ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ୍ତାହିକ ହାଟରେ ବିଜେପିର ସର୍ବତ ପାଣି ବଣ୍ଟନ

ଜୁନାଗଡ଼,୧୦/୪(ନି.ପ୍ର) ବିଜେପି ର ପ୍ରତିଷ୍ଠା ଦିବସ ଓ ସେବା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ରବିବାର ସାପ୍ତାହିକ ହାଟରେ ପିଜେପି ପକ୍ଷରୁ ସର୍ବତ ପାଣି ବଣ୍ଟନ କରାଯାଇଥିଲା।ବର୍ତମାନ ଜିଲ୍ଲାରେ ଟାଣ ଖରା ବୃଦ୍ଧି ପାଇବାରେ ଲାଗିଛି। ଲୋକେ ବାହାରୁ ବାହାରିବା ମୁସ୍କିଲ ହୋଇପଡିଛି।ରବିବାର ଜୁନାଗଡ଼ ସାପ୍ତାହିକ ହାଟ ଥିବାରୁ ଅନେକ ବ୍ୟବସାୟୀ ଓ ଲୋକଙ୍କ ସମାଗମ ହୋଇଥାଏ।ଏଣୁ ଖରା ଦାଉରୁ ଲୋକଙ୍କୁ ତୃଷା ମେଣ୍ଟାଇବା ପାଇଁ ବିଜେପି ପକ୍ଷରୁ ଦହିପାଣି ସର୍ବତ ବଣ୍ଟାଯାଇଥିଲା।ଏହି କାର୍ଯ୍ୟକ୍ରମରେ,ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଜିଲ୍ଲା ଉପ ସଭାପତି ଅଜୟ ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧକ୍ଷ୍ୟ ମନୋଜ ମେହେର, ସରପଞ୍ଚ ଦିବ୍ୟ ଦୀପ, ମାଧବୀ ବାଗ,ଶିଶିର ପଟ୍ଟନାୟକ, କାଳିନ୍ଦ୍ରୀ ପାଣିଗ୍ରାହୀ, ମନୋଜ ଧଙ୍ଗଡାମାଝୀ, ବିଜୟ ଦଣ୍ଡସେନା,ହୃଦାନନ୍ଦ ପୁଝରୀ ଓ ଦଳୀୟ କର୍ମକର୍ତା ଉପସ୍ଥିତ ରହି ଥିଲେ। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ବାଦାମ ପାହାଡ଼ ଥାନା ! ଟ୍ରାକ୍ଟର ଓଲଟି ଦୁଇ ମହିଳା ମୃତ ,୩ ମହିଳା ଗୁରୁତର

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ସାଧନାର ପଥ, ନୁହଁ କୁସୁମିତ

Sunil Chandra Nayak

ଵହଳଦା ଥାନା; ବହୁଚର୍ଚ୍ଚିତ ତିକ୍ଷିଆ ବାଣ୍ଟା ପାହାଡ଼ରେ ଏକ ଅଜଣା ଯୁବକର ହତ୍ୟାକାଣ୍ଡ ପର୍ଦ୍ଦଫାଶ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!