ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରାଘାତରେ ବଳଦର ମୃତ୍ୟୁ

ବଜ୍ରାଘାତରେ ବଳଦର ମୃତ୍ୟୁ

ଲାଞ୍ଜିଗଡ,୨୬/୦୫(ମନିସ)-ଆଜି ଅପରାହ୍ନରେ ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଂଚାୟତ ଅଞ୍ଚଳରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ତୋଫାନ ହୋଇଥିବାବେଳେ ଏଥିରେ ଗୋଟିଏ ବଳଦର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ଆଜି ଅପରାହ୍ନରେ ହୋଇଥିବା ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ିରେ ଲାଞ୍ଜି ପଂଚାୟତ ଦଣ୍ଡିଗୁଡା ଗାଁର ଗୁଲା ମାଝୀଙ୍କ ଗୋଟିଏ ବଳଦ ଚରିବାକୁ ଯାଇଥିବାବେଳେ ବଜ୍ରାଘାତରେ ପ୍ରାଣ ହରାଇଥିଲା। ଦୀର୍ଘ ସମୟ ଧରି ବଳଦ ନଫେରିବାରୁ ଗୁଲା ଆଖପାଖରେ ଖୋଜାଖୋଜି କଲାବେଳେ ନିକଟସ୍ଥ ଜଙ୍ଗଲରେ ବଳଦଟି ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ଆଗକୁ ଚାଷ ଋତୁ ଆସୁଥିବାବେଳେ ବଳଦଟି ବଜ୍ରାଘାତରେ ମରିଯିବାରୁ କୁଲିମଜୁରୀ ଓ ଚାଷକାମ କରୁଥିବା ଗୁଲା ମାଝୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବଳଦ ବିନା କେମିତି ଚାଷ କାମ କରିବେ ବୁଦ୍ଧିବାଟ ପାଉନାହାନ୍ତି। ଏଣୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ଖବର ପାଇ ଲାଞ୍ଜି ସରପଞ୍ଚ ଯମୁନା ମାଝୀ ଘଟଣାସ୍ଥଳ ପରିଦର୍ଶନ କରି ଗୁଲାଙ୍କୁ ଆଶ୍ୱାସନା ଦେଇଥିବା ଜଣାପଡିଛି।

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଗଡିଲା 

masiha

ଆମେରିକାର ହଷ୍ଟନ ସହରରେ ନୂଆଁଖାଇ ଭେଟଘାଟ 

Sunil Chandra Nayak

ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ଗାନ୍ଧୀ ଜୟନ୍ତୀରୁ ୪୪ ଦିନିଆ ଅଭିଯାନ ଆରମ୍ଭ ରଜାବସା ପଞ୍ଚାୟତରେ ସଚେତନତା ପଦଯାତ୍ରା ଓ ସଂକଳ୍ପ ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!