ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ଆଇନଜୀବୀ ସାମ୍ମୁଖ୍ଯ ସମ୍ମିଳନୀରେ ଯୋଗଦେଲେ ଜିଲ୍ଲା ସଭାପତି

ବିଜେଡି ଆଇନଜୀବୀ ସାମ୍ମୁଖ୍ଯ ସମ୍ମିଳନୀରେ ଯୋଗଦେଲେ ଜିଲ୍ଲା ସଭାପତି

ବାଲେଶ୍ଵର,୨୬/୫/୨୪- ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଆଇନଜୀବୀ ସାମ୍ମୁଖ୍ଯ ତରଫରୁ ବାଲେଶ୍ଵର ଜିଲ୍ଲା ବାଲେଶ୍ଵର ସଦର ଓଟି ରୋଡ ସ୍ଥିତ ଭେନିଆ ପାରାଡାଇସ ପରିସରରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ବିଜେଡି ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବାଲେଶ୍ଵର ଜିଲ୍ଲା ସଭାପତି ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ । ଶ୍ରୀ ପାଣିଗ୍ରାହୀଙ୍କ ସମେତ ଅନ୍ୟ ଅତିଥି ମାନେ ମଧ୍ୟ ମଞ୍ଚାସୀନ ହୋଇଥିଲେ । ବିଜେଡି ଦଳର ସୁପ୍ରିମୋ ୫ମ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ନବୀନ ପଟ୍ଟନାୟକ କିପରି ବିଜୟ ଲାଭ କରି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବେ ସେଥିପାଇଁ ଆମକୁ ଆପ୍ରାଣ ଉଦ୍ୟମ କରିବାକୁ ପଡିବ । ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଯୋଡି ଶଙ୍ଖରେ ଭୋଟ ଦେଇ ବାଲେଶ୍ଵର ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ ପ୍ରାର୍ଥୀ ଏବଂ ପ୍ରାର୍ଥିନୀ ମାନଙ୍କୁ ଜିତାଇବା ନିମନ୍ତେ ଜିଲ୍ଲା ସଭାପତି ଶ୍ରୀ ପାଣିଗ୍ରାହୀ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ପାଣିଗ୍ରାହୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି, ଅତୀତରେ ମଧ୍ୟ ଅନେକ ଭଲ କାମ ଏବଂ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ସୁଚାରୁରୂପେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ସମସ୍ତେ ଭଲ ପାଆନ୍ତି । ତାଙ୍କ ଅନୁରୋଧ କେବେ ବିଫଳ ହେବ ନାହିଁ, ସମସ୍ତେ ବିଜୟ ଲାଭ କରିବେ । ସମସ୍ତଙ୍କ ଉଦ୍ଦେଶ୍ୟରେ ତାଙ୍କ ବକ୍ତବ୍ୟ ଖୁବ୍ ତାତ୍ପର୍ଯ୍ୟ ପୂର୍ଣ୍ଣ ଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାଜପା କାର୍ଯ୍ୟାଳୟ ରେ ପୂର୍ବତନ ଭାଜପା ବିଧାୟକ ଧର୍ମୁ ଗଣ୍ଡ ଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ 

masiha

ରାଇରଙ୍ଗପୁର ବିଜେଡି କାର୍ଯ୍ୟାଳୟରେ ମହାମିଶ୍ରଣ ପର୍ବ; ତିରିଂ ବ୍ଳକ ଅଧ୍ୟକ୍ଷ ,ଉପାଧ୍ଯକ୍ଷାଙ୍କ ସମେତ ବହୁ କର୍ମୀଙ୍କ ବିଜେଡିରେ ସାମିଲ 

masiha

ଭି କେ ପାଣ୍ଡିଆନଙ୍କ ରାଉରକେଲା ରେ ପ୍ରଚାର 

masiha

Leave a Comment

error: Content is protected !!