ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଇସେନ୍ସ ପ୍ରାପ୍ତ ବିହନ ବିକ୍ରେତା ମାନଙ୍କୁ ନେଇ ବୈଠକ

ଲାଇସେନ୍ସ ପ୍ରାପ୍ତ ବିହନ ବିକ୍ରେତା ମାନଙ୍କୁ ନେଇ ବୈଠକ 

ଡାବୁଗାଁ, ୨୮/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ସଭାଗୃହରେ ଲାଇସେନ୍ସ ପ୍ରାପ୍ତ ବିହନ, ସାର ଓ କୀଟନାଶକ ବିକ୍ରେତା ମାନଙ୍କୁ ନେଇ ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ ବିହନ, ସାର ଓ କୀଟନାଶକ ବିକ୍ରୟ ର ବିଭିନ୍ନ ନିୟମ ବିଷୟରେ ବିକ୍ରେତା ମାନଙ୍କୁ ଅବଗତ କରାଯାଇଥିଲା | ଠିକ ଦରରେ ସଠିକ ଗୁଣବତ୍ତାର ବିହନ ରସିଦ ମାଧ୍ୟମରେ ବିକ୍ରୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା | ସମସ୍ତ ବିକ୍ରେତା ମାନେ ବିହନ, ସାର ଓ କୀଟନାଶକର କ୍ରୟ ବିକ୍ରୟର ବିବରଣୀ ରେଜିଷ୍ଟରରେ ଲିପିବଦ୍ଧ କରିବା, କୃଷି ଅଧିକାରୀ ଙ୍କୁ ଠିକ ସମୟରେ କ୍ରୟବିକ୍ରୟର ସଠିକ ରିପୋର୍ଟ ପ୍ରଦାନ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା | ଠିକ ସମୟରେ ଚାଷୀ ମାନଙ୍କୁ ଆବଶ୍ୟକୀୟ ସାର, ବିହନ ଓ କୀଟନାଶକ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା | ଚାଷୀ ମାନେ ସରକାରୀ ବିହନ କିଣିବାକୁ ଫାର୍ମର ଆଇଡି ସହ ଆସିବାକୁ ତଥା ଫାର୍ମର ଆଇଡି ନଥିଲେ କୃଷି ଅଧିକାରୀ ଙ୍କ ସହ ଯୋଗାଯୋଗ କରି ଫାର୍ମର ଆଇଡି ପାଇଁ ଆବେଦନ କରିବା ପାଇଁ ସୂଚନା ଦିଆଯାଇଥିଲା | ଏଥିରେ ଡାବୁଗାଁ ବ୍ଲକ ର ୧୫ ଜଣ ବିକ୍ରେତା ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଜଗତସିଂହପୁର

masiha

ରାଉରକେଲା କଲେଜର ନୂତନ ଅଧ୍ୟକ୍ଷ ନିଯୁକ୍ତ 

masiha

ରାଇରଙ୍ଗପୁରରେ ବ୍ଳକ ସ୍ତରୀୟ ମିଶନ ଶକ୍ତି ଓଡ଼ିଆ କବି ସମ୍ମିଳନୀ 

masiha

Leave a Comment

error: Content is protected !!