ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଂଗ୍ରେସ୍ ର ଯୁବ ନେତା ତଥା ଓକିଲ ବିଭୂତି ଭୂଷଣ ମହାଖୁଡ଼ ଙ୍କ ଅକାଳ ବିୟୋଗ

କଂଗ୍ରେସ୍ ର ଯୁବ ନେତା ତଥା ଓକିଲ ବିଭୂତି ଭୂଷଣ ମହାଖୁଡ଼ ଙ୍କ ଅକାଳ ବିୟୋଗ

ମ,ରାମପୁର, ୧୧/୫( ମସୀହା):- କଳାହାଣ୍ଡି ଜିଲ୍ଲାର ଆଗ ଧାଡ଼ି ର ଯୁବନେତା ତଥା ଓକିଲ ବିଭୂତି ଭୂଷଣ ମହା ଖୁଡ (୪୯)ଙ୍କ ଅକାଳ ବିୟୋଗ ଘଟିଛି । ପ୍ରାପ୍ତ ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ରେ ତାଙ୍କର ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରେ ପରଲୋକ ହୋଇଛି । ସେ ଛାତ୍ର ଜୀବନ ରୁ କଂଗ୍ରେସ ଦଳ ରେ ସାମିଲ ହୋଇ ଛାତ୍ର କଂଗ୍ରେସ ,ଯୁବ କଂଗ୍ରେସ , ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭାପତି ରହି ସମ୍ପ୍ରତି ଓଡ଼ିଶା ପ୍ରଦେଶ କଂଗ୍ରେସ ର ସଦସ୍ୟ ତଥା ଜିଲ୍ଲା ସମ୍ପାଦକ ରହି ନିଜର ଦାୟିତ୍ଵ ସମ୍ପନ୍ନ କରି ଆସିଥିଲେ । ଚଳିତ ସାଧାରଣ ନିର୍ବାଚନ ରେ ମଧ୍ୟ ନିଜକୁ ସକ୍ରିୟ ଭାବରେ ସାମିଲ କରିଥିବା ବେଳେ ଗତ ଦୁଇ ଦିନ ହେଲା ତାଙ୍କରି ଦେହ ଅସୁସ୍ଥ ହୋଇ ଥିଲା । ତେବେ ଗତ କାଲି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା ଏବଂ ସେ ସେଠାରେ ରାତି ସାଢେ଼ ଦୁଇ ଘଣ୍ଟା ସମୟ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଆଜି ତାଙ୍କରି ମର ଶରୀର କୁ ନିଜ ଜନ୍ମ ମାଟି ମ,ରାମପୁର ପଞ୍ଚାୟତ ଗୌଡ଼ କେଲା ଅଣାଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ପାଇଁ ଆସି ଶୋକ ସଂତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ । ସ୍ବର୍ଗତ ମହାଖୁଡ଼ ମ,ରାମପୁର ଓକିଲ ସଂଘ ର ସଦସ୍ୟ ଥିବା ସହିତ ଚନ୍ଦ୍ର ମଣି ନାଟ୍ୟ ସଂଘ ର ସହ ସମ୍ପାଦକ, ମ,ରାମପୁର ସାର୍ବଜନୀନ ଦୁର୍ଗା ପୂଜା କମିଟି ର ସମ୍ପାଦକ ଓ ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ସାମିଲ ରହି ସକ୍ରିୟ ଭାବରେ କାମ କରି ଆସୁଥିଲେ । ଗାଁ ମଶାଣୀ ରେ ତାଙ୍କରି ଶେଷ କୃତ୍ୟ ସଂପନ୍ନ ହୋଇଥିବା ବେଳେ ଚିର କୁମାର ରହି ଥିବା ସ୍ବର୍ଗତ ମହାଖୁଡଙ୍କ ବୃଦ୍ଧ ପିତା ଓ ସାନ ଭାଇ ଙ୍କ ପରିବାର ଗାଁ ରେ ରହିଛନ୍ତି । ସ୍ବର୍ଗତ ମହାଖୁଡ୍ ଙ୍କ ବିୟୋଗ ରେ କଳାହାଣ୍ଡି ଜିଲ୍ଲା ରେ ଶୋକ ର ଛାୟା ଖେଳି ଯାଇଛି ।

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ 

Related posts

ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତା ଭାରତ କୁ ବିଶ୍ୱ ମହାକାଶ ଗବେଷଣା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ମିଳିଛି : ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର 

Sunil Chandra Nayak

ରଚନା ସାହୁଙ୍କୁ ନ୍ୟାୟ ପାଇଁ ନିଜ ଜନ୍ମ ମାଟିରେ କେଣ୍ଡେଲ ରାଲି  

masiha

ସରକାରୀ ପ୍ରାଥମିକ ସେବାଶ୍ରମ ବିଦ୍ଯାଳୟର ବାର୍ଷିକ ଉତ୍ସବ 2024 ପାଳିତ

masiha

Leave a Comment

error: Content is protected !!