ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାସ୍ତା କଡରେ ବସିଥିବାଲୋକଙ୍କ ଉପରେ ମାଡିଗଲା କାର, ୧ ମୃତ ୫ ଗୁରୁତର 

ରାସ୍ତା କଡରେ ବସିଥିବାଲୋକଙ୍କ ଉପରେ ମାଡିଗଲା କାର, ୧ ମୃତ ୫ ଗୁରୁତର 

ଜୁନାଗଡ଼,୧୬/୫(ମ ନି ସ) ଜୁନାଗଡ଼ ଥାନା ଅନ୍ତର୍ଗତ ମହିଚଲା ଜାତୀୟ ରାଜପଥ ୨୬ ଉପରେ ବଡ ଧାରଣ ର ସଡ଼କ ଦୁର୍ଘଟଣା ଘଟି ରାସ୍ତା ପାର୍ଶ୍ବରେ ବସିଥିବା ଲୋକ ମାନଙ୍କ ଉପରେ ଚଢିଯାଇଥିଲା ।ଫଳରେ ଘଟଣା ସ୍ଥଳରେ ଜଣେ ମୃତ ହୋଇଯାଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ ଜୁନାଗଡ଼ ପଟରୁ ଗୋଟିଏ ନୂତନ କିଆ କାର ଗାଡି OD01AX2225 ମୋଟେର ଆଡ଼କୁ ଦୃତ ଗତିରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ବରେ ବସିଥିବା ୬ଜଣ ବ୍ୟକ୍ତିଙ୍କ ଉପରକୁ ମାଡ଼ି ଯାଇଥିଲା ଫଳରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ୫ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡାକ୍ତରଖାନା କୁ ନିଆଯାଇଛି ।ମୃତ ବ୍ୟକ୍ତି କୋକସରା ଥାନା ଅନ୍ତର୍ଗତ ଜଳତାମୁଣ୍ଡା ଗ୍ରାମର ଲୟମୁଣ୍ଡା ( ୩୫) ବୋଲି ଜଣା ପଡ଼ିଛି। ସେ ନିଜ ଶ୍ଵଶୁର ଘର ମହିଚଳା କୁ ଆସିଥିଲେ । ଦୁର୍ଘଟଣା ଘଟାଇଥିବା ମୁଖିଗୁଡ଼ା ଗ୍ରାମର ପ୍ରଦ୍ୟୁମ୍ନ ମହାନ୍ତି ଏବଂ ତାଙ୍କ ବାପା ଓ ଅନ୍ୟଜଣ ବ୍ୟକ୍ତିଙ୍କୁ ଜୁନାଗଡ଼ ପୋଲିସ ଥାନା କୁ ନେଇ ତଦନ୍ତ ଚଳାଇଛି । ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ଉପରେ ସବ ରଖି କ୍ଷତିପୂରଣ ଦାବୀ ନେଇ ଧାରଣା ରେ ବସିଛନ୍ତି ଫଳରେ ଜୁନାଗଡ଼ ରୁ ମୋଟର ଯାତାୟାତ ଠପ୍ ରହିଥିବାବେଳେ ଉଭୟ ପାର୍ଶ୍ଵରେ ଅନେକ ଯାନବାହାନ ଅଟକି ରହିଥିଲା।ଏ ସଂକ୍ରାନ୍ତରେ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହେବା ସହିତ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବଜାତ ଶିଶୁପୁତ୍ର ଅଲୋଡା ! ଶିଶୁର ମୃତଦେହକୁ ଝୁଣୁଥିବା କୁକୁର ମୁହଁରୁ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର 

ଗୋରୁମହିଷାଣୀ ଥାନା! ଷୁଣ୍ଢଳ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅଧରେ ଗୋମାଫିଆଙ୍କ ଗୋରୁ ଵୋଝୋଇ ସ୍କୋର୍ପିଓ

masiha

ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ : ସ୍କୁଲରେ ତାଲା ପକାଇଲେ ଲୋକେ, ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଘେରାଉ କଲେ ଲୋକେ

Sunil Chandra Nayak

Leave a Comment

error: Content is protected !!