ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ବିଜେଡି କାର୍ଯ୍ୟାଳୟରେ ମହାମିଶ୍ରଣ ପର୍ବ; ତିରିଂ ବ୍ଳକ ଅଧ୍ୟକ୍ଷ ,ଉପାଧ୍ଯକ୍ଷାଙ୍କ ସମେତ ବହୁ କର୍ମୀଙ୍କ ବିଜେଡିରେ ସାମିଲ 

ରାଇରଙ୍ଗପୁର ବିଜେଡି କାର୍ଯ୍ୟାଳୟରେ ମହାମିଶ୍ରଣ ପର୍ବ; ତିରିଂ ବ୍ଳକ ଅଧ୍ୟକ୍ଷ ,ଉପାଧ୍ଯକ୍ଷାଙ୍କ ସମେତ ବହୁ କର୍ମୀଙ୍କ ବିଜେଡିରେ ସାମିଲ 

 ମୟୂରଭଞ୍ଜ -୨୭/୦୫ ( ମସିହା)ନିର୍ବାଚନ ଯେତେ ପାଖେଇ ଆସୁଛି , ବିଜେପିରେ ଦଳୀୟ କନ୍ଦଳ ସେତେ ବଢୁଛି । ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ଦଳର ରଣନୀତି ପ୍ରସ୍ତୁତି କରି ପ୍ରତିପକ୍ଷ ଶିବିରକୁ ଭାଙ୍ଗି ଚୁରମାର କରୁଛନ୍ତି ।ଆଜି ରାଇରଙ୍ଗପୁର ବିଜେଡି କାର୍ଯ୍ୟାଳୟରେ ଏକ ମହା ମିଶ୍ରଣ ପର୍ବ ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ତଥା ସୁନ୍ଦରଗଡ ପ୍ରାକ୍ତନ ବିଧାୟକ ଯୋଗେଶ ସିଂ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଅଭିଷେକ ପଟ୍ଟନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଂଯୋଜକ ରାହୁଲ ଯାଦବ,ଜିଲ୍ଲା ବିଜେଡ଼ି ଉପସଭାପତି ସ୍ବରୂପ ବେହେରା, ଜିଲ୍ଲା ବିଜେଡ଼ି ଉପସଭାପତି ସଚିନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ମିଶ୍ରଣ ପର୍ବରେ ତିରିଂ ବ୍ଳକ ଅଧ୍ୟକ୍ଷ ତଥା ଅଧୁନା ଜିଲ୍ଲା ବିଜେପି ଏସପି ମୋର୍ଚ୍ଚା ସଭାପତି ପରମେଶ୍ବର ସାମାଦ,ବ୍ଳକ ଉପାଧ୍ଯକ୍ଷା ପୂର୍ଣ୍ଣିମା ଵାର୍ଦା,ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ବାବୁଲା ପୂର୍ତ୍ତି,ଲକ୍ଷ୍ମଣ ସାୟାଁ,ରାଜେଶ ପୂର୍ତି,ମୁଚିରାମ ମାର୍ଣ୍ଡୀ, ରୂପ ସିଂ ନାଏକ,ପଞ୍ଚୁ ବିନ୍ଧାଣି,ତୁରାମ ଲୁଗୁନ,ରୁପସିଂ ନାଏକ, ବାଲ୍ମିକୀ କୁମ୍ଭକାର , ଧରମଚାନ୍ଦ ଗିରି,ଗୁନାରାମ ହେମ୍ବ୍ରମ, ଗଙ୍ଗା ରାମ ଵାଇପେଇ ସମେତ ବହୁ ପଞ୍ଚାୟତ ସ୍ତରୀୟବିଜେପି ନେତୃବୃନ୍ଦ, ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଆଗଧାଡିର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ଜନକଲ୍ଯାଣ ଯୋଜନା,ସ୍ଥିର ସରକାର,ସୁ ପ୍ରଶାସନ ଉପରେ ଆସ୍ଥା ରଖି ବିଜେଡି ଦଳରେ ମହାମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି । ପୂର୍ବରୁ ପରମେଶ୍ଵର ସାମାଦ ବିଜେଡିରେ ଥିଲେ ।ବର୍ଷେ ପୂର୍ବେ ସେ ବିଜେପିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମିଲ ହୋଇଥିଲେ ।ଏହା ତାଙ୍କର ଘର ବାହୁଡ଼ା ।ଦଳର ପର୍ଯ୍ୟବେକ୍ଷକ ଯୋଗେଶ ସିଂ ଓ ସ୍ଥାନୀୟ ନେତୃବୃନ୍ଦ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ସେମାନେ କହିଥିଲେ ଦଳ ଆମ୍ଭମାନଙ୍କୁ ସାମିଲ ସହ ଓ ସମ୍ମାନ ଦେଇଥିବାରୁ ଆମ୍ଭେ କୃତଜ୍ଞତା ଜଣାଉଛୁ ।ଦଳ ଯାହାକିଛି ଦାୟିତ୍ଵ ଦେବ ଆମ୍ଭେ ନିଷ୍ଠାର ସହ ପାଳନ କରିବୁ । ସମସ୍ତେ ଶପଥ ନେଇଥିଲେ ସେମାନେ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଏବଂ ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ଆପ୍ରାଣ ଚେଷ୍ଟା କରିବେ । ନିର୍ବାଚନ ଆଉ ୫ ଦିନ ବାକି ରହିଥିବା ବେଳେ ବିଜେଡ଼ି ମାଷ୍ଟର‌ଷ୍ଟ୍ରୋକରେ ତିରିଂ ବ୍ଳକର ବିଜେପିରେ ନାହିଁ ନ ଥିବା କ୍ଷତି ଘଟିଛି ।ବିଶେଷତଃ ତିରିଂ‌ଅଂଚଳରୁ ବିଜେପି ତା’ର ର ବିଧାୟକ ପ୍ରାର୍ଥୀ ଜଲେନ ବାର୍ଦାଙ୍କୁ ପ୍ରାର୍ଥିତ୍ବ କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତକୁ ନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ

Sunil Chandra Nayak

ପୋଲିଂ ଏଜେଣ୍ଟ ରହିବାରୁ ବୃଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ 

masiha

ଶାସକ ଦଳର ନେତାଙ୍କ ପ୍ରତିରୋଧ ପାଇଁ ମେଳି ବାନ୍ଧିଲେ କଂଗ୍ରେସ କର୍ମୀ 

masiha

Leave a Comment

error: Content is protected !!