ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମ କୁମାରୀ ତରଫରୁ ମାତୃ ଦିବସ ପାଳନ 

ବ୍ରହ୍ମ କୁମାରୀ ତରଫରୁ ମାତୃ ଦିବସ ପାଳନ 

ରାଉରକେଲା:ମାତୃ ଦିବସ ହେଉଛି ମା ମାନଙ୍କ ସମ୍ମାନ ପାଇଁ ଉତ୍ସର୍ଗୀକୃତ। ସେକ୍ଟର ୨୦ସ୍ଥିତ ବ୍ରହ୍ମକୁମାରୀ ଅନୁଷ୍ଠାନ ତରଫରୁ ମାତୃ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଦାୟିତ୍ଵରେ ଥିବା ରାଜଯୋଗିନୀ ଅଞ୍ଜଳୀ ଭଉଣୀ ନିଜ ଜୀବନରେ ମା’ଙ୍କ ପ୍ରଭାବ ସମ୍ପର୍କରେ ଆଲୋଚନା କରିବା ସହ ଏବଂ ଏଥିରେ ମା’ମାନଙ୍କର ଭୂମିକାକୁ ସ୍ପଷ୍ଟ ଏବଂ ସରଳ ଭାବରେ ଦର୍ଶାଇବା ପାଇଁ କାହାଣୀ, ଉପନ୍ୟାସ ଏବଂ ବାର୍ତ୍ତା ମାଧ୍ୟମରେ ଜଣାଇଥିଲେ ଯେ ମାତା ହେଉଛନ୍ତି ଶିବ ଶକ୍ତି ଏବଂ ଯାହାଙ୍କ କରୁଣା ଦ୍ଵାରା ସମାଜରୁ ବିଷାକ୍ତ ମନୋଭାବ ଦୂର ହୋଇ ଏକ ସୁସ୍ଥ ସମାଜ ଗଠନ ହେଉଛି। ଏହି ଧାରାବାହିକରେ ମା ଏବଂ ଭଉଣୀମାନଙ୍କ ଦ୍ୱାରା ପରିଚାଳିତ ବ୍ରହ୍ମାକୁମାରୀ ଅନୁଷ୍ଠାନ ସମାଜରେ ବିଗତ ଆଠ ଦଶକରୁ ଉର୍ଦ୍ଦ ହେବ,ଏକ ଅବିସ୍ମରଣୀୟ ଚିହ୍ନ ରଖିବାରେ ସହାୟକ ହୋଇଛି ।ଆମ ଅନୁଷ୍ଠାନର ଅନେକ ମାତା ସେମାନଙ୍କର ପାରିବାରିକ ଦାୟିତ୍ଵ ସନ୍ତୁଳିତ କରି ଏବଂ ବୃତ୍ତିଗତ ଭୂମିକା ସହ ସମାଜ କଲ୍ୟାଣ ଦିଗରେ କାର୍ଯରତ । ମାତୃ ଦିବସ ବ୍ୟକ୍ତି ଏବଂ ସମ୍ପ୍ରଦାୟ ଗଠନରେ ମାତାମାନଙ୍କର ଅମୂଲ୍ୟ ଭୂମିକାକୁ ମନେ ପକାଇଥାଏ | ଅନେକ କାର୍ଯ୍ୟକଳାପ ଏବଂ ପଦକ୍ଷେପ ମାଧ୍ୟମରେ ଆମ ଅନୁଷ୍ଠାନ ଆମ ସମ୍ପ୍ରଦାୟ ମଧ୍ୟରେ ମାତୃଗଣଙ୍କ ମଙ୍ଗଳ ପ୍ରଚାର କରି କୃତଜ୍ଞତା ଜଣାଇବା ସହ ସହାୟତା ପ୍ରଦାନ କରି ମାତୃ ଦିବସ ପାଳନ କରିଥିଲା | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆତିଥି ରୂପେ ଶିକ୍ଷାବିତ୍ ମଞ୍ଜୁଲତା ପାଢ଼ୀ, ଆଇଜିଏଚ ନର୍ସିଂ ସ୍କୁଲର ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଗୋଥ, ବିନୋଦିନୀ ନନ୍ଦ, ରାଜଯୋଗିନୀ ବି କେ ଅଞ୍ଜଳି ନିଜର ଜୀବନ ଅନୁଭବ ତଥା ମା ମାନଙ୍କର ଭୂମିକା ବିଷୟରେ ଆଲୋକପାତ କାଠ କରିଥିଲେ । ପରେ ସମସ୍ତେ ରାଜଯୋଗ ପ୍ରାଣାୟମ ଅଭ୍ୟାସ କରି ସମସ୍ତ ମାଆଙ୍କୁ ସଶକ୍ତ ହେବାକୁ ଆବାହନ କଲେ । ସସ୍ମିତା ଭଉଣୀ ମଞ୍ଚ ସଂଯୋଜନା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁଙ୍କୁ ମିଳିଲା ରାଷ୍ଟ୍ରୀୟ ଗୌରବ ସମ୍ମାନ

masiha

ପିକଅପ ଗାଡି ଦୁର୍ଘଟଣା ଗ୍ରସ୍ତ ପ୍ରସଙ୍ଗ, ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ

Sunil Chandra Nayak

ଖାଦ୍ୟ ଓ ପାନୀୟ ଜଳ ପାଇଁ ବନ୍ୟ ଜନ୍ତୁ ଗାଁ ମୁହାଁ, ସମାଜ ସେବୀ ଙ୍କ ପ୍ରଚେଷ୍ଟା

masiha

Leave a Comment

error: Content is protected !!