ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ତାପଦର – ସରବେଡା ସୀମା ରାସ୍ତା ନିର୍ମାଣ କାର୍ଯ୍ଯରେ ବିଭାଗୀୟ ଇଞ୍ଜିନିୟର ଓ ଠିକାଦାର ଙ୍କ ସଲାସୁତୁରା ନିମ୍ନମାନର କାର୍ଯ୍ଯକୁ ନେଇ ଭିଜିଲାନ୍ସ ତଦନ୍ତ ଦାବି

ପଣ୍ତାପଦର – ସରବେଡା ସୀମା ରାସ୍ତା ନିର୍ମାଣ କାର୍ଯ୍ଯରେ ବିଭାଗୀୟ ଇଞ୍ଜିନିୟର ଓ ଠିକାଦାର ଙ୍କ ସଲାସୁତୁରା ନିମ୍ନମାନର କାର୍ଯ୍ଯକୁ ନେଇ ଭିଜିଲାନ୍ସ ତଦନ୍ତ ଦାବି

ମୋହନଗିରୀ:୧୫/୦୫ – (ମନିସ):- ଗମନାଗମନ ସୁବିଧା ପାଇଁ ଗ୍ରାମ୍ଯ ଉନ୍ନୟନ ବିଭାଗ ଦ୍ବାରା କୋଟି କୋଟି ଟଙ୍କା ବ୍ଯୟରେ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ଅନୁପସ୍ଥିତି ଠିକାଦାର ଙ୍କ ମେଟ ଓ ମୁନସିଙ୍କ ଦ୍ବାରା ନିମ୍ନମାନର ରାସ୍ତା ନିର୍ମାଣ ହେଉଥିବା ଯୋଗୁଁ ଅଧିକାଂଶ ସ୍ଥାନରେ ନିର୍ମାଣ କରାଯାଉଥିବା ରାସ୍ତାର ଅବସ୍ଥା ଅଳ୍ପ ଦିନ ମଧ୍ୟରେ ଭୂଷୁଡି ପଡୁଥିବା ଭଳି ଦୃଶ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଏଭଳି ଏକ ସଙ୍ଗିନୀ ଅଭିଯୋଗ କରିଛନ୍ତି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ ଅନ୍ତର୍ଗତ ମୋହନଗିରୀ ପଞ୍ଚାୟତ ପଣ୍ତାପଦର ଓ ସରବେଡା ଗ୍ରାମର ବାସିନ୍ଦା। ପଣ୍ତାପଦର ଓ ସରବେଡା ସିମାନ୍ତ  ଓ ଚାରି ଜିଲ୍ଲା କୁ ସଂଯୋଗ କରୁଥିବା ନିର୍ମାଣ ଧିନ ରାସ୍ତାରେ ବିଭାଗୀୟ ଜେଇ ଓ ଠିକାଦାର ଅନୁପସ୍ଥିତ ରହୁଛନ୍ତି। ଠିକାଦାର ଙ୍କ ମେଟ ଓ ମୁନସିଙ୍କ ଦ୍ବାରା ନିମ୍ନମାନର ରାସ୍ତା ନିର୍ମାଣ କୁ ନେଇ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି। ତେବେ ଠିକାଦାର ଙ୍କ କର୍ମଚାରୀ ନେପାଳ ଯୋଷୀ ନାମକୁ ମାତ୍ର ଏକ ବୋର୍ଡ ଲୋକଙ୍କୁ ଦେଖା କେଉଁ ଆଡେ ସେହି ସୂଚନା ବୋର୍ଡ କୁ ଫିଙ୍ଗି ଦେଇ ଦାଦାଗିରି କରୁଥିବା ଭଳି ସଙ୍ଗିନୀ ଅଭିଯୋଗ ମଧ୍ୟ କରିଛନ୍ତି। ସୂଚନା ବୋର୍ଡ ନଥିବା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ଯ ଉପରେ କୌଣସି ସୂଚନା ମିଳିପାରୁନାହିଁ, ଅନ୍ଯପଟେ ସରପଞ୍ଚ ଓ ସମିତି ସଭ୍ଯଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ନିର୍ମାଣଧିନ ରାସ୍ତାରେ ୧ କୋଟି ୫୭ ଲକ୍ଷ ଟଙ୍କାରେ ମାତ୍ର ୧ କିଲୋମିଟର ୩୦୦ ମଟର ରାସ୍ତା ନିର୍ମାଣ କରାଯାଉଛି, ୧ କିଲୋମିଟର ୩୦୦ ମିଟରୁ ତନ୍ମଧ୍ୟରୁ ପୂର୍ବରୁ ଏହା ପଞ୍ଚାୟତ ସମିତି ମ.ରାମପୁର ତରଫରୁ ୪୦୦ ମିଟର ଖଲିଆ ମାଟି ରହିଥିବାରୁ ସେଠାରୁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା,ଏହି କଂକ୍ରିଟ ରାସ୍ତା ଉପରେ ପୁଣି କିଛି କିଛି ସିମେଣ୍ଟ ପାଣି ପକାଇ ରାସ୍ତା କାମ କରି ସାଇଟରେ ମାଟି କିଛି ପକାଇ ଇଞ୍ଜିନିୟର ଓ ଠିକାଦାର ଉଭୟଙ୍କ ମଧୁଚନ୍ଦ୍ରିକାରେ ଅର୍ଥ ହରିଲୁଟ କରିଥିବା ନେଇ ସର୍ବସାଧାରଣ ଅଭିଯୋଗ କରି ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ତେବେ ଖବର ପ୍ରସାର ହେବା ପରେ ବିଭାଗ ପକ୍ଷରୁ କେଉଁ ଭଳି ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଏବେ ଦେଖିବାକୁ ବାକି ରହିଲା।

ମୋହନଗିରୀ ରୁ ସୁବାସ ଚନ୍ଦ୍ର ମନହିରାଙ୍କ ରିପୋର୍ଟ

Related posts

ବିଦ୍ୟୁତ୍ ତାରରେ ଅକସ୍ମାତ ନିଆ ଲାଗି ବଡ ଧରଣ ଦୁର୍ଘଟଣା ରୁ ରକ୍ଷା ପାଇଲେ ଜନସାଧାରଣ

Sunil Chandra Nayak

ତେଜୁଛି ଜିଲ୍ଲା ମାନ୍ୟତା ଦାବୀ ,  ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୪୦ ଦିନରେ

masiha

ଶ୍ରୀଜଗନ୍ନାଥଙ୍କ ଜମିଜବର ଦଖଲ : ତଦନ୍ତ ପାଇଁ ଉପ ଜିଲ୍ଲାପାଳଙ୍କୁ ଭେଟିଲେ ଜନମଙ୍ଗଳ, ରାସୋଳର ସେବକ,ସେବିକା 

Sunil Chandra Nayak

Leave a Comment

error: Content is protected !!