ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୫ ତମ ବନ ମହୋତ୍ସବ ପାଳନ, ବୃକ୍ଷ ରୋପଣ, ବୃକ୍ଷ ପୂଜନ, ବୃକ୍ଷ ବଣ୍ଟନ ଓ ପଦଯାତ୍ରା

୭୫ ତମ ବନ ମହୋତ୍ସବ ପାଳନ, ବୃକ୍ଷ ରୋପଣ, ବୃକ୍ଷ ପୂଜନ, ବୃକ୍ଷ ବଣ୍ଟନ ଓ ପଦଯାତ୍ରା

ଭାରତର ପୂର୍ବତନ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ, ଓଡ଼ିଶାର ସମସ୍ତ ମୁଖ୍ୟମନ୍ତ୍ରୀ(ପୂର୍ବତନ ଓ ବର୍ତ୍ତମାନର), ପଦ୍ମ ବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ନାମରେ ବୃକ୍ଷରୋପଣ କରାଯିବ।

ସବୁ ବର୍ଷ ପରି ଚଳିତ ବର୍ଷ ବନମହୋତ୍ସବ ଉପଲକ୍ଷେ ଗୋଟିଏ ଗଛ ଗୋଟିଏ ଜୀବନ,ଜଗା ପାଇଁ ଗଛଟିଏ,ଗଛ ଲଗାଅ ଜୀବନ ବଞ୍ଚାଅ ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ୫୦,୦୦୦ ବୃକ୍ଷ ରୋପଣ ରାଜ୍ୟର ସମସ୍ତ ଜିଲ୍ଲା, ଗ୍ରାମାଞ୍ଚଳ, ସହରାଞ୍ଚଳର ମନ୍ଦିର, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ରାସ୍ତା ପରିପାର୍ଶ୍ବରେ କରାଯିବ । ପରିବେଶ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ନିଶିଗନ୍ଧା ଭାଷା ପ୍ରତିଷ୍ଠାନକୁ ଓଡିଶା ସରକାରଙ୍କ ତରଫରୁ ୨୦୨୩ ମସିହାରେ ଲୋକସଭା ଭବନରେ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆୟୋଜକ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଆମ ଓଡିଶା ସାହିତ୍ୟିକ ସଂଗଠନ ଓ ଚାକେଇସିହାଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସହଯୋଗ ଓ ସହଭାଗିତାରେ ତା୦୬.୦୭.୨୦୨୪ରିଖ ଦିନ ଦିବା ୧୦ ଘଟିକା ସମୟରେ ଚାକେଇସିହାଣି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହେବାକୁ ଯାଉଅଛି ।ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବେ । ପରିବେଶ ସଂପର୍କିତ କବିତା ପାଠୋତ୍ସବ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସଂପର୍କିତ ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗୀତା କରାଯିବ ।ଏହି କାର୍ଯ୍ୟକ୍ରମରେ ବହୁତ ସଂଖ୍ୟାରେ ଯୋଗଦେବା ପାଇଁ ଅନୁରୋଧ କରାଯାଉଅଛି।

      ଉପରୋକ୍ତ କାର୍ଯ୍ୟକ୍ରମ ପାଇଁ ଆଜି ତା୨୯.୦୬.୨୦୨୪ ରିଖରେ ସାଧାରଣ ସଭା ହୋଇଯାଇଅଛି ।ଆମ ଓଡ଼ିଶା ସାହିତ୍ୟିକ ସଙ୍ଗଠନ ଭୁବନେଶ୍ୱର ଓଡ଼ିଶା ଓ ନିଶିଗନ୍ଧ ଭାଷା ପ୍ରତିଷ୍ଠାନ ତରଫରୁ ଚାକେଇସିହାଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପରିବେଶ କିପରି ସବୁଜିମା ହେବ ଓ ଆମେ କିପରି ଅଗ୍ନି ଉଦଗୀରଣରୁ ରକ୍ଷା ପାଇ ପାରିବା ସେ ଦିଗରେ ବିଶେଷ ଆଲୋଚନା କରାଯାଇଥିଲା।ଏଥିରେ ଓଡ଼ିଶା ସାହିତ୍ୟିକ ସଙ୍ଗଠନ ଭୁବନେଶ୍ୱର ଓଡ଼ିଶାର ରାଜ୍ୟ ମୁଖ୍ୟ ସମ୍ପାଦକ ପ୍ରତିଷ୍ଠାତା ଶ୍ରୀଯୁକ୍ତ ମଙ୍ଗୁଲୁୁ କୁମାର ଦାସ(ଆକାଶ) ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ରାଜ୍ୟ ମୁଖ୍ୟ ସମ୍ପାଦକ ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ ତଥା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ଶ୍ରୀଯୁକ୍ତ ମୂରଲୀଧର ଦଳବେହେରା,ସମ୍ପାଦକ ଶ୍ରୀଯୁକ୍ତ ମହେଶ୍ୱର ବେହେରା ଏବଂ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ଶତପଥୀ ତଥା ବିଦ୍ୟାଳୟର ଗୁରୁଜୀ ଗୁରୁମାନଙ୍କର ଗହଣରେ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ବିଶେଷ ଆଲୋଚନା ହୋଇ ଶେଷରେ ସଭାପତି ଶ୍ରୀଯୁକ୍ତ ମୂରଲୀଧର ଦଳବେହେରା ଧନ୍ୟବାଦ୍ ଦେଇ ସଭା ସମାପନ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍

Related posts

ରାୟଗଡାରେ ତୃତୀୟ ରାଷ୍ଟ୍ରୀୟ  ଲୋକ ଅଦାଲତ

masiha

ଗୁଣପୁରରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

masiha

ଫୁଲବାଣୀ ପୋୖର ପରିଷଦ ପାଣ ସମାଜ ଗଠିତ

Sunil Chandra Nayak

Leave a Comment

error: Content is protected !!