ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଵିଧାୟକ ଭାବେ ବିଜେଡି-କଂଗ୍ରେସ ଓ ସାଂସଦ ପାଇଁ ବିଜେଡି -ବିଜେପି ମଧ୍ୟରେ କଡା ମୁକାବିଲା :ଧୃବଙ୍କ ସଂଗଠନ ଅତୁଟ

ଵିଧାୟକ ଭାବେ ବିଜେଡି-କଂଗ୍ରେସ ଓ ସାଂସଦ ପାଇଁ ବିଜେଡି -ବିଜେପି ମଧ୍ୟରେ କଡା ମୁକାବିଲା :ଧୃବଙ୍କ ସଂଗଠନ ଅତୁଟ

ରାଜନଗର -27.5.024 ରାଜନଗର ନିର୍ବାଚନମଣ୍ଡଳୀରେ ଜୋର ଧରିଛି ନିର୍ବାଚନ ପ୍ରଚାର। ସମସ୍ତ ସ୍ବାଧୀନ ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀଙ୍କୁ ପଛରେ ପକାଇ ପ୍ରଚାର ମୈଦାନରେ ଵିଜେଡି ଆଗୁଆ ଥିବାବେଳେ ବିଧାୟକ ପ୍ରାର୍ଥୀ ଭାବେ ବିଜେଡିର ଧୃବ ସାହୁ ଓ କଂଗ୍ରେସର ଅଶୋକ ପ୍ରତିହାରୀଙ୍କ ମଧ୍ୟରେ କଡା ମୁକାବିଲା ହୋଇ ଚାଲିଛି। ହେଲେ କେନ୍ଦ୍ରାପଡା ସାଂସଦ କ୍ଷେତ୍ରରେ ବିଜେଡିର ଅଂଶୁମାନ ମହାନ୍ତି ଓ ବିଜେପିର ହେଵି ୱେଟ ନେତା ଵୈଜୟନ୍ତ ପଣ୍ଡାଙ୍କ ମଧ୍ୟ କଡା ମୁକାବିଲା ଦେଖା ଦେଇଛି। ପ୍ରତି ପଞ୍ଚାୟତରେ ଵିଧାୟକ ପ୍ରାର୍ଥୀ ଧୃଵ ସାହୁ ଗାଁ କୁ ଗାଁ ଘରକୁ ଘର ବୁଲି ସଂଗଠନକୁ ଦୃଢ କରି ନିଜ ପାଇଁ ଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ପାଇଁ ଡବଲ ଶଙ୍ଖରେ ଭୋଟ ଦେବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି। ଏହା ଦ୍ଵାରା ବିଜେଡିର ପ୍ରାର୍ଥୀ ହୋଇଥିବା ନେତାମାନେ ଜନ ସମର୍ଥନ ସାଉଁଟୁ ଥିବା ଦେଖିବାକୁ ମିଳିଛି। ସେପଟେ ବିଳମ୍ବରେ ହେଲେ ମଧ୍ୟ ଅଶୋକ ପ୍ରତିହାରୀ ତାଙ୍କ ସପକ୍ଷରେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମର୍ଥନ ଵୃଦ୍ଧି କରି, ବିଜେଡ଼ି ପ୍ରାର୍ଥୀଙ୍କ ସମକକ୍ଷ ହୋଇ ହାତ ଚିହ୍ନରେ ଭୋଟନେଇ ଵିଜୟର ବାନା ଉଡାଇବାକୁ ପ୍ରୟାସ ଜାରି ରଖିଛନ୍ତି। ସତେ ଯେପରି କିମିଆ କରିବା ଭଳି ଧିରେ ଧିରେ ଅଶୋକଙ୍କ ସମର୍ଥନ ଵୃଦ୍ଧି ପାଉଥିବା ରାଜନୈତିକ ମହଲରେ ଆଶ୍ଚଯ୍ୟାନ୍ଵିତ କରି ଦେଇଛି। ସେପଟେ ସାଂସଦ ପଦଵୀ ହାତେଇଵା ପାଇଁ ଅଂଶୁମାନଙ୍କ ଠାରୁ ଛଡାଇ ନେବାକୁ ଵିଜେପି ନେତା ବୈଜୟନ୍ତଙ୍କର ପଦ୍ମଫୁଲରେ ଭୋଟ ଦେବାକୁ ଭୋଟରଙ୍କ ନିକଟରେ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଛନ୍ତି । ଦେଖାଯାଉ ଜନତା ଜନାର୍ଦ୍ଦନଙ୍କ ସୁନା କଳସ କାହା ଊପରେ ଢାଳୁଛନ୍ତି ଜୁନ ୪ତାରିଖରେ ଲୋକଲୋଚନକୁ ଆସିବ।

ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ସଂଯୁକ୍ତ ମୋର୍ଚ୍ଚାର କେନ୍ଦ୍ର ସରକାରଙ୍କ ୯ ବର୍ଷର ସୁଶାସନ,ସେବା ଓ ଜନକଲ୍ଯାଣ କାର୍ଯ୍ୟକ୍ରମ ନେଇ ଖବରଦାତା ସମ୍ମୀଳନୀ

Sunil Chandra Nayak

ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ

Sunil Chandra Nayak

ବିଜେପି ର ଧର୍ମଗଡ଼ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!