ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୮ ତମ ଜନ୍ମ୍ ମହୋତ୍ସବ ପାଳିତ 

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୮ ତମ ଜନ୍ମ୍ ମହୋତ୍ସବ ପାଳିତ 

ରାଉରକେଲା:ବିଶ୍ଵ ବରେଣ୍ୟ ସନ୍ଥ ତଥା ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ପ୍ରତିଷ୍ଠାତା ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୮ ତମ ଜନ୍ମ୍ ମହୋତ୍ସବ ଗତକାଲି ମଇ ୧୩ ତାରିଖରେ ସମଗ୍ର ବିଶ୍ୱର ୧୯୦ ରୁ ଅଧିକ ଦେଶରେ ବେଶ୍ ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇ ଯାଇଛି। ସ୍ଥାନୀୟ ରାଉରକେଲା ଆର୍ଟ ଅଫ୍ ଲିଭିଂ ପରିବାର ଆନୁକୁଲ୍ୟରେ ଏହି ଉପଲକ୍ଷେ ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ସହରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରାତଃ ୬.୩୦ରେ ସ୍ଥାନୀୟ ସେକ୍ଟର ୨ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର, ସେକ୍ଟର ୬ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ, ଉଦିତନଗର ସ୍ଥିତ ଶ୍ରୀ ଶ୍ରୀ ସ୍ପେସ୍, ଛେଣ୍ଡ କଳିଙ୍ଗ ବିହାର (ଫେଜ୍ ୨, ଏଚ୍ ଆଇ ଜି ୨ ) ଠାରେ ସାଧକ ମାନଙ୍କ ପାଇଁ ସୁଦର୍ଶନ କ୍ରିୟା ରେ ଶହ ଶହ ଶ୍ରଦ୍ଧାଳୁ ଅଂଶଗ୍ରହଣକରିଥିଲେ। ଦିନ ଦଶ ଘଟିକା ଠାରୁ ସେକ୍ଟର ୨ ବସ୍ ଷ୍ଟାଣ୍ଡ ଠାରେ ସର୍ବତ ଓ ଫଳ ବିତରଣ କରାଯାଇଥିଲା ଏବଂ ସହରାଞ୍ଚଳରେ ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ସେବା କାର୍ଯ୍ୟକ୍ରମ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା। ସନ୍ଧ୍ୟାରେ ସ୍ଥାନୀୟ ଭଞ୍ଜ ଭାବନ ଠାରେ ସତସଙ୍ଗ ତଥା ସାଂସ୍କୃତିକ ସଂଧ୍ୟା ରେ ବିପୁଳ ସଂଖ୍ୟାରେ ଜନ ସାଧାରଣ ଯୋଗ ଦେଇଥିଲେ। ଭଜନ ସଂଧ୍ୟା ରେ ଜାତୀୟ ସ୍ତର ରେ ପ୍ରସିଦ୍ଧ ‘ସୁମେରୁ ସନ୍ଧ୍ୟା’ ଗାୟିକା କ଼ୁମାରୀ ତନ୍ମୟୀ ମିଶ୍ର ତଥା ଅନ୍ୟ ଆର୍ଟ ଅଫ୍ ଲିଭିଂ ଭଜନ ଗାୟକ ମାନଙ୍କ ସଂଗୀତ କୁ ଦର୍ଶକ ମାନେ ଉପଭୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବେଦବ୍ୟାସ ପୀଠର ଉନ୍ନତିକରଣ ଦାବି

masiha

ରାଷ୍ଟ୍ରିୟ ବାଳବୈଜ୍ଞାନିକ ପ୍ରଦର୍ଶନୀ ଓ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ 

masiha

ନିଶାମୁକ୍ତ ଭାରତ ଅଭିଯାନ ସଚେତନତା ଶିବିର 

Sunil Chandra Nayak

Leave a Comment

error: Content is protected !!