ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ଆସିବେ ମା ଅସ୍ଥାୟୀ ମନ୍ଦିରରେ ନଅ ଦିନ ପାଇବେ ପୂଜା 

ଆଜି ଆସିବେ ମା ଅସ୍ଥାୟୀ ମନ୍ଦିରରେ ନଅ ଦିନ ପାଇବେ ପୂଜା 

ବନ୍ଧୁଗାଁ ତା,୨୧/୫/୨୪, ବନ୍ଧୁଗାଁ ପଞ୍ଚାୟତର ବନ୍ଧୁଗାଁ ଗ୍ରାମ ଠାରେ ଆଜି ମା ଇଦାଲାମା ଆସିବେ ଓ ଅସ୍ଥାୟୀ ମନ୍ଦିରରେ ପାଇବେ ନଅ ଦିନ ଧରି  ପୂଜା I ତା ୨୦ ରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଗାଁ ଘଟ ଯାତରା I ମାଙ୍କ ଦର୍ଶନ ପାଇଁ ଦୂର ଦୁରାନ୍ତରୁ ବନ୍ଧୁ ବାନ୍ଦବଙ୍କୁ ଖବର ଦେଇ ନିଜ ନିଜ ଘରକୁ ଡାକିଥାନ୍ତି I ଏହି ନଅ ଦିନ ଯାକ ମାଙ୍କ ପାଇଁ ଧୁମ ଧାମ ସହ ପୂଜା କରିଥାନ୍ତି I ମାଙ୍କ ଆଶ୍ରିର୍ବାଦ ପାଇଁ ଦୂର ଦୂରରୁ ଭକ୍ତ ଆସି ପହଁଞ୍ଚି ଥାନ୍ତି I ମାଙ୍କ ନାମରେ ଅନେକ ଭକ୍ତ ମନତ ମଧ୍ୟ କରିଥାନ୍ତି I ମନତ ମାଗିଥିବା ଭକ୍ତ ମନତ ସମ୍ଫୁର୍ଣ ହୋଇଥଲେ ମାଙ୍କ ନିକଟରେ ଛେଳି, କୁକୁଡ଼ା, ପାରା, ଇତ୍ୟାଦି ବଳିଦାନ କରିଥାନ୍ତି I ବନ୍ଧୁଗାଁ ଗ୍ରାମର ରକ୍ଷକ ପାଇଁ ମା ଇଦଲାମା, ବାଙ୍ଗାରାମା, ଵୃଦାଲାମା ଗାଁ ଲୋକଙ୍କ ପାଇଁ ସବୁବେଳେ ରକ୍ଷକ ଭାବରେ ଜଗୀ ରହିଥାନ୍ତି I ଏହି ଗାଁ ଠାକୁରାଣୀ ଘଟ ଯାତରା ବହୁତ ଭଲରେ ଓ ଶାନ୍ତି ଶୃଙ୍ଖଳା ସହ ୯ ଦିନ ମଧ୍ୟରେ ଦୁଇଦିନ ଲୋକଙ୍କ ମନରୋଞ୍ଜନ ପାଇଁ ଭଲ ପ୍ରୋଗ୍ରାମ ଓ ନାଟକ ର ଆୟୋଜନ ମଧ୍ୟ କରାଯାଇଥାଏ I ଯାତରା ଦେଖିବା ପାଇଁ ଆଖ ପାଖ ଭକ୍ତ ପହଁଞ୍ଚି ଦିନରେ ଅଧିକ ଖରା ଯୋଗୁଁ ରାତିରେ ମନ ରଞ୍ଜନ ପାଇଁ ଘଟ ଯାତରା ଦେଖି ଭରପୁର ସମୟର ଲାଭ ଉଠାଇଥାନ୍ତି I ପୂଜାର ପୂଜକ ହେଲେ ଆପାରାଓ ଓ ପୂଜାର ପରିଚାଳନା ସଭାପତି ଏନ. ଚନ୍ଦ୍ରଶେଖର, ସମ୍ଫାଦକ ଏନ. ଆନାଜି, ଉପ ସଭାପତି ଡ଼ି. ଏଙ୍କାଟି ଓ ଗ୍ରାମର ଆଗ ଧାଡିର ବୟସ୍କ ବ୍ୟକ୍ତିଗଣ ଓ ଆଇନ ଯିବି ଏବଂ ନୂତନ ଯୁବପିଡି ଙ୍କ ସହଯୋଗେ କ୍ରମେ ଗ୍ରାମରେ ରହିଥିବା ଚାରି ଠାକୁରଙ୍କୁ ପୂର୍ବ ପୁରୁଷଙ୍କ ପରମ୍ଫରା ନିତି ନିୟମ ଅନୁଯାଇ ପ୍ରତ୍ୟକ ବର୍ଷ ଗାଁ ଠାକୁରାଣୀ ଘଟ ଯାତରା ଅଣା ଯାଇଥାଏ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ସୁନ୍ଦରଗଡ଼ଠାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ

Sunil Chandra Nayak

ବିସ୍ଥାପିତ ପରିବାର ମହିଳା ସଦସ୍ୟଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ  

masiha

ମାଟିଗାଁ ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!