେଡିର ସରକାର ରହିଛି, ଲାଭାର୍ଥୀଙ୍କୁ ପୂରା ହକ୍ ମିଳିପାରିବନି ବୋଲି କହିବା ସହ ଡବଲ୍ ଇଞ୍ଜିନର ନାରା ଦେଇଥିଲେ ମୋଦୀ ।

ବଲାଙ୍ଗିର ରୁ ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

୫ କେଜି ଚାଉଳ କେନ୍ଦ୍ର କାଟି ଦେଇଥିବା ରୁ କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୋଦ୍ଧରେ ବିଜେଡିର ବିକ୍ଷୋଭ

Sunil Chandra Nayak

କେନ୍ଦ୍ରର ବିଜେପି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବା ବିରୋଧରେ ଜାମଦା ବିଜେଡି ବ୍ଳକ ସ୍ତରୀୟ ବିକ୍ଷୋଭ ଓ ଗଣ ଧାରଣା

Sunil Chandra Nayak

ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

masiha

Leave a Comment

error: Content is protected !!