ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଶିମିଳିପାଳ ନର୍ସିଂ କଲେଜରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ

ରାଇରଙ୍ଗପୁର ଶିମିଳିପାଳ ନର୍ସିଂ କଲେଜରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ

 ମୟୂରଭଞ୍ଜ – ୧୩/୦୫ ( ମସିହା)ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମ ଦିବସକୁ ସମଗ୍ର ବିଶ୍ବରେ ନର୍ସ ଦିବସ ଭାବେ ପାଳନ କରା ଯାଇଆସୁଛି । ସ୍ବାସ୍ଥ୍ୟ ସେବାରେ ନର୍ସ ମାନଙ୍କ ଭୂମିକା ଅବର୍ଣ୍ଣନୀୟ ଓ ଅନ୍ୟନ୍ଯ । ସ୍ବାସ୍ଥ୍ୟ ସେବାରେ ସେମାନେ ହେଉଛନ୍ତି କର୍ଣ୍ଣଧାର ।ଯୁଦ୍ଧ,ରୋଗ,ଭୂମିକମ୍ପ,କରୋନା,ମହାମାରୀ, ଦୁର୍ଘଟଣା ସମୟରେ ସେମାନଙ୍କର ସେବା ,ତ୍ୟାଗ,ବଳିଦାନ, କର୍ତ୍ତବ୍ୟ ପରାୟଣ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ରକ୍ଷା ତାହାକୁ ମାନବ ସମାଜ ଓ ଇତିହାସ କେବେ ଭୁଲି ପାରିବ ନାହିଁ । ରୋଗୀଙ୍କ ଚିକିତ୍ସା ଓ ଔଷଧ ଲେଖିବା ଡାକ୍ତରଙ୍କ ଭୂମିକା ଯେମିତି ମହତ୍ତ୍ଵପୂର୍ଣ୍ଣ ସେହିଭଳି ରୋଗୀଙ୍କୁ ଚିକିତ୍ସା,ସେବା ଓ ଉତ୍ତମ ବ୍ୟବହାର ଦେଖାଉଥିବା ନର୍ସର ଭୂମିକା ଅନନ୍ୟ । ରବିବାର ଦିନ ରାଇରଙ୍ଗପୁର ର ଦୁଵୁଲାବେଡା ଗ୍ରାମରେ ସ୍ଥାପିତ ହୋଇଥିବା ସିମିଳିପାଳ ନର୍ସିଂ କଲେଜରେ ଆନ୍ତର୍ଜାତିକ ନର୍ସ ଦିବସ ଡାଇରେକ୍ଟର ଇଂ ଉମାକାନ୍ତ ମହାନ୍ତଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ନର୍ସିଂ କଲେଜର ଅଧ୍ୟକ୍ଷା ସୋନାଲି ହେମ୍ବ୍ରମ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଟେକ୍ନୋଓ୍ବାର୍ଲଡ ଅଧ୍ୟକ୍ଷ ଶିକ୍ଷାବିତ୍ ଲଳିତ ପ୍ରଧାନ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଦାରା ସିଂ ମହାନ୍ତ ଯୋଗ ଦେଇଥିଲେ ।ପ୍ରଥମେ ସମସ୍ତେ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅତିଥି ଗଣ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଅମ୍ଳାନ ପ୍ରତିଭା ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ଭବାନୀ ଶଙ୍କର ମହାନ୍ତି,ନର୍ସିଂ କଲେଜ ପ୍ରଶିକ୍ଷିକା ମୌସୁମୀ ଗିରି,ପ୍ରଶିକ୍ଷିକା ପ୍ରଜ୍ଞା ଦାସ,ଵୁଦୁଜ ମାଝୀ,ଅଜୟ ମହାପାତ୍ର, ପ୍ରଦ୍ୟୁମ୍ନ ଦତ୍ତ,ତାପସ ମହାନ୍ତ, ସୂର୍ଯ୍ୟକାନ୍ତ ମହାନ୍ତ,ଶିପୁନ ମହାନ୍ତ, ଗୌତମ ମହାନ୍ତଙ୍କ ସମେତ ଛାତ୍ର ଛାତ୍ରୀ ଯୋଗ ଦେବା ସହ ପରିଚାଳନାୟେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ବୈଠକ

masiha

ରାସ୍ତା ଉପରେ ଡ୍ରେନ ପାଣି ଏନ ଏ ସି ଅସହାୟ

masiha

ଆମପାଣି ଠାରେ ବିଜୁ ଏକ୍ସପ୍ରେସ ୱେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!