ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେକେ କାଗଜ କଳ ପକ୍ଷରୁ ଥଣ୍ଡା ଜଳ ବିଶୋଧନ ଯନ୍ତ୍ର ପ୍ରଦାନ

ଜେକେ କାଗଜ କଳ ପକ୍ଷରୁ ଥଣ୍ଡା ଜଳ ବିଶୋଧନ ଯନ୍ତ୍ର ପ୍ରଦାନ

ରାୟଗଡ଼ା ସ୍ଥିତ ଜେକେ କାଗଜ କଳ ର ମହିଳା ମଣ୍ଡଳ ର ସଭାପତି ଶ୍ରୀମତୀ ଶ୍ୱେତା ଦ୍ୱିବେଦୀ ଓ ଉପସଭାପତି ଶ୍ରୀମତୀ ନୀତା ଦ୍ୱିବେଦୀ ଙ୍କ ଦ୍ଵାରା ତା ୨୦-୦୫-୨୪ ଦିନ କୋଲନରା ବ୍ଲକ୍, ଦୁନ୍ଦୁଲୀ ଗ୍ରାମ ପଞ୍ଚାୟତ ସ୍ଥିତ ପାର୍ବତୀ ନଗର ଏଡୁକେସନାଲ୍ କମ୍ପ୍ଲେକ୍ସ ,କସ୍ତୁରବା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ କୁ ଥଣ୍ଡା ଜଳ ବିଶୋଧନ ଯନ୍ତ୍ର ପ୍ରଦାନ କରାଯାଇଛି।ଆଗାମୀ ଗ୍ରୀଷ୍ମ ପ୍ରବାହ କୁ ଆଖି ରେ ରଖି ଉକ୍ତ ଜଳ ବିଶୋଧନ ଯନ୍ତ୍ର କୁ ପ୍ରଦାନ କରାଯାଇଥିଲା । ଏହା ଦ୍ଵାରା ୧୫୬ ଜଣ ଛାତ୍ର ଛାତ୍ରୀ ଉପକୃତ ହେବେ।ଏଡୁକେସନାଲ୍ କମ୍ପ୍ଲେକ୍ସ ର ସୁପରିଟେଣ୍ଡେଣ୍ଟ କୁମାରୀ ଅହଲ୍ୟା ନାଥ ଭୂରି ଭୂରି ପ୍ରଶଂସା କରିବା ସହ ମହିଳା ମଣ୍ଡଳ ର କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଛଅ ଦଫା ଦାବିନେଇ ଜୁନାଗଡ ଓଷ୍ଟାର ଗୋଷ୍ଠୀଶିକ୍ଷାଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ 

Sunil Chandra Nayak

ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ-୨୦୨୬ର ଶୁଭାରମ୍ଭ

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୁର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା 

masiha

Leave a Comment

error: Content is protected !!