ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭି କେ ପାଣ୍ଡିଆନଙ୍କ ରାଉରକେଲା ରେ ପ୍ରଚାର 

ଭି କେ ପାଣ୍ଡିଆନଙ୍କ ରାଉରକେଲା ରେ ପ୍ରଚାର 

ରାଉରକେଲା:ଆଜି ନବୀନ ଓଡ଼ିଶା ଅଧ୍ଯକ୍ଷ ତଥା ବିଜେଡି ର ଷ୍ଟାର ପ୍ରଚାରକ ଭି.କେ.ପାଣ୍ଡିଆନ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ର ସେକ୍ଟର -୨ ଦୁର୍ଗାପୂଜା ପଡ଼ିଆ ରେ ସାଧାରଣ ସଭା ରେ ଯୋଗ ଦେଇଥିଲେ। ଏହି ଅବସରରେ ନିଜ ଅଭିଭାଷଣରେ ରେ ନବୀନ ବାବୁଙ୍କ ରଘୁନାଥପାଲୀ କୁ ଭଲ ପାଇବା ଉଲ୍ଲେଖ କରି ଗତଥର ଆସିଥିବା ବେଳେ ଯେଉଁ ସବୁ କାର୍ଯ୍ୟ ର ଚିଠା ନେଇଥିଲେ ତାହାର ହିସାବ ଉପସ୍ଥାପନା କରିଥିଲେ। ଚଳିତ ନିର୍ବାଚନ ରେ ସାଂସଦ ପ୍ରାର୍ଥୀ ପଦ୍ମଶ୍ରୀ ଦିଲୀପ ତିର୍କୀ ଓ ରଘୁନାଥପାଲୀ ବିଧାୟକ ପ୍ରାର୍ଥୀନୀ ଅର୍ଚ୍ଚନା ରେଖା ବେହେରା ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ବିଜୟୀ କରିବାକୁ ଉପସ୍ଥିତ ବିଶାଳ ଜନସମାବେଶ କୁ ଅନୁରୋଧ କରିଥିଲେ। ସେ ଦୃଢ଼ତା ର ସହ କହିଥିଲେ ଆସନ୍ତା ନିର୍ବାଚନ ରେ ବିଜେଡି ଭଲ ପ୍ରଦର୍ଶନ କରି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଈଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିରୋଧୀ ଙ୍କୁ ଟାର୍ଗେଟ କରି କହିଥିଲେ ଯେ ଯଦି ଏହା ନହୁଏ ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ। ଏହି ଚାଲେଞ୍ଜ କୁ ଯଦି ବିରୋଧି ଙ୍କ ସତସାହାସ ଅଛି ତେବେ ଆସନ୍ତୁ। ସେ କହିଥିଲେ ଏବେ ବହୁ ଟ୍ଯୁରିଷ୍ଟ ବା ଆଗନ୍ତୁକ ଆସିବେ ବଡ ବଡ କଥା କହିବେ ତା ସହିତ ନବୀନ ବାବୁଙ୍କୁ ଗାଳି ଦେବେ ମାତ୍ର ଦରକାର ବେଳେ କାହାର ଦେଖା ନଥିବ। ତେଣୁ ଆପଣମାନେ ଏ ମାନଙ୍କୁ ଚିହ୍ନନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସାଢେ଼ ଚାରି କୋଟି ଜନତା ଙ୍କୁ ନିଜର ପରିବାର ର ସଦସ୍ୟ ଭାବରେ ନିଜର ସେବା ଦେବା ସହ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଓ ତା ସହ ବିଏସକେଓ୍ବ।ଇ କାର୍ଡ ସମସ୍ତ ପରିବାର ଙ୍କୁ ରୋଗ ବ୍ୟାଧି ରୁ ଭଲ ହେବା ପାଇଁ ନୂତନ ଆଶା ସଞ୍ଚାର କରିଛି।ଏଥର ନିର୍ବାଚନ ଇସ୍ତାହାରରେ ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଦେୟ ଛାଡ ସହ ଯୁବ ବର୍ଗଙ୍କ ପାଇଁ ୧୦ବର୍ଷ କୁ ଏକ ଲକ୍ଷ କୋଟି ର ପ୍ୟାକେଜ ଓଡ଼ିଶା କୁ ବିକାଶ ର ନୂତନ ସୋପାନ ରେ ପହଞ୍ଚାଇବ। ତେଣୁ ଆସନ୍ତା ୨୦ ତାରିଖ ଯୋଡ଼ି ଶଙ୍ଖ ରେ ଭୋଟ ଦେଇ ବିଜୟୀ କରିବାକୁ ସେ ଆହ୍ବାନ କରିଥିଲେ। ଏହି ଅବସରରେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ପଦ୍ମଶ୍ରୀ ଦିଲୀପ ତିର୍କୀ ଓ ରଘୁନାଥପାଲୀ ବିଧାୟକ ପ୍ରାର୍ଥୀନୀ ଅର୍ଚ୍ଚନା ରେଖା ବେହେରା ନିଜ ନିଜର ଅଭିଭାଷଣ ରେ ଏ ଅଞ୍ଚଳର ବିକାଶ ଉପରେ ନିଜ ର ମତାମତ ରଖି ଆସନ୍ତା ନିର୍ବାଚନ ରେ ଭୋଟ ଦେବାପାଇଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ହଜାର ହଜାର ସଂଖ୍ୟା ରେ କର୍ମୀ ଶୁଭେଛୁ ଓ ସମର୍ଥକ ଙ୍କ ସମାବେଶ ହୋଇଥିଲା। ସେହିପରି ପୂର୍ବାହ୍ନରେ କୋଏଲ ନଗର ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶ୍ରୀ ପାଣ୍ଡିଆନ ଅବସରପ୍ରାପ୍ତ ଆରଏସପି କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଉଦବୋଧନ ଦେଇ ରାଉରକେଲା ବିଧାନସଭା ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ବିଜୟୀ କରିବାକୁ ଅନୁରୋଧ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସମାଜ ବାଦୀ ପାଟି ର ବିଧାୟକ ପ୍ରାଥୀ ପ୍ରଶାନ୍ତ କୁମାର ଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

masiha

ରାଇରଙ୍ଗପୁରରେ ବିଜେପି ତରଫରୁ ଜାତୀୟ ଯୁବ ଦିବସ ପାଳିତ

Sunil Chandra Nayak

କୋଶଲରାଏଜ୍ ମୁକ୍ତି ମୋର୍ଚ୍ଛା ବ୍ଳକ ସଭାପତି ଭାବେ କିରଣ କୁମାର ଧଙ୍ଗଡା ମାଝୀଙ୍କୁ ଚୟନ

masiha

Leave a Comment

error: Content is protected !!