ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାରିପଦାରେ ବିଜେଡିର ବିଜୟ ସଂକଳ୍ପ ରେ ସାନନ୍ଦ ମାରାଣ୍ଡିଙ୍କ ପ୍ରଚାର : ଜୋର ଧରିଲା

ବାରିପଦାରେ ବିଜେଡିର ବିଜୟ ସଂକଳ୍ପ ରେ ସାନନ୍ଦ ମାରାଣ୍ଡିଙ୍କ ପ୍ରଚାର : ଜୋର ଧରିଲା

 ମୟୂରଭଞ୍ଜ ତା :୨୨ /0୫ ରିଖ,( ମସିହା) ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁର୍ଗାବାଡି ଗୋଲାଈଠାରୁ ଏକ ବିଶାଳ ଜନସମୁଦ୍ର ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କୁ ନେଇକି ବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡିଙ୍କ ନେତୃତ୍ୱରେ ବିଜେଡି ର ବିକାଶ ବାର୍ତ୍ତାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉଦେଶ୍ୟ ରେ ହୋଇଥିବା ବିଜୟ ସଂକଳ୍ପ ରେଲି ଉଭୟ ମୟୁରଭଞ୍ଜ ଲୋକସଭା ଓ ବାରିପଦା ନିର୍ବାଚନ ମଣ୍ଡଳୀ ବିଧାନସଭା ରେ ବିଜେଡି ନିଶ୍ଚୟ ଜିତିବ ବୋଲି ଏ ଜନସମର୍ଥନ ଦର୍ଶାଉଛି l ଉକ୍ତ ବିଜୟ ସଂକଳ୍ପ ରେଲି ରେ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ( ନଛି ) ତାଙ୍କ ଚିରପରିଚିତ ସଂଗ୍ରାମୀ ଅନ୍ଦାଜ ରେ ସ୍ଲୋଗାନ ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ ଇତ୍ୟାଦି ଇତ୍ୟାଦି ଦେଇ ରେଲିରେଭାଗ ନେଇଥିବା ଜନସାଧାରଣ ଓ ଯୁବ, ଛାତ୍ର କର୍ମୀଙ୍କୁ ଉତ୍ସାହିତ କରିଥିବାର ଦେଖିବାକୁ ମିଳିଥିଲା l ବିଜୟ ସଂକଳ୍ପ ରେଲିକୁ ସଫଳ କରିବାପାଇଁ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ କୁମାର ନାୟକ, ଅନନ୍ତ ଦାସ ( ମାନୁ ), ବରିଷ୍ଠ ବିଜେଡି ନେତା ସତ୍ୟରଞ୍ଜନ ପାତ୍ର,ବାରିପଦା ନିର୍ବାଚନ ମଣ୍ଡଳୀ ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ, ରାଜ୍ୟ ସମ୍ପାଦକ ବିଜେଡି ରାଜୀବ ଜେନା, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଆଶ୍ରିବାଦ ଦାସ,ଅମନେସ ପପୁ, ଜିଲ୍ଲା ଯୁବ ସଭାପତି ଅରୁଣ ବରାଡ଼,ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁନୀଲ କୁମାର ନାୟକ, ସଭାପତି ଯୁବ ଜନତା ଦଳ ବାରିପଦା ନିର୍ବାଚନ ମଣ୍ଡଳୀ ସରୋଜ ଶତପଥି, ବାରିପଦା ନିର୍ବାଚନ ମଣ୍ଡଳୀ ସଭାପତି ଛାତ୍ର ଜନତା ଦଳ ଅଭାସ ଦେ,ଜୀତ ପଟ୍ଟନାୟକ,ଦେବାଶିଷ ପାତ୍ର, ବିବେକାନନ୍ଦ ନାଏକ, ସୁଧୀର ପାତ୍ର,ପ୍ରଭାତୀ ପୃଷ୍ଟି, ଜୀତା ସିଂ, ଅନୁରାଧା ମହାନ୍ତି,ରୀନା ଶର୍ମା,ମହେଶ୍ ଭଞ୍ଜଦେବ, ଜଗବନ୍ଧୁ ମୁଖି, ଲିଟନ ମହାପାତ୍ର,ତ୍ରିଲୋକେଶ ପଣ୍ଡା ପ୍ରମୁଖ ସମେତ ହଜାର ହଜାର ସମର୍ଥକ ଯୋଗଦେଇଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରଘୁନାଥପଲ୍ଲୀ ବିଧାନ ସଭା କ୍ଷେତ୍ର ବୈଠକ ରେ ମନମୋହନ ସାମଲଙ୍କ କର୍ଣ୍ଣ ମନ୍ତ୍ର

masiha

ମୟୂରଭଞ୍ଜ ଜିଲ୍ଲା ତୀରିଂ ଜୋନ ବଡସାଦମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶାଖା ସମ୍ମିଳନୀ

masiha

ବିଜେପି ଯୁବମୋର୍ଚ୍ଚା ର ବିଧାନ ସଭା ଘେରଉ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!