ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଭୀମଭୋଇ ସାହିତ୍ୟ ଆଲୋଚନା
ସନ୍ଥକବି ଭୀମଭୋଇଙ୍କ କାଳଜୟୀ ରଚନାର ପଟାନ୍ତର ନାହିଁ……
ରାଉରକେଲା : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ରାଉରକେଲା ଆନୁକୁଲ୍ୟରେ ସନ୍ଥକବି ଭୀମଭୋଇଙ୍କ ସ୍ମୃତିରେ ଏକ ସାହିତ୍ୟ ଆଲୋଚନା ସଭା ଓ କବିତା ପାଠ କାର୍ଯ୍ୟକ୍ରମ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ସଭାପତି ବ୍ରଜେନ୍ଦ୍ର ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ଵାଳଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥଭାବେ କଲଚରାଲ
ଏକାଡେମୀ ସଭାପତି ପଶୁପତି ନାଥ ଚାଟାର୍ଜୀ ଏବଂ ମୁଖ୍ୟବକ୍ତା ଭାବେ ବେଦବ୍ୟାସ ଗୁରୁକୂଳ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ ଉମାକାନ୍ତ ପଣ୍ଡା ଯୋଗଦାନ କରି ଭୀମଭୋଇଙ୍କ ସାହିତ୍ୟ ଓ ମହିମା ଧର୍ମ ବାବଦରେ ଆଲୋଚନା କରିଥିଲେ। ସର୍ବପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଭୀମଭୋଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରାଯାଇ ଉତ୍ସବକୁ ଉଦଘାଟିତ କରାଯାଇଥିଲା। ସଂସଦର ବରିଷ୍ଠ ସଦସ୍ୟ ସ୍ବର୍ଗତ ଜଳଧର ପ୍ରଧାନଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସାଧାରଣ ସଂପାଦକ ସ୍ବାଗତ ସମ୍ଭାଷଣ ଦେଇ ଭୀମଭୋଇଙ୍କ ସୁଦୂର ପ୍ରସାରି କାଳଜୟୀ ସାହିତ୍ୟରେ ନାରୀ ଜାଗରଣର ବାର୍ତ୍ତା ର ରୂପରେଖ ବିଷୟରେ କହିଥିଲେ। ମୁଖ୍ୟ ବକ୍ତା ଓ ମୂଖ୍ୟ ଅତିଥି ଭୀମଭୋଇଙ୍କ କାଳଜୟୀ ସାହିତ୍ୟ ଓ ଭଜନ ସମୂହ କିପରି ମହିମା ଧର୍ମକୁ ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ସମସ୍ତ ରାଜ୍ୟକୁ ପ୍ରସାରିତ ହୋଇଥିଲା,ସେ ବାବଦରେ ଆଲୋଚନା କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ କବିତା ପାଠ କାର୍ଯ୍ୟକ୍ରମ ରେ ଗାଳ୍ପିକ ବିକ୍ରମ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା କରିଥିବା ବେଳେ କବି ବିଜୟିନୀ ଜେନା ଓ ସହ ସାଧାରଣ ସମ୍ପାଦକ ଗୌତମ ଦାସ ସଂଯୋଜନା କରିଥିଲେ। ଡ କିଶୋରୀ ଦାଶ, ମଞ୍ଜୁଳା ରଥ, ରଶ୍ମିବାଳା ରାଉତରାୟ, ସବିତା ବସ୍ତିଆ, ସୁଶାନ୍ତ କୁମାର ନାୟକ, ବିଜୟିନୀ ଜେନା, ସତ୍ୟବ୍ରତ ଦାସ, ଗୀତାରାଣୀ ବେହେରା, ରବୀନ୍ଦ୍ର ନାଥ ମହାନ୍ତି, ଗୌତମ ଦାସ, ନିରୁପମା ଦାଶ, ଉପେନ୍ଦ୍ର ବସ୍ତିଆ, ବ୍ରଜ ବିହାରୀ ଦାଶ, ନୃସିଂହ ଚରଣ ବିଶ୍ଵାଳ, ବିଭୁ ପ୍ରସାଦ ନାୟକ, ଅଜୟ କୁମାର ମହାନ୍ତି ପ୍ରମୁଖ କବି ସ୍ବରଚିତ କବିତା ପାଠ କରିଥଲେ। କବି ରାଜୀବ ପାଣି, ରାଜ କୁମାର୍ ମହାନ୍ତି, ବଳରାମ ଦାସ, ହୃଦାନନ୍ଦ ପଟେଲ, ଡ ସୁମନ ଦତ୍ତ, ଅକ୍ଷୟ ସାମଲ, ସୁକାନ୍ତ ମହାପାତ୍ର, ଡ ଶକ୍ତି ପ୍ରସାଦ ସାମନ୍ତରାୟ, ଡ଼ ଅନଙ୍ଗ କୁମାର ପ୍ରହରାଜ, ଅଜିତ କୁମାର୍ ଗୌଡ଼,ସେକ୍ ଗୁଫରାଟ, ଅଶୋକ କୁମାର୍ ମହାନ୍ତି, ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ବହୁ କବି ଓ ଲେଖକ ଯୋଗଦାନ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍


