ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାବଧାନ ଲୋକାଲ ବସରେ ମାତି ଛନ୍ତି ଅଣ ଓଡ଼ିଆ ମହିଳା ଲୁଟେରା

ସାବଧାନ ଲୋକାଲ ବସରେ ମାତି ଛନ୍ତି ଅଣ ଓଡ଼ିଆ ମହିଳା ଲୁଟେରା

କାମାକ୍ଷାନଗର (ମନିସ )21/5/24 // କାମାକ୍ଷା ଉପଖଣ୍ଡ ତୁମୁସିଂହା ଥାନା ଅଧୀନ କଣ୍ଟାପାଳ ଗ୍ରାମ ର ପ୍ରେମଲତା ମହାଖୁଡ଼ ଙ୍କ ଠାରୁ 20 ଗ୍ରାମ ଓଜନ ର ଏକ ସୁନା ଅଳଂକାର ଲୁଟିନେଛନ୍ତି. ସୂଚନା ମୁତାବକ ଲୁଟର ଶିକାର ହୋଇଥିବା ମହିଳା ଢେଙ୍କାନାଳ ଟାଉନ ତାରିଣୀ ନଗର ବସଷ୍ଟାଣ୍ଡ ରୂ ଅଁଳାବେରେନି ଅଭିମୁଖେ ବସ ରେ ଆସିଲେ, ପୂର୍ବ ଯୋଜନା ମୁତାବକ ପୂର୍ବରୁ 4 ଜଣ ଅଣ ଓଡ଼ିଆ ମହିଳା ସେଇ ବସ ରେ ଢେଙ୍କାନାଳ ଟାଉନ ଷ୍ଟେସନ ଛକ ବସ ଷ୍ଟାଣ୍ଡ ରୂ ଚଢି ସରିଥିଲେ, କିନ୍ତୁ ଉତ୍କ ଅଣ ଓଡ଼ିଆ ମହିଳା ମାନେ କୌଶଳ କ୍ରମେ ଶ୍ରୀମତୀ ମହାଖୁଡ଼ ଙ୍କ ଭେନିଟି ରୂ 20 ଗ୍ରାମ ଓଜନ ର ସୁନା ହାର ଲୁଟି ନେଲେ. କିନ୍ତୁ ଏସବୁ ଜାଣି ନପାରି ଶ୍ରୀମତୀ ମହାଖୁଡ଼ ଘରେ ପହଂଚିବାର ଦୁଇ ଘଣ୍ଟା ପରେ ଦେଖିଲା ବେଳକୁ ସୁନା ହାର ଚୋରି ହୋଇଯାଇଛି. ପ୍ରାୟ ଦିନ ଦଶ ଘଟିକା ତିରିଶ ମିନିଟ ସମୟ ରେ ଗାଡି ରୂ ଓଲ୍ହେଇ ଘରକୁ ଯାଇଥିଲେ, କିନ୍ତୁ ଅଣ ଓଡିଆ ମହିଳା ମାନେ କାମଖା ନଗର ପାଇଁ ticket କାଟିଥିବା ବେଳେ, ନୂଆ ମହୁଲି ଠାରେ ଉଲ୍ଲାହିଁ ଶ୍ରୀମତୀ ମହାଖୁଡ଼ ଙ୍କୁ ପିଛା କରି, ପୈତୃକ ଘରେ ଆସି ପଚାରି ଛନ୍ତି., ଆଉ ଅଧିକ କିଛି ଆଶା ରେ ପୁନର୍ବାର ଆସିଥିବା ର cc ଟିଭି କ୍ୟାମେରା ରେ ଜଣା ପଡୁଛି. ଏ ସଂକ୍ରାନ୍ତରେ ତୁମୁସିଂହା ଥାନା ରେ ଲିଖିତ ଭାବେ ଶ୍ରୀମତୀ ମହାଖୁଡ଼ ଜଣାଇ, ନିଜ ଲୁଟ ସୁନାର ଫେରିପାଇବ ପାଇଁ ଆଶା ରଖିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଦିନ ଦିପହରରେ ମୋବାଇଲ୍ ଓ ଟିଭି ମରାମତି ଦୋକାନରେ ଚୋରି

Sunil Chandra Nayak

ବେଆଇନ୍ ଆନ୍ତଃ ରାଜ୍ୟ ଜୁଆ ରାକେଟର ପର୍ଦ୍ଦାଫାସ : ୪ ଜଣ ଅଭିଯୁକ୍ତଙ୍କ ଗିରଫ ସହ ନଗଦ ୨୦ ଲକ୍ଷ ଟଙ୍କା, ୩ଟି କାର୍ ଏବଂ ସୁନା ଗହଣା ଜବତ୍

ଦୁଷ୍କର୍ମ ମାମଲାରେ ଗିରଫ ହେଲେ ଯୁବକ

masiha

Leave a Comment

error: Content is protected !!