ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେକଡେମ, କେନାଲ ମରାମତି ଦାବି 

ଚେକଡେମ, କେନାଲ ମରାମତି ଦାବି 

କୋଲନାର : ୦୨/୦୬ :- ମୌସୁମୀ ର ଅପେକ୍ଷା ରେ ଚାଷୀ ମାନେ । ଏହି ମାସ ରେ ଚାଷୀ ଚାଷ ଜମିରେ ବିଭିନ୍ନ ପ୍ରକାର ର ଫସଲ ଅମଳ କରିବା ପାଇଁ ତତ୍ପର ଥିବା ବେଳେ ମୌସୁମୀ ର ବର୍ଷା କୁ ଅପେକ୍ଷା କରି ବସିଥାନ୍ତି । ରାୟଗଡା ଜିଲ୍ଲା କୋଲନାର ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ନିକଟସ୍ଥ ବାଡିସଲା ଗ୍ରାମରେ ପ୍ରାୟ ୨୦୦ ଶହ ଏକର ଜମି ଚାଷ ହୋଉଅଛି । ପ୍ରତିବର୍ଷ ରାଜସ୍ବ ବିଭାଗ ତରଫରୁ ରାଜସ୍ୱ ଆଦାୟ କରାଯାଉଥିବା ବେଳେ ଚାଷୀମାନେ ବହୁ ଦୁଃଖ କଷ୍ଟ ରେ ରାଜସ୍ୱ ଦେଉଥିବା ଅଭିଯୋଗ କରିଛନ୍ତି । ଯେଉଁ ୨୦୦ ଶହ ଏକର ଜମି ମିନାଝୋଲା, ବାଡିସଲା, ତାଣ୍ଡିକୋଣା ତିନି ଖଣ୍ଡ ଗ୍ରାମର ଚାଷୀମାନେ ରାଜସ୍ୱ ଦେଉଛନ୍ତି । ବହୁ ବର୍ଷ ତଳେ ପଞ୍ଚାୟତ ସମିତି ଚେକଡେମ ସହ କେନାଲ ନିର୍ମାଣ କାର୍ଯ୍ୟ କରିଥିଲେ । କିନ୍ତୁ ଆଜକୁ ଦୀର୍ଘ ୨୦ ବର୍ଷ ହୋବ ନା ମରାମତି ହେଉଛି ନା ପଙ୍କ ଉଦ୍ଧାର ହେଉଛି । ଫଳରେ ଚାଷୀମାନେ ଚାଷ କରିବାରେ ନାହିଁ ନ ଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ବାଙ୍କିଲି, ଜୀବନ ଜେନା, ଏ ଡି ଓ ବାଙ୍କିଲି ,କବିତା ମହାକୁଡ଼ ଙ୍କୁ ଯୋଗା ଯୋଗ କରିବାରୁ ସେହି ଅଧିକାରୀ ମାନେ ଅତି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ କହିଥିଲେ ।କେନାଲ ମରାମତି କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋଲନାରା ଙ୍କୁ ପଚାରି ବୁଝିବାରୁ ସେ କହିଲେ କି ମୁ ତଦନ୍ତ କରିବାକୁ ଯିବି ବୋଲି କହିଥିଲେ । ବର୍ଷା ନ ହେବା ଆଗରୁ ଚେକଡେମ ସହ କେନାଲ ମରାମତି ହେଲେ ଚାଷୀଙ୍କ ମଙ୍ଗଳ ହୋବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । କେବେ ହୋବ ମରାମତି କାମ ଦେଖିବାକୁ ବାକି ରହିଲା ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ହେଂସଡ଼ାର ପୂର୍ବତନ ସରପଞ୍ଚଙ୍କ ବିୟୋଗ

ଏକଡ଼ାଳି ଉଚ୍ଚପ୍ରାଥମିକ ବିଦ୍ୟାଳୟ ନିକଟରେ ମାଣ୍ଡିଆ ଦ୍ବାରା ପୁଷ୍ଟିକର ଖାଦ୍ୟ ମେଳା

Sunil Chandra Nayak

ରାଇରଙ୍ଗପୁର ଡେପୁଟି କଲେକ୍ଟର ମନୋଜ କୁମାର ମହାନ୍ତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନ

masiha

Leave a Comment

error: Content is protected !!