ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ରଞ୍ଜୁଲତା, ପ୍ରଦର୍ଶିନୀ ଓ ଶକ୍ତିଦା ପାଇଲେ ସ୍ଥାନ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ରଞ୍ଜୁଲତା, ପ୍ରଦର୍ଶିନୀ ଓ ଶକ୍ତିଦା ପାଇଲେ ସ୍ଥାନ

ବାଲେଶ୍ଵର,୨୫/୫/୨୪- ସାହିତ୍ୟ ସମସ୍ତଙ୍କର ବନ୍ଧୁ । ତେଣୁ ସାହିତ୍ୟ ସାଧନାରେ ଯେତିକି ଆନନ୍ଦ ଅଛି ସମାଜ ପରିବର୍ତ୍ତନ ସେତିକି ମଧ୍ୟ ଆବଶ୍ୟକତା । ଦୁଃଖ ସମୟରେ ଗଦ୍ୟ କିମ୍ବା ପଦ୍ଯଟିଏ ଲେଖି ବସିଲେ କିଛି ସମୟ ପାଇଁ ମନର ଦୁଃଖ ଆପେ ଆପେ ଦୂରେଇ ଯାଇଥାଏ । ତେଣୁ ମନ ପରିବର୍ତ୍ତନ କିମ୍ବା ସମାଜ ପରିବର୍ତ୍ତନର ବାର୍ତ୍ତା ନିମନ୍ତେ ସାହିତ୍ୟ ସାଧନା ଜାରି ରଖିବା ନିହାତି ଜରୁରୀ ହେବା ଉଚିତ୍ । ସାହିତ୍ୟ ବଞ୍ଚିଲେ ଏ ସମାଜ ବଞ୍ଚିବ । ସମାଜରେ ନୂତନ ନୂତନ ସାହିତ୍ୟ ସାଧକ ସାଧିକା ମାନଙ୍କୁ ସୃଷ୍ଟି କରିବା ଆବଶ୍ୟକତା ଦେଖା ଦେଇଛି । ଏହି ସାହିତ୍ୟ ସାଧନାରୁ ଆମକୁ ଅନେକ କିଛି ଶିଖିବାକୁ ମିଳିଥାଏ । ଏଭଳି ଅନେକ ପ୍ରକାର ଚିନ୍ତାଧାରାକୁ ନେଇ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ୨୦୧୯ ମସିହାରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଗଠିତ ହୋଇଛି । ପ୍ରତ୍ୟେକ ରବିବାର ସାହିତ୍ୟର ଉନ୍ନତି ନିମନ୍ତେ ମୋ ଅନୁଷ୍ଠାନ ସର୍ବଦା ଉଦ୍ୟମ ଜାରି ରଖିଛି ପ୍ରତିଯୋଗିତା ମାଧ୍ୟମରେ । ପ୍ରତ୍ୟେକ ରବିବାର ଗଦ୍ଯ କିମ୍ବା ପଦ୍ଯକୁ ନେଇ ଅନଲାଇନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ହ୍ଵାଟ୍ସଆପ୍ ଗୃପରେ । ବିଭିନ୍ନ ସ୍ଥାନରୁ ଇଚ୍ଛୁକ ସାହିତ୍ୟ ବନ୍ଧୁମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥାନ୍ତି । ସେହି ପରିପ୍ରେକ୍ଷୀରେ ଗତ ତା ୧୯/୫/୨୪ ରିଖରେ ଶୀର୍ଷକ ” ମୋତେ ସେହି ରୂପ ଦେଖାଅ ହରି ” କୁ ନେଇ ପ୍ରତିଯୋଗିତା ହୋଇଥିଲା । ଯାହାର ଫଳାଫଳ ପ୍ରକାଶ ପାଇଛି । 

