ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦର ଜନପଦ କବିତା ଆସର ଓ ଆଲୋଚନା ଚକ୍ର

ଜୁନାଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦର ଜନପଦ କବିତା ଆସର ଓ ଆଲୋଚନା ଚକ୍ର

ଜୁନାଗଡ଼,୨/୬(ମ ନି ସ) ଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦ ଆନୁକୁଲ୍ୟରେ ଆଦିବାସୀ ଗାଆଁ ଜାକମ୍ ଠାରେ ଏକ ଦିନ ବ୍ୟାପି ଜନପଦ କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଡହ ଡହ ଖରାରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହେଲାବେଳେ କବିଟିଏ ତାକୁ ଭୂକ୍ଷେପ ନ କରି କବିତା ପଢିବା ପାଇଁ ପହଞ୍ଚିବା କମ୍ ସାହାସିକତା ନୁହେଁ ବୋଲି ମତ ପ୍ରକାଶ କରିଥିଲେ। କବି ସୁଧୀର ମେହେରଙ୍କ ଅଧ୍ୟକ୍ଷତାରେ ପ୍ରଥମ ଅବେଶନରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ଏନ.ଏ.ସି. ଅଧ୍ୟକ୍ଷ ମୁକେଶ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ତଥା ଗବେଷକ ଅଧ୍ୟାପକ ପରମେଶ୍ବର ମୁଣ୍ଡ, ସମ୍ମାନୀତ ବକ୍ତା ଭାବେ ବିଶିଷ୍ଟ କବି ତଥା ନାଟ୍ୟକାର ବିରଞ୍ଚିନାରାୟଣ ମୁଣ୍ଡ, ସମ୍ମାନିତ ଅତିଥି ଭାବେ କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ଅଶୋକ ପଟ୍ଟନାୟକ, ସମାଜସେବୀ ଶିବରାମ ନାୟକ ଯୋଗ ଦେଇଥିବା ବେଳେ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ମୋନାଲିସା ସାହୁ। କବି ହେମନ୍ତ ସାହୁ ମଞ୍ଚ ପରିଚାଳନା ଓ ବନଶ୍ରୀ ଦାଶ କବିତା ସଂଯୋଜନା କରିଥିଲେ । କବିତା ପାଠର ଆରମ୍ଭରେ ଜନ ପଦ ଜାକମ ଗାଁର ଫୁଲେ ମାଝୀ, ଗୁରୁବାରୀ ମାଝୀ, ଦୁମ୍ବେ ମାଝୀ, ଦୃପତି ମାଝୀ ଆଦିବାସୀ ଗୀତ ପରିବେଷଣ କରିଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୭୦ରୁ ଅଧୁକ କବି କବିତା ପାଠ କରିଥିଲେ। ଶେଷରେ ଚନ୍ଦ୍ର ଶେଖର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଜାକମ ଗ୍ରାମବାସୀଙ୍କ ସହ ମଧ୍ୟାହ୍ନ ଭୋଜନ ହୋଇଥିଲା। କବି ଅଜୟ କୁମାର ଦାସଙ୍କ ଅଧ୍ଯକ୍ଷତାରେ ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ରାଜେଶ କୁମାର ମୁଣ୍ଡ, ମୁଖ୍ୟ ବକ୍ତା, ମନୋଜ କୁମାର ମହାନ୍ତି, (ବିଶିଷ୍ଟ ଗାଳ୍ପିକ)ସମ୍ମାନୀତ ଅତିଥି ତିଲେଶ୍ବର ରଣା (କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ), ସମ୍ମାନିତ ଅତିଥ‌ି ଭାବେ ନେପାଳ ଚନ୍ଦ୍ର ବାଗ (ବରିଷ୍ଠ ଶିକ୍ଷକ ଓ ବିଶିଷ୍ଟ କବି), ପଲ୍ଲବୀ ଦାସ (ବିଶିଷ୍ଟ କବୟିତ୍ରୀ), ଐଶ୍ବର୍ଯ୍ୟା ପ୍ରଧାନ (ବିଶିଷ୍ଟ କବୟିତ୍ରୀ) ଯୋଗଦେଇ ଥିବା ବେଳେ କବିତା ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ କବି ହେମନୁ ସାହୁ। ସଭାପତି ଅଳୟ କୁମାର ଦାସ ନିଜର ବକ୍ତବ୍ୟ ରଖିଥୁଲେ। ଧନ୍ୟବାଦ୍ ଅର୍ପଣ ନବଘନ ସାହୁ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରେମଲାଲ ବାଗ, ଦାମୋଦର ବେହେରା, ଦୀନେଶ ମେହେର, ମନୋଜ ମେହେର, ଭାଗିରଥ୍ ସାଗର, ବେଣୁଧର ବାଗ, ଦୟାନିଧା ବାଣୁଆ, ରୁଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନାମ ଫଳକକୁ ଓଡ଼ିଆରେ ଲେଖିବାକୁ ନେଇ ଉତ୍କଳ ସମ୍ମିଳନୀ ପକ୍ଷରୁ ପଦଯାତ୍ରା

Sunil Chandra Nayak

ଚନ୍ଦାହାଣ୍ଡି ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ଲାଷ୍ଟିକ ବ୍ୟବହାର କୁ ନେଇ ଯୁବକ ଙ୍କ ଅଭିନବ ସଚେତନତା

masiha

Leave a Comment

error: Content is protected !!