ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ଠାରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଧାନ ମଣ୍ଡି

ଉମରକୋଟ ଠାରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଧାନ ମଣ୍ଡି

ନବରଙ୍ଗପୁର: ( ୧୦|୧୨)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ତରଫରୁ ଚଳିତ ୨୦୨୪–୨୫ ଖରିଫ ବର୍ଷ ସକାଶେ ଚାଷୀମାନଙ୍କ ଉତ୍ପାଦିତ ହୋଇଥିବା ଧାନକୁ କିଣିବା ନିମନ୍ତେ ଖୋଲିଲା ଧାନ ମଣ୍ଡି। ଜିଲ୍ଲା ପ୍ରଶାସନ ର ନିଷ୍ପତ୍ତି କ୍ରମେ ନିୟନ୍ତ୍ରିତ ବଜାର କମିଟି ତରଫରୁ ଚଳିତ ଖରିଫ ୨୦୨୪–୨୫ ସକାଶେ ଚାଷୀଙ୍କ ଧାନ କ୍ରୟ ନିମନ୍ତେ ୫୯ ଗୋଟି ଅସ୍ଥାୟୀ ଧାନ ମଣ୍ଡି ମାଧ୍ୟମରେ ୧୩ ଗୋଟି ଲ୍ୟାମ୍ପସ, ୦୨ ଗୋଟି ପାଣି ପଞ୍ଚାୟତ ଓ ୪୪ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଜରୀଆରେ ଧାନ ବିକ୍ରୟ ପାଇଁ ଜିଲ୍ଲାର ସମସ୍ତ ବ୍ଲକ ରେ ବାର ଧାର୍ଯ୍ୟ କରାଯାଇଛି। ଖରିପ ୨୦୨୪–୨୫ ଚାଷ ସକାଶେ ଆନୁମାନିକ ସମୁଦାୟ ୩୫୦୦ ଚାଷୀ ଉତ୍ପାଦିତ ଅମଳ କୁ ମଣ୍ଡିରେ ବିକ୍ରୟ ନିମନ୍ତେ ପଞ୍ଜିକୃତ କରିଥିବା ଲାମ୍ପସ ଅଧିକାରୀ ସୂଚନା ଦେଇଛନ୍ତି। ସେ ପ୍ରକାରେ ଉମରକୋଟ ବ୍ଲକ ରେ ମଧ୍ୟ ଆଜି ମଙ୍ଗଳବାର ତା.୧୦.୧୨.୨୦୨୪ ରେ ମଣ୍ଡି ଉଦଘାଟିତ ହୋଇ ଯାଇଛି। ଏହି ଉଦଘାଟନ ଉତ୍ସବରେ ବରିଷ୍ଠ ନେତା ତଥା ପୂର୍ବତନ ନଗରପାଳ ରାବଣା ରାଓ, ବିଜେପି କଳାହାଣ୍ଡି ପ୍ରଭାରୀ ରମେଶ ସାହୁ, ଉମରକୋଟ ବିଧାୟକ ପ୍ରତିନିଧି ଅଶୋକ କୁମାର ପାଢୀ, ଉମରକୋଟ ମୁନିସିପାଲିଟି ଅଧକ୍ଷା ରାଧା ଭତ୍ରା, ଆର୍ ସି ଏମ୍ ଏସ ସଭାପତି କୈଳାସ ନାୟକ, ସ୍ଥାନୀୟ ତହସିଲଦାର ମାଗମୋହନ ବାଘ, ବିଜେଡ଼ି କର୍ମୀ କାଳୁ ପଣ୍ଡା, ନିୟନ୍ତ୍ରିତ ବଜାର କମିଟି ଅଧିକାରୀ, ଯୋଗାଣ ବିଭାଗ ଅଧିକାରୀ ଓ ଲାମ୍ପସ ଅଧିକାରୀ ସହ ଶତାଧିକ ଚାଷୀ ଉପସ୍ଥିତ ରହି ପୂଜାର୍ଚ୍ଚନା କରି ମଣ୍ଡି ଉଦଘାଟିତ କରାଯାଇଛି। ଉଦଘାଟନ ସମୟର ଚାଷୀଙ୍କ ଉତ୍ପାଦିତ ଧାନ କୁ ବଜାର କମିଟି ଓ ଲାମ୍ପସ ଅଧିକାରୀ ମନ ମୁତାବକ ବିଗତ ବର୍ଷ କଟଣୀ ଛଟାଣି କରିଥିବା ଅଭିଯୋଗ ଆଣି ହୋ ହାଲ୍ଲା କରିଥିବା ଦେଖିବାକୁ ମିଳିଛି। ସେହି ସମୟରେ ପୂର୍ବତନ ନଗରପାଳ ରାବଣା ରାଓ, ବଜେପି କଳାହାଣ୍ଡି ପ୍ରଭାରୀ ରମେଶ ସାହୁ ଚାଷୀଙ୍କୁ ବୁଝାସୁଝା କରି କହିଥିଲେ କି ଚଳିତ ବର୍ଷ ଚାଷୀଙ୍କ ଉତ୍ପାଦିତ ଅମଳ ର କୌଣସି କଟଣୀ ଛଟାଣି କରାଯିବ ନାହିଁ। ଚଳିତ ଖରିଫ ବର୍ଷ ଚାଷୀଙ୍କୁ କୁଇଣ୍ଟାଲ ପିଛା ଧାନ ର ବାଟମାନ୍ ଏଫ୍ ଏ କ୍ୟୁ ମୁଲ୍ୟ ୨୩୦୦ ଟଙ୍କା ଦେବା ସହ ଚଳିତ ସରକାରଙ୍କ ଘୋଷଣା କ୍ରମେ ପ୍ରସାହନ ରାଶି ଆଉ ୮୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟ କୁ ପ୍ରଦାନ କରାଯିବା ନେଇ ଯୋଗାଣ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ଏଣୁ ଚାଷୀଙ୍କୁ ବିଭାଗ ତରଫରୁ ମଣ୍ଡିକୁ ଧାନ ଆଣିବା ପୂର୍ବରୁ ଏଫ ଏ କ୍ୟୁ ମାନ କୁ ଧ୍ୟାନ ରେ ରଖି ମଣ୍ଡି କୁ ଧାନ ଆଣିବା ପାଇଁ ଅନୁରୋଧ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବହଳଦା ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା ଶିବିର

Sunil Chandra Nayak

ଲକ୍ଷ୍ମୀପୁର ବ୍ଲକରେ ପାସ ହାର ୯୭%

masiha

ଶସ୍ୟ ବୀମା ଟଙ୍କା ତୁରନ୍ତ ପ୍ରଦାନ ଦାବୀରେ ଗୋଲାମୁଣ୍ଡା ତହସିଲ ଘେରାଉ

masiha

Leave a Comment

error: Content is protected !!