ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଖରିଫ ଋତୁ ପାଇଁ କୃଷକ ସାଥି ଙ୍କ ବୈଠକ 

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଖରିଫ ଋତୁ ପାଇଁ କୃଷକ ସାଥି ଙ୍କ ବୈଠକ 

ତେନ୍ତୁଳିଖୁଣ୍ଟି ୨୨/୦୫/୨୪ // ଆସନ୍ତା ଖରିଫ ଋତୁ ରେ ତେନ୍ତୁଳିଖୁଣ୍ଟି ବ୍ଲକରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ କଣ ସବୁ ପଦକ୍ଷେପ ନେବାକୁ ଯାଉଛି ସେ ନେଇ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଚଳିତ ଖରିଫ ଚାଷ ପୂର୍ବରୁ ଜମିର ଉର୍ବରତା ବୃଦ୍ଧି ପାଇଁ 180 ହେକ୍ଟର ଜମିରେ ଧନିଚା ଚାଷ କରାଯିବା କୁ ଲକ୍ଷ୍ୟ ରଖା ଯାଇ ଥିବା ସୂଚନା ଦେଇଥିଲେ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ ସୂଚନା ଦେଇଥିଲେ। ଏଣୁ ସମସ୍ତ କୃଷକ ସାଥି ନିଜ କ୍ଷେତ୍ର ର ଇଛୁକ ଚାଷୀଙ୍କ ତାଲିକା ଓ ସେମାନଙ୍କ ଜମି ପଟ୍ଟା,ବ୍ୟାଙ୍କ୍ ଆକାଉଣ୍ଟ ଖାତା ଓ ଆଧାର କାର୍ଡ ଆଣି 25 ମଇ ସୁଦ୍ଧା ଦାଖଲ କରିବା କୁ କୁହା ଯାଇଥିଲା। କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତେନ୍ତୁଳିଖୁଣ୍ଟି ରେ 2024 -25 ବର୍ଷ ପାଇଁ ଖରିଫ ଗୃତୁର ବିଭାଗୀୟ ଯୋଜନା ସମ୍ପର୍କରେ ସୂଚନା କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତି କରାଯାଇଛି।ଚଳିତ ଖରିଫ ରେ ବାସ୍ନା ଚାଉଳ ଚାଷ କୁ ପ୍ରୋତ୍ସାହନ ଦିଆଯିବ ଏବଂ ମିଶ୍ରିତ ଚାଷ ମକା ଓ ହରଡ କରିବାକୁ ଚାଷୀଙ୍କୁ ସମସ୍ତ ବୈଷୟିକ ସହଯୋ ଗ ଓ ବିହନ ଆଦି ଯୋଗାଣ କରାଯିବ। 15 ଟି ପଞ୍ଚାୟତ ର ପ୍ରାୟ ସମସ୍ତ କୃଷକ ସାଥି ଉକ୍ତ ବୈ ଠ କ ରେ ଯୋଗ ଦେଇଥିଲେ। ମୃତ୍ତିକା ପରୀକ୍ଷଣ କୁ ଗୁରୁତର ସହ ନେବାକୁ ବୁଝା ଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ଭଳି ମୃତ୍ତିକା ପରୀକ୍ଷଣ କରାଗଲେ ମାଟି କୁ ଆବଶ୍ୟକ ଖତ ଓ ସାର ଦେବା ନିୟନ୍ତ୍ରଣ ହେବ ସହ ଖର୍ଚ୍ଚ କମ୍ ହେବ ଉତ୍ପାଦନ ବୃଦ୍ଧି ପାଇବ। ଏହି ବୈଠକ ରେ କୃଷି ଅଧିକ୍ଷକ ଧିରେନ୍ ବେନ୍ୟା, ମଧୁ ସ୍ମିତା ପତି,ବନ୍ଦିତା ମହାରଣା,ଜିତେନ୍ଦ୍ର ଟାକ୍ରୀ , ଏ ଟି ଏମ ବାଳ ଗୋବିନ୍ଦ ସାହୁ , ଆଶିଷ ରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଫେସବୁକ ଗ୍ରୁପ “ଆମ ପରିବାର” ପକ୍ଷରୁ ସେବାକାର୍ଯ୍ୟ

masiha

ଗୋତୋମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ର ୬ପଞ୍ଚାୟତ ରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅବ୍ୟବସ୍ଥା : ସାତ ଦିନ ମଧ୍ୟରେ ପଦକ୍ଷେପ ପାଇଁ ବିଡ଼ିଓ ଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦେଶ

Sunil Chandra Nayak

Leave a Comment

error: Content is protected !!