ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବ ସେବାରେ ନବ ଦମ୍ପତି 

ମାନବ ସେବାରେ ନବ ଦମ୍ପତି 

 କଟକ : ଆଜିର ସମୟ ଚକ୍ରରେ ମଣିଷ ସବୁବେଳେ ନିଜର ବ୍ୟକ୍ତିଗତ ଜୀବନ ପାଇଁ ବ୍ୟସ୍ତ ରହିଥାଏ। ମଣିଷ ଗୋଟେ ସାମାଜିକ ପ୍ରାଣୀ। ସମାଜ ପ୍ରତି କିଛି କର୍ତ୍ତବ୍ୟ ମଧ୍ୟ ରହିଛି। ଜୀବନ ରେ ବିବାହ ନୂତନ ସ୍ଵାଦ ଆଣିଥାଏ। ଯଦି ମଣିଷ ଏହି ସମୟ ରେ ସମାଜ ପାଇଁ କିଛି କର୍ମ କରି ଉଦାହରଣ ପାଲଟେ ତେବେ ଏହା ଅତି ସୁନ୍ଦର ଓ ସୁଉଚ୍ଚ ଚିନ୍ତାଧାରା ବୋଲି ଗୁରୁଜନ ମାନେ ମତ ଦିଅନ୍ତି। ଆଜି ଏହି ଭଳି କିଛି କାମ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲାର କନ୍ତିଆ ଗ୍ରାମ ର ରାଜେଶ ବାରିକ ଓ ଭଦ୍ରବି ବାରିକ ଙ୍କ ବିବାହ ର ପ୍ରଥମ ବାର୍ଷିକ ଉତ୍ସବ ରେ। ସେମାନେ ପ୍ରଥମେ ଗ୍ରୀଷ୍ମ ପ୍ରବାହ ରେ ରକ୍ତ ଭଣ୍ଡାରରେ ରକ୍ତ ର ଅଭାବ ଦୂର କରିବାକୁ ଦମ୍ପତି ଦୁହେଁ ରକ୍ତଦାନ କରିଥିଲେ। ଏହାପରେ ଗ୍ରୀଷ୍ମ ଋତୁ ରେ ମଣିଷ ଶାନ୍ତି ରେ ଜୀବନ ବିତାଇବା ପାଇଁ ବିକଳ୍ପ କେବଳ ଗଛ ଏହାର ଉପାଦେୟତା କୁ ବୁଝି ବୃକ୍ଷ ରୋପଣ କରିଥିଲେ। ଏହା ସହିତ ଶ୍ରୀଯୁକ୍ତ ବାରିକ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଜଣେ ସକ୍ରିୟ ସଦସ୍ୟ ହୋଇଥିବାରୁ ଟ୍ରଷ୍ଟ ର ସେବା କାର୍ଯ୍ୟ ପାଇଁ କିଛି ଆର୍ଥିକ ଅନୁଦାନ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କୁ ପ୍ରଦାନ କରିଥଲେ । ଆଜି ର ଏହି ଗ୍ରୀଷ୍ମ କାଳୀନ ସେବାକାର୍ଯ୍ୟ ରେ ସହଯୋଗୀ ଥିବା ଅଧ୍ୟାପକ ପ୍ରମୋଦ ମହାନ୍ତିଙ୍କ ମତ ରେ ଯଦି ଆମେ ଏସି ବଦଳରେ ବୃକ୍ଷ କୁ ବିକଳ୍ପ ବାଛିନେବା ତେବେ ଆମ ପରିବେଶ ସୁଧୁରିଯିବ, ଯାହା ଆଜି ଏହି ଦମ୍ପତି କହିଛନ୍ତି। ଆଜି ର କାର୍ଯକ୍ରମ ରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ହେଲେ ଆଇନଜୀବୀ ନଳିନୀ କାନ୍ତ ବେହେରା, କାଳନ୍ଦୀ ମଲ୍ଲିକ, ମନୋଜ କୁମାର ରାଉତ, ପ୍ରମୋଦ କୁମାର ମହାନ୍ତି, ସୁବାସ ସ୍ବାଇଁ, ବାସନ୍ତୀ ମହାପାତ୍ର,ବୈଭବ ମହାନ୍ତି, ମୈତ୍ରୀ ସାମଲ, ମମତା ମହାନ୍ତି, ଶୁକଦେବ ମଲ୍ଲ ଓ ଆଜିର କାର୍ଯକ୍ରମ ର ମୂଖ୍ୟ ଆକର୍ଷଣ ସମାଜ ସଂସ୍କାରକ ଦମ୍ପତି ରାଜେଶ କୁମାର ବାରିକ ଓ ଭାଦ୍ରବି ବାରିକ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଦୁର୍ଗମ କଟୋଡ଼ି ଗାଁରେ ପୁଲିସ ଜନସମ୍ପର୍କ ଶିବିର

masiha

ପଥରଖମ୍ବ ଗ୍ରାମର ଅଗ୍ନି ବିତ୍ପନ୍ନ ପରିବାର ଙ୍କୁ ୬ ଲକ୍ଷ ଟଙ୍କା ପ୍ରଦାନ କଲେ ଜିଲ୍ଲାପାଳ

Sunil Chandra Nayak

ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ବୈଠକ

Sunil Chandra Nayak

Leave a Comment

error: Content is protected !!