ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ପେନସନ ଯୋଜନା ଉଚ୍ଛେଦ ଦାବି ନେଇ ଶିକ୍ଷକଙ୍କ ପ୍ରସ୍ତୁତ ବୈଠକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ରବିବାର ନୂତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଉପସ୍ଥିତ ଶିକ୍ଷକ ମାନେ ସରକାର ଙ୍କ ଦ୍ଵାରା ହୋଇଥିବା ନୂତନ ପେନସନ ଯୋଜନା କୁ ଉଚ୍ଛେଦ କରାଯାଇ କର୍ମଚାରୀ ମାନଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବାନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ l ଏହି ଅବସରରେ ଏକ କୋର କମିଟି ଗଠନ କରାଯାଇଥିଲା l ଯହିଁରେ ଶିକ୍ଷକ ଉଜ୍ଜ୍ବଳ କୁମାର ସାହୁ, ସୁଦର୍ଶନ ସାହୁ, ମଧୁସୂଦନ ଧରୁଆ, ପ୍ରସନ୍ନ କୁମାର ସାହୁ,ଐଶ୍ୱର୍ଯ୍ୟ ସାହୁ, ମନୋଜ ଦାସ, ମନୋଜ କୁମାର ମିଶ୍ର ପ୍ରମୁଖ ମନୋନୀତ ହୋଇଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମମତା ସାହୁ ଙ୍କ କବିତା ନୂଆଖାଇ ତିହାର

Sunil Chandra Nayak

କଳାକାର ସଂଘର ବୈଠକ ଅନୁଷ୍ଠିତ

ବିପଦ ସଙ୍କୁଳ ଅବସ୍ଥାରେ ଜୀବନ୍ତ ଲୁହା ବିଦ୍ୟୁତ୍ ଖୁଣ୍ଟ ,ବିଦ୍ୟୁତ୍ ବିଭାଗର ପଡୁନାହିଁ ଦୃଷ୍ଟି

Leave a Comment

error: Content is protected !!