ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗଡ଼ପଦା ବିଜେପି ପକ୍ଷରୁ ମୋଦୀ ମହୋତ୍ସବ , ରାଜ୍ୟରେ ସୁଶାସନ ପାଇଁ ବିଜେପି ହିଁ ବିକଳ୍ପ

ଗଡ଼ପଦା ବିଜେପି ପକ୍ଷରୁ ମୋଦୀ ମହୋତ୍ସବ

ରାଜ୍ୟରେ ସୁଶାସନ ପାଇଁ ବିଜେପି ହିଁ ବିକଳ୍ପ 

ବସ୍ତା ,26/5 ବସ୍ତା ନିର୍ବାଚନ ମଣ୍ଡଳୀ ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଚ୍ଛମନଖୁଣ୍ଟl ଦରଖୁଳି ପଡିଆରେ ରବିବାର ବିଜେପି ପକ୍ଷରୁ ମୋଦୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ପୂର୍ବତନ ସରପଞ୍ଚ ଦେବାଶିଷ ମହାପାତ୍ର ଅଧ୍ୟକ୍ଷତା କରି ମୋଦୀ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ l ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ଅଣ୍ଡିଆ ଯୋଗ ଦେଇ ରାଜ୍ୟ ଓ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ବୋଲି କହିଥିଲେ l ରାଜ୍ୟରେ ସୁଶାସନ ପାଇଁ ବିଜେପି ସରକାର ଦରକାର l ସରକାର ଆସିଲେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ 50ହଜାର ଟଙ୍କା ପ୍ରଦାନ କରାଯିବ l ସ୍ୱାସ୍ଥ୍ୟ, ଶିକ୍ଷା,କୃଷି,ଗମନାଗମନ, ରେଳ, ନିଯୁକ୍ତି କ୍ଷେତ୍ରରେ ଐତିହାସିକ ବିକାଶ ସହ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ପାଇଁ ବିଜେପିର ଏମପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ଅଣ୍ଡିଆଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ l ଜିଲା ସାଧାରଣ ସମ୍ପାଦକ ପ୍ରଦୀପ ପଣ୍ଡା, ପ୍ରଚାର କମିଟି ଅଧ୍ୟକ୍ଷ ଶ୍ୟାମାପ୍ରସାଦ ବେହେରା,ମଣ୍ଡଳ ସଭାପତି ରଞ୍ଜନ କୁମାର ମହାନ୍ତି,ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ସାହୁ,ପୂର୍ବତନ ସମିତି ସଭାପତି ହରେନ୍ଦ୍ର ଦାସ, ମିଡ଼ିଆ ସଂଯୋଜକ ଦିବାକର ରାଉତ, ପଞ୍ଚାୟତ ସଭାପତି ଅଞ୍ଜନ ବେହେରା, ମଣ୍ଡଳ ସାଧରଣ ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା,କୈଳାସ ଚନ୍ଦ୍ର ନାୟକ,ପ୍ରତାପ ସିଂ ପ୍ରମୁଖ ମଞ୍ଚାସିନ ହୋଇ ରାଜ୍ୟରେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ବକ୍ତବ୍ୟରେ କହିଥିଲେ l ପ୍ରବଳ ବର୍ଷା ସତ୍ତ୍ୱେ ପଞ୍ଚାୟତ ଅନ୍ତର୍ଗତ 19 ଟି ୱାର୍ଡରୁ ହଜାର ହଜାର କର୍ମୀ, ଶୁଭେଛୁ ଓ ସମର୍ଥକଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ l ପରେ ବିଭିନ୍ନ ଦଳ ଛାଡ ଶତାଧିକ କର୍ମୀ ଆଜି ବିଜେପି ରେ ସାମିଲ ହୋଇଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଦିର୍ଘ ୧୧ ମାସ ପରେ ବ୍ଲକ ଅଧ୍ୟକ୍ଷ ପଦ ଫେରି ଫାଇଲେ ବିନ୍ଦୁ ମହାନନ୍ଦ

masiha

ନବରଙ୍ଗପୁର ଜିଲ୍ଲାରେ ମହିଳା ଜନ ଆକ୍ରୋଶ ସମାବେଶ 

Sunil Chandra Nayak

ନାରାୟଣ ପାଟଣାରେ ବିଜେପିର ମିଶ୍ରଣ ପର୍ବ 

Sunil Chandra Nayak

Leave a Comment

error: Content is protected !!