ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗର ବିଜେଡି ବିଧାୟକ ପ୍ରାଥୀ ଧ୍ରୁବ ଙ୍କ ଶୋଭାଯାତ୍ରା ସମୟରେ ଫୁଟୁଥିବା ବାଣପଡି ଜଳିଗଲା ଘର

ରାଜନଗର ବିଜେଡି ବିଧାୟକ ପ୍ରାଥୀ ଧ୍ରୁବ ଙ୍କ ଶୋଭାଯାତ୍ରା ସମୟରେ ଫୁଟୁଥିବା ବାଣପଡି ଜଳିଗଲା ଘର

କେନ୍ଦ୍ରାପଡ଼ା :-ରାଜନଗର ବ୍ଲକ ହାତିନା ଗ୍ରାମରୁ ବିଜୁ ଜନତାଦଳର ଶୋଭାଯାତ୍ରା ବାହାରୁଥିଲା ।ରାଜନଗର ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ଧୃବ ସାହୁ ଶୋଭାଯାତ୍ରାରେ ଯାଉଥିବା ବେଳେ କର୍ମୀମାନେ ବାଣ ଫୁଟାଉଥିଲେ । ହାତିନା ଛକରେ ଥିବା ରମେଶଚନ୍ଦ୍ର ରାଉତଙ୍କ ଘର ଯାହାକୁ କି, ବିଶ୍ଵନାଥ ରାଉତ ଭଡାରେ ରହୁଛନ୍ତି । ବିଜେଡି କର୍ମୀ ମାନେ ଫୁଟାଉଥିବା ବକ୍ସ ବାଣ  ଫୁଟୁଥିବା ବେଳେ ବାଣ ରୁ ଝରୁ ଥିବା ନିଆଁ ଗୁଲ ରମେଶଙ୍କ ଘର ଉପରେ ଛିଟିକି ପଡିଥିଲା । ଚାହୁଁ ଚାହୁଁ ନିଆଁ ଲାଗିଯାଇଥିଲା। ପରିସ୍ଥିତି ବଡ ଜଟିଳ ହୋଇ ଯାଇଥିଲା ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଘର ଭିତରୁ ଜିନିଷପତ୍ର ଉଦ୍ଧାର କରି ଆଣି ପାରି ନ ଥିଲେ,ଅଗ୍ନି କାଣ୍ଡ ସମୟରେ ଟିଭି ଓ ଅନ୍ୟକିଛି ଆସବାବପତ୍ର ନଷ୍ଟ ହୋଇଯାଇଛି । ଶୋଭାଯାତ୍ରାରେ ଯାଉଥିବା । ବିଧାୟକ ପ୍ରାର୍ଥୀ ଶ୍ରୀ ସାହୁ ଶୋଭାଯାତ୍ରା ଯାତ୍ରା ବନ୍ଦ କରି ରମେଶଙ୍କ ଘରକୁ ଯାଇ ସମବେଦନା ଜଣାଇବା ସହ ଘର ଛପର ପାଇଁ ସଂପୂର୍ଣ ସହାୟତା ଦେବେ ବୋଲି ପ୍ରତି ଶୃ ତି ଦେଲା ପରେ ସେଠାରେ ଉତେଜନା କମିଥିଲା । ଯାହାକୁ ନେଇ ଭିନ୍ନ ଚର୍ଚ୍ଚା ରହିଛି । ଅପରପକ୍ଷରେ ଖବରପାଇ କଂଗ୍ରେସର ବିଧାୟକ ପ୍ରାର୍ଥୀ ଅଶୋକକୁମାର ପ୍ରତିହାରୀ କ୍ଷତି ଗ୍ରସ୍ତ ଅଗ୍ନି ବିପନ୍ନ ରମେଶଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ରାଜ୍ୟ ସ୍ତରୀୟ ‘ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ସାନପାଖଣା ସରକାରୀ ଉଚ୍ଚ ପ୍ରାଥମିକ ଵିଦ୍ଯାଳୟର ଶିକ୍ଷୟତ୍ରୀ ଉର୍ମିଳା ପାଢୀ ମନୋନୀତ

Sunil Chandra Nayak

ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ ଦିବସ

masiha

ସିବିଏସ୍ଇ ଦଶମ ବୋର୍ଡ଼ ପରୀକ୍ଷା , ଧର୍ମଗଡ଼ ର ଛାତ୍ର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁଙ୍କ କୃତିତ୍ୱ। ୯୯.୨% ନମ୍ବର ରଖି କୃତକାର୍ଯ୍ୟ…

Sunil Chandra Nayak

Leave a Comment

error: Content is protected !!