ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡ:-ତା.୧୭/୦୫-ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ତା ୧୭.୦୫.୨୦୨୪ ରିଖ ଶୁକ୍ରୁବାର ଦିନ ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମ ରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିସରରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର କାର୍ଯକ୍ରମ, ମଧ୍ୟସ୍ଥତା ସମାଧାନ, ଆଇନସେବା ପ୍ରାଧିକରଣର ଆକ୍ଟ ୧୯୮୭, ଜାତୀୟ ଆଇନ ସେବା ପ୍ରାଧିକରଣର ଟୋଲଫ୍ରି ନମ୍ବର ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ଦାରା ପ୍ରଦାନ କରାଯାଉଥିବା ବିଭିନ୍ନ ସହାୟତା ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଏଥିରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ଏସ.ଏ.କେ ଜାହିରା ଅହମଦ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲା ଆଇନସେବା ପ୍ରାଧିକରଣ ର ପାନେଲ ଓକିଲ ଶ୍ରୀ ସୀତାରାମ ପଣ୍ଡା, ରାୟଗଡା ଜିଲ୍ଲା ଆଇନସେବା ପ୍ରାଧିକରଣ ପ୍ରଣ୍ଟ ଅଫିସ ରିଟେନର କିଶୋର ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରା ଲିଗାଲ ଭଲ୍ୟୁଣ୍ଟର ଟୁନି ଜାକକା, କୁମାରୀ ବାଡତ୍ୟା, ରାମଚନ୍ଦ୍ରପୁର ଗ୍ରାମର ଅଙ୍ଗନବାଡି କର୍ମୀ ଓ ମହିଳା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I ନିଜର ବକ୍ତବ୍ୟରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଅଧ୍ୟକ୍ଷ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ I ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ନିଜର ବକ୍ତବ୍ୟରେ ଜାତୀୟ ଆଇନ ସେବା ପ୍ରାଧିକରଣର ଟୋଲଫ୍ରି ନମ୍ବର ମହିଳା ମାନଙ୍କୁ ଜଣାଇଥିଲେ ଓ ବିଭିନ୍ନ ଅସୁବିଧା ସମୟରେ ଏହି ନମ୍ବର ର ସୁବିଧା ନେବା ପାଇ କହିଥିଲେ I ପରିଶେଷରେ ଶ୍ରୀମତି ପଣ୍ଡା ନିଜର ବକ୍ତବ୍ୟରେ ଆଇନ ସେବା ପ୍ରାଧିକରଣର ଆଇନ ଓ ମଧ୍ୟସ୍ଥତା କେନ୍ଦ୍ରରେ ସମାଧାନ କରାଯାଉଥିବା ବିଭିନ୍ନ ବିବାଦ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ I କାର୍ଯ୍ୟକ୍ରମ ପରିଶେଷରେ ଏକ ଖୋଲା ଆଲୋଚନାରେ ଉପସ୍ଥିତ ଅତିଥିମାନେ ଅଂଶଗ୍ରହଣକାରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ରପୁର ଗ୍ରାମର ପାରା ଲିଗାଲ ଭଲ୍ୟୁଣ୍ଟର ଓ ମହିଳା ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସଂକୀର୍ଣ୍ଣ ପୋଲ ସାଜିଲା ଦୁର୍ଘଟଣାର କାରଣ, ଟ୍ରକ ଚାପାରେ ବାଇକ୍ ଆରୋହୀଙ୍କ ଜୀବନ ଗଲା

Sunil Chandra Nayak

ବଡ଼ପାଞ୍ଜିଆରୀଗୁଡା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳନ 

masiha

୧୩ ଦଫା ଦାବି ନେଇ ଓମସା, ରାଇରଙ୍ଗପୁର ଶାଖାର ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!