         ଏଥିରେ (୧) ଗୋଲାପ କୁମାରୀ ସାହୁ, ନୀଳାଦ୍ରି ବିହାର, ଭୁବନେଶ୍ୱର, ଖୋର୍ଦ୍ଧା (୨) ଡଃ ନିର୍ମଳ ନାୟକ, ନାଗପୁର, ମହାରାଷ୍ଟ୍ର (୩) ରଶ୍ମିରେଖା ସାହୁ, ଭୁବନେଶ୍ୱର, ଖୋର୍ଦ୍ଧା (୪) ଅନିରୁଦ୍ଧ ରଣା, ସର୍ଗୁଲ, ସୁବର୍ଣ୍ଣପୁର (୫) ଶକ୍ତିଦା ବିଶୋୟୀ, ସୋରଡା, ଗଞ୍ଜାମ (୬) ବନ୍ଦନା ମହାପାତ୍ର, ବ୍ରହ୍ମପୁର, ଗଞ୍ଜାମ (୭) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୮) ପ୍ରେମଶିଳା ବେହେରା, ଭବାନୀପାଟଣା, କଳାହାଣ୍ଡି (୯) ଉପେନ୍ଦ୍ର ବସ୍ତିଆ, ରାଉରକେଲା, ସୁନ୍ଦରଗଡ (୧୦) ନର୍ମଦା ନାୟକ, ରାଉରକେଲା, ସୁନ୍ଦରଗଡ଼ (୧୧) ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ୍, ତେଲେଙ୍ଗାନା (୧୨) ଗୀତା ମଞ୍ଚରୀ ଦାସ, ମୁଣ୍ଡିମରା, ବରପଦା, ଭଦ୍ରକ (୧୩) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୧୪) ତରୁଣ କୁମାର ମିଶ୍ର, ଖଣ୍ଡଗିରି, ଭୁବନେଶ୍ୱର, ଖୋର୍ଦ୍ଧା (୧୫) ସୁକାନ୍ତି ସ୍ବାଇଁ, ରାଇପଲ୍ଲୀ, ଆସିକା, ଗଞ୍ଜାମ (୧୬) ସୁମିତ୍ରା ସାହୁ, ପାଣିକୋଇଲି, ଯାଜପୁର (୧୬) ଗାୟତ୍ରୀ ଦାଶ, ଯାଜପୁର (୧୮) ପ୍ରିୟଦର୍ଶିନୀ, ମଣ୍ଡଳ, ବଲାଙ୍ଗୀର (୧୯) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୨୦) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୨୧) ସବିତା ଶତପଥୀ, ଭୁବନେଶ୍ୱର, ଖୋର୍ଦ୍ଧା (୨୨) ପ୍ରତିମା ଶତପଥୀ, ଯାଜପୁର ((୨୩) ବିଜୟଲକ୍ଷ୍ମୀ ମିଶ୍ର, ରାଉରକେଲା, ସୁନ୍ଦରଗଡ (୨୪) ମମତା ବେହୁରା, କଟକ (୨୫) କମଳା କୁମାରୀ ମହାନ୍ତି, ଅଶୋକ ନଗର, ଆଠଗଡ଼, କଟକ (୨୬) କୁମୁଦିନୀ ପତି, ଠାକୁରମୁଣ୍ଡା, ମୟୂରଭଞ୍ଜ (୨୭) ଡଃ ସଙ୍ଗୀତା ନାଏକ ପୁରୋହିତ, ମୋଦିପଡା, ସମ୍ବଲପୁର (୨୮) ସୁଚିତ୍ରା ନାୟକ, ଭୁବନେଶ୍ୱର, ଖୋର୍ଦ୍ଧା (୨୯) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର (୩୦) ରାମଚନ୍ଦ୍ର ବେହେରା, ତେନ୍ତୁଳିପଦା, ଜଗତସିଂହପୁର (୩୧) ପ୍ରୀତିରେଖା ପରିଡା, ଅନୁଗୋଳ (୩୨) ଚପଳା ପଣ୍ଡା, ବାଲେଶ୍ଵର (୩୩) କବିତା ଦାଶ, ନିରାକାରପୁର, ଖୋର୍ଦ୍ଧା (୩୪) ସୁଶ୍ରୀ ପଲ୍ଲବିତା ସାହୁ, ଅଧ୍ଯାପିକା, ଖୋର୍ଦ୍ଧା (୩୫) ସ୍ନେହା ବେହେରା, ଛାତ୍ରୀ, ପାରଳାଖେମୁଣ୍ଡି, ଗଜପତି (୩୬) ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା (୩୭) ଡ. ଚପଳା ପଣ୍ଡା, ଶିକ୍ଷୟିତ୍ରୀ, ଖୋର୍ଦ୍ଧା ପ୍ରମୁଖ ମୋଟ ୩୭ ଜଣ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ କବିତା ଗୁଡିକୁ ସମୀକ୍ଷା କରିଥିଲେ ଶିକ୍ଷୟିତ୍ରୀ ଓ ସୁ ସାହିତ୍ୟିକା ଡଃ ତାନଶ୍ରୀ ପାଣିଗ୍ରାହୀ । ତାଙ୍କ ସମୀକ୍ଷାରୁ ରଞ୍ଜୁଲତା ପାଢ଼ୀ ପ୍ରଥମ, ପ୍ରିୟଦର୍ଶିନୀ ମିଶ୍ର ଦ୍ବିତୀୟ ଏବଂ ଶକ୍ତିଦା ବିଶୋୟୀଙ୍କୁ ତୃତୀୟ ସ୍ଥାନ ମିଳିଛି । ଅନ୍ୟମାନେ ସମସ୍ତେ ଭଲ ଲେଖିଛନ୍ତି । ତେଣୁ ସମସ୍ତ କବି ବନ୍ଧୁ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ପ୍ରଦାନ କରିଛି ମୋ ଅନୁଷ୍ଠାନ ପରିବାର । ୩ ଜଣଙ୍କୁ ଡିଜିଟାଲ ପ୍ରମାଣ ପତ୍ର ମିଳିବ । ସ୍ଥାନ ମିଳିବା ନ ମିଳିବା ବଡ଼ କଥା ନୁହେଁ ସାହିତ୍ୟର ଉନ୍ନତି ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ନିବେଦନ ଲେଖା ଜାରି ରଖନ୍ତୁ, ନିଶ୍ଚୟ ଦିନେ ନା ଦିନେ ଭଗବାନ ଉପଯୁକ୍ତ ସ୍ଥାନ ଦେବେ ଏଥିରେ କୌଣସି ସନ୍ଦେହ ନାହିଁ । ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ପ୍ରତିଯୋଗୀ ମାନଙ୍କ ସାହିତ୍ୟ ଚଲାପଥ କୁସୁମିତ ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରି ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନୂଆଗାଁ ର ହୁଟୁବ ସାହି ରାସ୍ତା କାଦୁଅ ପଚ ପଚ/ ନେତା ମାଳ ମାଳ କାମ ଦୁର୍ବଳ

Sunil Chandra Nayak

ଡିଆଇଜି, ଜିଲ୍ଲାପାଳ ଓ ଏସପିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତ୍ତା

ଝୁଲନ୍ତା ଅବସ୍ଥାରେ ନିଖୋଜ ବ୍ଯକ୍ତିଙ୍କ ମୃତ ଦେହ ଉଦ୍ଧାର

masiha

Leave a Comment

error: Content is protected !!