ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତେନ୍ତୁଳିଖୁଣ୍ଟି ବ୍ଲକ ରେ 82 ପ୍ରତିଶତ ହୋଇଥିବା ବେଳେ ବିଚ୍ଛିନ୍ନାଞ୍ଚଳ ରେ ଦୁଇ ବୁଥ ରେ 80 ପ୍ରତିଶତ ପୋଲିଂ

ତେନ୍ତୁଳିଖୁଣ୍ଟି ବ୍ଲକ ରେ 82 ପ୍ରତିଶତ ହୋଇଥିବା ବେଳେ ବିଚ୍ଛିନ୍ନାଞ୍ଚଳ ରେ ଦୁଇ ବୁଥ ରେ 80 ପ୍ରତିଶତ ପୋଲିଂ

ତେନ୍ତୁଳିଖୁଣ୍ଟି ୧୩/୦୫/୨୪ // ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ତେନ୍ତୁଳିଖୁଣ୍ଟି ବ୍ଲକ 81 ବୁଥ ମଧ୍ୟରୁ ଦୁଇଟି ବୁଥ ବିଚ୍ଛିନ୍ନାଞ୍ଚଳ ପାଞ୍ଚ ଗ୍ରାମ ପାଇଁ ଚଳିତ ନିର୍ବାଚନ ରେ କରାଯାଇ ଥିଲା । 268 ନମ୍ବର ବୁଥ ଟାଙ୍ଗନୀକୋଟ ରେ ବାଗ୍ରା ଝଲା ଗୁଡା ଓ ଉକ୍ତ ଗ୍ରାମ ର 158 ଭୋଟର ଥିବା ବେଳେ 140 ଭୋଟ ପଡ଼ିଛି। 269 ନମ୍ବର ବୁଥ ଗୁରୁମାୟୀ ଗୁଡା ରେ ତଲଙ୍ଗ ଓ ଗୁରୁ ମାଇ ଗୁଡା ର 288 ଭୋଟର ଥିବା ବେଳେ 225 ଜଣ ମତଦାନ ସାବ୍ୟସ୍ତ କରିଛନ୍ତି। ଦୁଇଟି ବୁଥ କୁ ପୋଲିଂ ଅଫିସର ସମେତ ପୋଲିଂ କର୍ମଚାରୀ ଙ୍କୁ ନେବା ଆଣିବା ବ୍ୟବସ୍ଥା ଓ ରହିବା ବ୍ୟବସ୍ଥା ବ୍ଲକ ପ୍ରଶାସନ ଯୋଗାଇ ଦେଇଥିଲେ। ପୋଲିଂ ବୁଥ କୁ ଭୋଟର ଙ୍କୁ ଆଣିବା ପାଇଁ ମଧ୍ୟ ସୁବିଧା କରିଥିଲା ପ୍ରଶାସନ। ଭୋଟର ପୋଲିଂ ଅଧିକାରୀ ଓ କର୍ମଚାରୀ ଙ୍କ ପାଇଁ ରହିବା ଯାତାୟତ ଖାଦ୍ୟ ପାନୀୟ ସୁବିଧା କରାଯାଇଛି । ଏହି ଟିମ୍ ର ସୁରକ୍ଷା ପାଇଁ ପୋଲିସ ଓ ଓଡରଫ ବାହିନୀ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ପଞ୍ଚାୟତ ନିର୍ବାଚନରେ ମଞ୍ଚା ଗାଁ ଗ୍ରାମ ପଞ୍ଚାୟତ ର ଜଳବନ୍ଦୀ ବିଚ୍ଛନ୍ନାଳବାସୀଙ୍କ ପାଇଁ ସ୍ଵତନ୍ତ୍ର ବୁଥ ହୋଇଥିବା ବେଳେ ସାଧାରଣ ନିର୍ବାଚନ ରେ ପ୍ରଥମ ଥର ପାଇଁ ହେଉଛି। ଭୋଟର ଡଙ୍ଗା ପାରି ହୋଇ କେନ୍ଦୁ ଗୁଡ଼ା ରେ ଭୋଟ ଦେଉଥିଲେ ,ଏବେ ନିଜ ଗ୍ରାମ ନିକଟରେ ଭୋଟ ଦେଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଇ ଭି ଏମ ତ୍ରୁଟି ପାଇଁ ମଞ୍ଚା ଗାଁ ଓ ପରଜା ଦେଓପାଲି ରେ ଭୋଟ ଦାନ ବିଳମ୍ବିତ ହୋଇଛି।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ପକ୍କା ରାସ୍ତା କରାଯାଉନଥିବାରୁ ଖୁଣ୍ଟିଆଗୁଡ଼ାବାସୀଙ୍କ ଭୋଟ ବର୍ଜନ : ପୋଲିଂ କର୍ମଚାରୀ ଓ ଅଧିକାରୀ ବସି ରହିଲେ

masiha

ଭୁବନ ରେ ବିଜେପି ର ମହିଳା ସମାବେଶ

Sunil Chandra Nayak

ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ 

Sunil Chandra Nayak

Leave a Comment

error: Content is protected !!