ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଵିଜାତଳାରେ ବିଜେପି ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା ଙ୍କ ରୋଡ଼ ସୋ

ଵିଜାତଳାରେ ବିଜେପି ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା ଙ୍କ ରୋଡ଼ ସୋ

 ମୟୂରଭଞ୍ଜ – ୨୫/୦୫ ( ମସିହା)ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଵିଜାତଳା ବ୍ଳକର ୬ ଟି ପଞ୍ଚାୟତ ତଥା ବଣକାଟି,ବିଜାତଳା,ମୁଣ୍ଡାଠାକୁରା,ବଡଝରଣ,ଖନ୍ତ ଏବଂ ନୂସାଡିହି ରେ ବ ଜେପି ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା ଆଜି ତାଙ୍କର ବହୁ ସମର୍ଥକମାନଙ୍କ ସହ ଵାଇକ ରାଲିରେ ରୋଡ଼ ସୋ କରିଛନ୍ତି । ଏଥିରେ ବରିଷ୍ଠ ବିଜେପି ନେତା ସରୋଜ ମହାନ୍ତ,ଅମଦ ମହାନ୍ତ, ଗଣେଶ୍ୱର ରାଉତ, ବାଞ୍ଛାନିଧି ରଣା,ଲିଙ୍କନ ମହାନ୍ତ, ଅନିରୁଦ୍ଧ ଗିରି,ଡଲଫିନ ମହାନ୍ତ, ଛୋଟରାୟ ହେମ୍ବ୍ରମ ,କୁତୁଲ ହାଁସଦା,ନାରାୟଣ ନାଏକ,ମକରଧ୍ବଜ ବେହେରା,ଭିକି ବାରିକ,ନରେଶ ନାଏକ,ରାଜେଶ ନାଏକଙ୍କ ନେତୃତ୍ୱରେ ବିଜେପି କର୍ମୀ ରାଲିରେ ଯୋଗ ଦେଇଥିଲେ ।ବଣକାଟିରେ ପ୍ରାର୍ଥୀ ଭାଦବ ହାଁସଦା ଅଂଚଳ ବାସୀଙ୍କୁ ଉଦବୋଧନ ଦେଇଥିଲେ ମୋଦିଜୀଙ୍କ ନେତୃତ୍ୱରେ ଭାରତ ଆଗକୁ ବଢୁଛି ଏବଂ ତାଙ୍କ ପ୍ରତିଶ୍ରୁତି ତୃଣମୂଳରେ ସମସ୍ତଙ୍କୁ ସୁସ୍ଥ ଜୀବନ, ବିକଶିତ ଭାରତ ଏବଂ ସମସ୍ତଙ୍କ ଆର୍ଥିକ ବିକାଶରେ ସହାୟକ କରିବ । ଶୋଭାଯାତ୍ରାରେ ପ୍ରତି ଛକରେ ଗ୍ରାମ୍ୟ ରାସ୍ତାରେ ହାତ ହଲାଇ ଶୁଭେଛା ଜଣାଇବା ସହ ପଦ୍ମ ଫୁଲରେ ଭୋଟ ଦେବା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଦିର୍ଘ ୪୦ ବର୍ଷ ଧରି ମୟୂରଭଞ୍ଜ ବାସୀ ତଥା ସାରସକଣା ନିର୍ବାଚନ ମଣ୍ଡଳୀ ଲୋକଙ୍କ ସେବା କରି ଆସୁଛନ୍ତି । ତେଣୁ ତାଙ୍କୁ ଏ ଅଂଚଳର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଦୁଇଟି ପଦ୍ମଫୁଲ ସାଂସଦ ପ୍ରାର୍ଥୀ ନବ ଚରଣ ମାଝି ଏବଂ ତାଙ୍କୁ ବିପୁଳ ପରିମାଣରେ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଆଗାମୀ ୨୦୨୯ ନିର୍ବାଚନ ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ିବ : 

Sunil Chandra Nayak

ମୋଦି ସରକାର ଙ୍କ ଜନବିରୋଧୀ ଓ ଶ୍ରମିକ ବିରୋଧୀ ନିତୀ ବିରୁଦ୍ଧରେ ନଭେମ୍ବର ୨୬ ରୁ ୨୮ ରାଜ୍ୟ ସ୍ତରୀୟ ଅହୋରାତ୍ର ମହାଧାରଣା କୁ ସଫଳ କରିବା ପାଇଁ ସି ଆଇ ଟି ୟୁ ଜିଲ୍ଲା କମିଟି ବୈଠକରେ ନିଷ୍ପତ୍ତି

masiha

ବିଜେଡି ଅକ୍ତିଆର ରେ ନୂଆପଡ଼ା ର ଦୁଇ ଗୋଟି ବିଧାନସଭା 

masiha

Leave a Comment

error: Content is protected !!